ETV Bharat / sukhibhava

Emotional Issues: ଦମ୍ପତିଙ୍କ ମଧ୍ୟରେ ଆଣିଥାଏ ଦୂରତା, ଆରମ୍ଭ ହୁଏ ପରକିୟା ପ୍ରୀତି ସମସ୍ୟା - ଦମ୍ପତିଙ୍କ ମଧ୍ୟରେ ଦୂରତା ବଢିବାର କାରଣ

ଜୀବନ ଯାତ୍ରା ମଧ୍ୟରେ ଅନେକ କାରଣ ଲାଗି ଦମ୍ପତି ପରସ୍ପରଠାରୁ ଦୂରେଇ ଯାଇଥାନ୍ତି । ପରବର୍ତ୍ତୀ ସମୟରେ ଏକାଠି ରହି ମଧ୍ୟ ଏକୁଟିଆ ଅନୁଭବ କରନ୍ତି । ମୁଖ୍ୟତଃ ବୟସର ମଧ୍ୟ ଭାଗରେ ଏଭଳି ସମସ୍ୟା ଦେଖାଦିଏ । ଏହାର ସମାଧାନ ମଧ୍ୟ ଉଭୟ ଦମ୍ପତି ପରସ୍ପର ମଧ୍ୟରେ କରିପାରିବେ । ବ୍ୟସ୍ତତା ଓ ଅନ୍ୟାନ୍ୟ ଦାୟିତ୍ବରେ ଛନ୍ଦି ହେବା ପରେ ଉଭୟ ପରସ୍ପରକୁ ସମୟ ଦେଇପାରିନଥାନ୍ତି । ଫଳରେ ଏଭଳି ସମସ୍ୟା ଉପୁଜେ । ଏଠାରୁ ହିଁ ଆରମ୍ଭ ହୋଇଥାଏ ପରକୀୟା ପ୍ରିତୀ ଭଳି ସମସ୍ୟା । ତେବେ ଏଥିରୁ କିପରି ମୁକୁଳିବେ ଦମ୍ପତି ଆଉ ଏକ କିପରି ସୁଖମୟ ଦାମ୍ପତ୍ୟ ଜୀବନ ଜିଇଁପାରିବେ ଜାଣନ୍ତୁ..

Emotional Issues: ଦମ୍ପତିଙ୍କ ମଧ୍ୟରେ ଆଣିଥାଏ ଦୂରତା, ଆରମ୍ଭ ହୁଏ ପରକୀୟା ପ୍ରିତୀ ସମସ୍ୟା

author img

By

Published : Jul 21, 2022, 4:17 PM IST

Updated : Jul 21, 2022, 4:50 PM IST

ହାଇଦ୍ରାବାଦ: ଦାମ୍ପତ୍ୟ ଜୀବନରେ ବେଳେ ବେଳେ ଦେଖାଯାଏ ଯେ, ସ୍ବାମୀ ସ୍ତ୍ରୀ ଦୁହେଁ ଏକାଠି ରହିଥାନ୍ତି, ହେଲେ ଉଭୟଙ୍କ ମଧ୍ୟରେ ଦୂରତା ରହିଥାଏ । ଦୁଇ ଜଣ ଏକାଠି ରହୁଥିଲେ ମଧ୍ୟ ଏକୁଟିଆ ଅନୁଭବ କରିବା ଆରମ୍ଭ କରନ୍ତି । ଏହା ସାଧାରଣତଃ ମଧ୍ୟମ ବୟସରେ ହୋଇଥାଏ । ଏକୁଟିଆ ଅନୁଭବ କରିବା ସେମାନଙ୍କର ଭାବପ୍ରବଣ ସ୍ବାସ୍ଥ୍ୟ ଉପରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ । ଫଳରେ ସେମାନେ ବିଭିନ୍ନ ପ୍ରକାରର ଭାବପ୍ରବଣତା ଯେପରିକି ଚାପ, ଦୁଃଖ, ନିରାଶା, ଏପରିକି ଆତ୍ମବିଶ୍ବାସ ହରାଇବାର ଶିକାର ହୁଅନ୍ତି ।

ବିଶ୍ବାସଘାତକତା
ବିଶ୍ବାସଘାତକତା

କିଛି ଦମ୍ପତିଙ୍କ ମଧ୍ୟରେ ଏହି ସମସ୍ୟା ବଢିବାରେ ଲାଗେ । ଯାହାଦ୍ବାରା ସେମାନେ ପାରସ୍ପରିକ ସମ୍ପର୍କ ସହିତ ସେମାନଙ୍କର ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହେବାକୁ ଲାଗେ । ଉତ୍ତରାଖଣ୍ଡର ମନସ୍ତତ୍ତ୍ବବିତ ଡ. ରେଣୁକା କହିଛନ୍ତି ଯେ, ଅନେକ ସମୟରେ ଲୋକମାନେ ପରସ୍ପର ମଧ୍ୟରେ ଏତେ ଅଭ୍ୟସ୍ତ ହୁଅନ୍ତି ଯେ ଦୀର୍ଘ ସମୟ ଧରି ଏକ ସଂପର୍କରେ ରୁହନ୍ତି । ପରସ୍ପର ସହିତ ନିଜର ମନର ଭାବନାକୁ ପରିପ୍ରକାଶ କରନ୍ତି । ମାତ୍ର ବେଳେ ବେଳେ ଉଭୟ ଠାରୁ ରଖୁଥିବା ଆଶା ସେମାନଙ୍କୁ ନିରାଶ କରିଥାଏ । ଡକ୍ଟର ରେଣୁକା କହିଛନ୍ତି ଯେ ନିମ୍ନଲିଖିତ କାରଣ ଯୋଗୁଁ ଦମ୍ପତିଙ୍କ ସମ୍ପର୍କରେ ଦୂରତା ବଢିଥାଏ ।

  1. ଉଚ୍ଚ ଆଶା (High expectations):- ଡ. ରେଣୁକା କହିଛନ୍ତି ଯେ ଜାଣିଶୁଣି କିମ୍ବା ଅଜାଣତରେ ଦମ୍ପତିମାନେ ପରସ୍ପରଠାରୁ ଅନେକ ଆଶା ରଖନ୍ତି । ଯେତେବେଳେ ସେମାନେ ପରସ୍ପରକୁ ନ ଭେଟିଥାନ୍ତି ସେତେବେଳେ ସେମାନେ ଅଭିଯୋଗ କରିବା ଏବଂ କ୍ରୋଧ ପ୍ରକାଶ କରିବା ଆରମ୍ଭ କରନ୍ତି । ଦମ୍ପତିଙ୍କ ପରସ୍ପର ପ୍ରତି ଆଶା କେବଳ ପାରସ୍ପରିକ ଭାବନାରେ ସୀମିତ ନୁହେଁ ବରଂ ଆର୍ଥିକ ସମସ୍ୟା, ପରସ୍ପରର ପରିବାର ପ୍ରତି ଆଚରଣ, ପାରିବାରିକ ଦାୟିତ୍ବ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ଜିନିଷ ସହିତ ଜଡିତ ରହିଥାଏ । ଏପରି ସ୍ଥିତିରେ ଯଦି ଦମ୍ପତିଙ୍କ ମଧ୍ୟରେ ଯୋଗାଯୋଗର ଅନୁପସ୍ଥିତି ରହେ ତେବେ ଏହି ସମସ୍ୟାର ସମାଧାନ ହୋଇନଥାଏ ଏବଂ ଉଭୟଙ୍କ ମଧ୍ୟରେ ଭାବପ୍ରବଣତା ଦୂର ହୋଇପାରେ ।
  2. ଭାବପ୍ରବଣତାର ଅଭାବ (Lack of emotional connection):- ଦମ୍ପତିଙ୍କ ମଧ୍ୟରେ ଭାବପ୍ରବଣତା ବା ଇମୋସନର ଅଭାବ ରହିବା ପରେ ସେମାନେ ପରସ୍ପର ସହିତ ଅଧିକ କଥାବାର୍ତ୍ତା କରନ୍ତି ନାହିଁ । ଏକାଠି ରହିବା ସତ୍ତ୍ବେ ଭାବପ୍ରବଣ ଭାବରେ ବିଚ୍ଛିନ୍ନ ଅନୁଭବ କରିବା ଆରମ୍ଭ କରନ୍ତି । ଏହାର ମୁଖ୍ୟ କାରଣ ହେଉଛି ସମ୍ପର୍କର ଆରମ୍ଭରେ ଉଭୟ ପରସ୍ପର ସହିତ ବହୁତ କଥାବାର୍ତ୍ତା କରନ୍ତି । ଉଭୟ ପରସ୍ପର ପ୍ରତି ପ୍ରେମଭାବ ପ୍ରକାଶ କରନ୍ତି । ଯାହା ସେମାନଙ୍କୁ ପରସ୍ପର ପ୍ରତି ଅଧିକ ଆକର୍ଷିତ କରିଥାଏ ଏବଂ ସେମାନଙ୍କୁ ନିକଟତର କରିଥାଏ । ପରିଶେଷରେ ସମୟ ସହିତ ଚାକିରି, ପରିବାର, ଅର୍ଥ ଏବଂ ପିଲାମାନଙ୍କର ଦାୟିତ୍ବ ତୁଲାଇବା ପରେ ଏଥିରେ ଏତେ ମାତ୍ରାରେ ବ୍ୟସ୍ତ ରୁହନ୍ତି ଯେ ପରେ ପରସ୍ପରଠାରୁ ଭାବପ୍ରବଣ ଦୃଷ୍ଟିରୁ ଦୂରେଇ ଯାଇଥାନ୍ତି ।
  3. ବିଶ୍ବାସଘାତକତା (Betrayal):- ଯେତେବେଳେ ଉଭୟ ପୁରୁଷ ଓ ମହିଳାଙ୍କ ଶାରୀରିକ ଆବଶ୍ୟକତା ଘରେ ପୂରଣ ହୋଇପାରେ ନାହିଁ, ସେତେବେଳେ ସେମାନେ ନିଜ ଘର ବାହାରେ ବା ସାଥୀ କିମ୍ବା ସେମାନଙ୍କ ସହକର୍ମୀଙ୍କ ପ୍ରତି ଆକର୍ଷିତ ଅନୁଭବ କରନ୍ତି । ଏହା ଶୀଘ୍ର ବଢିପାରେ ଏବଂ ଅଫିସ୍ ରୋମାନ୍ସ ବା ପରକିୟ ପ୍ରୀତିରେ ଶେଷ ହୋଇଥାଏ । ଏହା ସତ୍ତ୍ବେ ଅନେକ ଦମ୍ପତିଙ୍କ ମଧ୍ୟରେ ବିଶ୍ବାସ ଭାଙ୍ଗିବା ପରେ ମଧ୍ୟ ସେମାନେ ଏକାଠି ରୁହନ୍ତି । ଯାହା ପରବର୍ତ୍ତୀ ସମୟରେ ହତାଶ ଏବଂ ପରସ୍ପର ପ୍ରତି କ୍ରୋଧଭାବ ଓ ଘୃଣା ସୃଷ୍ଟି କରିଥାଏ । ଏହାଦ୍ବାରା ଉଭୟଙ୍କ ମଧ୍ୟରେ ଭାବପ୍ରବଣତା ଦୂରତା (emotional distance) ଏବଂ ଏକାକୀ ଅନୁଭବ କରିଥାନ୍ତି ।

ସୁଖୀ ଦାମ୍ପତ୍ୟ ଜୀବନର ସିକ୍ରେଟ:-

ସୁଖୀ ଦାମ୍ପତ୍ୟ ଜୀବନର ସିକ୍ରେଟ
ସୁଖୀ ଦାମ୍ପତ୍ୟ ଜୀବନର ସିକ୍ରେଟ

ଡକ୍ଟର ରେଣୁକା କହିଛନ୍ତି ଯେ ବୟସ ବା ବ୍ୟସ୍ତତା ସତ୍ତ୍ବେ ଦାମ୍ପତ୍ୟ ଜୀବନରେ ନିଜ ପାର୍ଟନରକୁ ସମ୍ମାନ ଏବଂ ପରସ୍ପର ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ଉଚିତ । ସମ୍ପର୍କ ପ୍ରେମ, ସମ୍ମାନ, ବିଶ୍ବାସ, ତାଳମେଳ ଓ ଯୋଗାଯୋଗ ଉପରେ ନିର୍ଭର କରେ । ଯଦି ଦମ୍ପତି ସମ୍ପର୍କରେ ଅସହଜ ମନେ କରନ୍ତି, ତେବେ ଏହାକୁ ନେଇ ଖୋଲା ଭାବରେ ପରସ୍ପର ସହିତ ଆଲୋଚନା କରିବା ଆବଶ୍ୟକ । ଫଳରେ ଉଭୟ ପରସ୍ପରଠାରୁ କଣ ଆଶା କରୁଛନ୍ତି ବା ସେମାନଙ୍କ ଦୋଷ ଦୁର୍ବଳତା ଉପରେ କାମ କରି ସମ୍ପର୍କକୁ ନିବିଡ଼ କରିବା ଦରକାର ।

Last Updated : Jul 21, 2022, 4:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.