ETV Bharat / sukhibhava

ବିପାଶା ବାସୁଙ୍କ ଝିଅର ହାର୍ଟରେ ଥିଲା ଛିଦ୍ର, ଜାଣନ୍ତୁ ଏହାର କାରଣ

ଛୋଟ ଛୁଆଙ୍କ ହାର୍ଟରେ ଦେଖାଯାଏ ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ । ଇଂରାଜୀରେ ଏହାକୁ ହୋଲ୍‌ ଇନ୍‌ ହାର୍ଟ୍‌ ମଧ୍ୟ କୁହନ୍ତି । ଜାଣନ୍ତୁ ଏହାର ଲକ୍ଷଣ

author img

By

Published : Aug 7, 2023, 4:59 PM IST

ventricular septal defect problem
ventricular septal defect problem

ହାଇଦ୍ରାବାଦ: ଅଭିନେତ୍ରୀ ବିପାଶା ବାସୁ ଏବଂ କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବରରେ ମାତା ପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଝିଅଟିଏ ହେବାପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅନେକ ଭଲପାଇବା ଦେଇଥିଲେ। ତେବେ ଏହାରି ଭିତରେ ଗତକାଲି(ରବିବାର) ଦେବୀର ସ୍ବାସ୍ଥ୍ୟକୁ ନେଇ ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ଦେବୀ ବିଷୟରେ କହିବା ସମୟରେ ଭାବବିହ୍ବଳ ହୋଇଯାଇଥିଲେ ବିପାଶା । କରଣ ଏବଂ ବିପାଶାଙ୍କ ଝିଅ ଦେବୀଙ୍କ ହୃଦୟରେ ଦୁଇଟି ଛିଦ୍ର ଥିଲା । 3 ମାସରେ ଦେବୀଙ୍କ ହାର୍ଟ ସର୍ଜରୀ କରାଯାଇଥିବା ନେଇ ବିପାଶା ରବାବାର ଏକ ଲାଇଭ ସେସନରେ କହିଛନ୍ତି । ବିପାଶାଙ୍କ କହିବା ଅନୁସାରେ, ଦେବୀର ହାର୍ଟ ସ୍କାନିଂ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଛିଦ୍ର ଏତେ ବଡ଼ ରହିଥିଲା ଯେ, ଏହା ସର୍ଜରୀ ନକରି ଆପେଆପେ ଭଲ ହୋଇଯିବା ସମ୍ଭବ ନଥିଲା । ତେବେ ଜାଣନ୍ତୁ ହାର୍ଟରେ ଛିଦ୍ର କାହିଁକି ହୋଇଥାଏ ଏବଂ ଏଥିରୁ ବର୍ତ୍ତିବା ପାଇଁ କେଉଁ ଉପାୟ ଅବଲମ୍ବନ କରିବା ଉଚିତ ।

ହାର୍ଟରେ ଛିଦ୍ର ସମସ୍ୟାକୁ ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ୍‌ (VSD) କୁହାଯାଏ । ଏହା ଦୃଦୟରର ସେପ୍ଟମରେ ଛିଦ୍ର ବା କଣା ହୋଇଥାଏ । ଯାହାକି ଭେଣ୍ଟ୍ରିକଲ୍ସକୁ ଅଲଗା କରିଥାଏ । ଏହି ସେପ୍ଟମ୍‌କୁ ଭେଣ୍ଟ୍ରିକୁଲାର୍‌ ସେପ୍ଟମ୍ ମଧ୍ୟ କୁହାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ଏହି ବିପଦ ଜନ୍ମଗତ ହୋଇଥାଏ । ଏହାକୁ ଠିକ୍ ସମୟରେ ଚିକିତ୍ସା କରିବା ଆବଶ୍ୟକ ବୋଲି ବିବେଚନା କରାଯାଏ । ନଚେତ୍ ପରବର୍ତ୍ତୀ ମୂହୁର୍ତ୍ତରେ ଏହା ଅନେକ ପ୍ରକାରର ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ସୃଷ୍ଟି କରିପାରେ।

ଏହା ମଧ୍ୟ ପଢନ୍ତୁ: ଜନ୍ମ ହେବାର 3 ମାସ ପରେ ଦେବୀଙ୍କ ହୋଇଥିଲା ହାର୍ଟ ସର୍ଜରୀ, ପୁରୁଣା କଥା ମନେ ପକାଇ ଭାଙ୍ଗି ପଡିଲେ ବିପାଶା

ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ ସମସ୍ଯା: ଏହି ରୋଗକୁ ନେଇ ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ବ୍ୟାଖ୍ୟା କରିଛନ୍ତି, ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ ଗର୍ଭାବସ୍ଥାରେ ଏକ ସମସ୍ୟା ଅଟେ ଯେତେବେଳେ ଦୁଇଟି ଭେଣ୍ଟ୍ରିକଲ୍ ମଧ୍ୟରେ ଥିବା ଅଂଶ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ, ଏହି ସ୍ଥାନରେ ଏକ ଛିଦ୍ର ହୋଇଯାଇଥାଏ । ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ ଥିବା ପିଲାମାନଙ୍କଠାରେ ବାମ ଭେଣ୍ଟ୍ରିକଲରୁ ଡାହାଣ ଭେଣ୍ଟ୍ରିକଲ୍ ଏବଂ ଫୁସ୍‌ଫୁସ୍‌କୁ ରକ୍ତ ପ୍ରବାହିତ ହୋଇଥାଏ । ଏହି ଅବସ୍ଥାରେ ହାର୍ଟ ଏବଂ ଫୁସଫୁସ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ପ୍ରାରମ୍ଭିକ ଅବସ୍ଥାରେ ଯଦି ଏହାର ଚିକିତ୍ସା କରାନଯାଏ ତେବେ ହାର୍ଟ ସମ୍ବନ୍ଧୀୟ ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ ।

ହାର୍ଟର ଏହି ସମସ୍ୟା କଣ: ଅଧିକାଂଶ ଶିଶୁମାନଙ୍କଠାରେ ହୃଦୟ ତ୍ରୁଟି(ଯେପରିକି ଭେଣ୍ଟ୍ରିକୁଲାର ସେପ୍ଟାଲ୍ ତ୍ରୁଟି) କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । କେତେକ ଶିଶୁଙ୍କର ଜିନ୍ ବା ଗୁଣସୁତ୍ରରେ ପରିବର୍ତ୍ତନ ହେତୁ ଏହି ପ୍ରକାରର ହୃଦୟ ସମସ୍ୟା ହୋଇପାରେ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ମାଆ ଯାହା ଖାଏ ଏବଂ ଗର୍ଭାବସ୍ଥାରେ ସେ ପରିବେଶରେ ଯାହା ଆକ୍ରାନ୍ତ ହୁଏ, ଶିଶୁମଧ୍ୟ ସେହି ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇଥାଏ ।

ଛୁଆଙ୍କ କ୍ଷେତ୍ରରେ କିଭଳି ଜାଣିବେ ଏହି ସମସ୍ୟା: ଜନ୍ମଗତ ହୃଦୟ ତ୍ରୁଟି ଥିବା ପିଲାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅନେକ ପିଲାଙ୍କଠାରେ ଏହାର ଲକ୍ଷଣ ଜନ୍ମ ସମୟରେ ଦୃଶ୍ୟମାନ ହୁଏ ନାହିଁ। ଯଦି ଛିଦ୍ର ଛୋଟ ହୋଇଥାଏ, ଏଭଳି କ୍ଷେତ୍ରରେ ତାହା ଆପେ ଆପେ ପୂର୍ଣ୍ଣ ହୋଇଯାଇଥାଏ। ଯଦି ଛିଦ୍ର ବଡ ହୋଇଥାଏ ତାହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ନିଶ୍ବାସ ନେବାରେ ଅସୁବିଧା, ଅଧିକ ଝାଳ ବାହାରିବା, ଶୀଘ୍ର ଶରୀରର ଓଜନ କମିଯିବା ଭଳି ସମସ୍ୟା ଦେଖାଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.