ETV Bharat / sukhibhava

ଜାଣନ୍ତୁ ନୂଆ ଭୂତାଣୁ Langyaର ଲକ୍ଷଣ ଓ ନିରାକରଣ

author img

By

Published : Aug 11, 2022, 1:24 PM IST

ଚାଇନାରେ ବ୍ୟାପୁଥିବା ନୂଆ ଭୂତାଣୁ ଲେଙ୍ଗ୍ୟା କେତେ ମାରାତ୍ମକ, କଣ ପ୍ରକୃତରେ ମଣିଷଠୁ ମଣିଷକୁ ବ୍ୟାପୁଛି ନା ଆଉ କିଛି କାରଣ ଅଛନ୍ତି । ଏନେଇ କଣ କହିଲେ ବିଶେଷଜ୍ଞ, ପଢନ୍ତୁ ଏହି ରିପୋର୍ଟ ।

ଜାଣନ୍ତୁ ନୂଆ ଭୂତାଣୁ Langya ଲକ୍ଷଣ ଓ ନିରାକରଣ

ମେଲବୋର୍ଣ୍ଣ: ଚାଇନାର ସାନଡଙ୍ଗ ଏବଂ ହେନାନ ପ୍ରୋଭିନସେସ୍‌ରେ 35 ଜଣଙ୍କଠାରେ ଏକ ନୂତନ ଭୂତାଣୁ ଲେଙ୍ଗ୍ୟା ହେନିପାଭାଇରସ୍ ସଂକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଏହା ହେଣ୍ଡ୍ରା ଏବଂ ନିପା ଭାଇରସ୍ ସହିତ ଜଡିତ, ଯାହା ମଣିଷ ଶରୀରେ ରୋଗ ସୃଷ୍ଟି କରିଥାଏ । ନୂଆ ଭୂତାଣୁ ବାବଦରେ କୌଣସି ସଠିକ୍ ତଥ୍ୟ ସ୍ପଷ୍ଟ ହୋଇନଥିବାବେଳେ, ଏହା ମଣିଷରୁ ମଣିଶକୁ ବ୍ୟାପୁଥିବା କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଲେଙ୍ଗ୍ୟା ଭୂତାଣୁର ଲକ୍ଷଣ, ନିରାକରଣ ଏବଂ ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ ।

କେତେ ଅସୁସ୍ଥ କରୁଛି Langya ?

ଚାଇନାର ଅନୁସନ୍ଧାନକାରୀମାନେ ପ୍ରଥମେ ଏହି ନୂତନ ଭୂତାଣୁକୁ ନିୟମିତ ଟ୍ରିଟେମେଣ୍ଟ କରୁଥିବା ଜ୍ୱରରେ ପୀଡିତ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ପାଇଥିଲେ । ଯେଉଁମାନେ ପଶୁମାନଙ୍କ ସଂମ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି ଜୀବାଣୁ ଚିହ୍ନଟ ହେବା ପରେ ଅନୁସନ୍ଧାନକାରୀ ଅନ୍ୟ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି କି ନାହିଁ ନୀରିକ୍ଷଣ କରିଥିଲେ । ରିପୋର୍ଟ ହୋଇଥିବା ଲକ୍ଷଣଗୁଡ଼ିକ ପ୍ରାୟତଃ ସାମାନ୍ୟ ଜ୍ୱର, ଥକାପଣ, କାଶ, ଭୋକ ହ୍ରାସ, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଏବଂ ମୁଣ୍ଡବିନ୍ଧା ପରି ଦେଖାଯାଉଥିଲା । ତେବେ ରୋଗୀମାନେ କେତେ ଦିନ ଅସୁସ୍ଥ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

କମ୍ ଲୋକଙ୍କ ଠାରେ ନିମୋନିଆ, ଯକୃତ ଏବଂ କିଡନୀରେ ଅସ୍ୱାଭାବିକତା ସହିତ ଅଧିକ ଜଟିଳତା ରହିଥିଲା । ତେବେ ଏହି ଅସ୍ୱାଭାବିକତାର ଗମ୍ଭୀରତା, ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ଏବଂ କୌଣସି ମାମଲା ସାଂଘାତିକ ହୋଇଥିବାର ରିପୋର୍ଟ କରାଯାଇ ନାହିଁ ।

କେଉଁଠୁ ଆସିଲା ଲେଙ୍ଗ୍ୟା ଭୂତାଣୁ ?

ଘରୋଇ କିମ୍ବା ବନ୍ୟଜନ୍ତୁ ଜୀବାଣୁଙ୍କର ଉତ୍ସ ହୋଇଥାଇ ପାରେ ବୋଲି ଅନୁସନ୍ଧାନ ମଧ୍ୟ କରାଯାଇଛି । ପୂର୍ବରୁ ଅଳ୍ପ ସଂଖ୍ୟକ ଛେଳି ଏବଂ କୁକୁର ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଥିଲା । ସମ୍ଭବତଃ ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସେମାନଙ୍କ ସଂସ୍ପର୍ଶରେ ଆଶିବା ପାରେ ସଂକ୍ରମିତ ହୋଇଥାଇ ପାରନ୍ତି ।

ଲେଙ୍ଗ୍ୟା ଭୂତାଣୁ ପ୍ରକୃତରେ ଏହି ରୋଗ ସୃଷ୍ଟି କରୁଛି କି ?

ଅନୁସନ୍ଧାନକାରୀମାନେ ଏହି ନୂତନ ଭୂତାଣୁ ବାବଦରେ ଜାଣିବା ପାଇଁ ମେଟେଜେନୋମିକ୍ ଆନାଲିସିସ୍ ନାମକ ଏକ ଆଧୁନିକ କୌଶଳ ବ୍ୟବହାର କରିଥିଲେ । ଅନୁସନ୍ଧାନକାରୀମାନେ ସମସ୍ତ ଜେନେଟିକକୁ କ୍ରମାନୁସାରେ ପରୀକ୍ଷଣ କରିବା ପରେ ଏହା ଏକ ନୂଆ ଭୂତାଣୁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ନିର୍ଦ୍ଧିଷ୍ଟ ଭୂତାଣୁ ସଂକ୍ରମଣର କାରଣ କି ନାଁ ତାହା ବୈଜ୍ଞାନିକମାନେ ସ୍ପଷ୍ଟ କରିନାହାନ୍ତି ।

ଏକ ନିର୍ଦ୍ଦିଷ୍ଟ ମାଇକ୍ରୋ-ଅଣୁଜୀବ ରୋଗ ସୃଷ୍ଟି କରେ କି ନାହିଁ ତାହା ଜାଣିବା ପାଇଁ ଆମେ ପାରମ୍ପାରିକ ଭାବରେ କୋଚ୍‌ର ପୋଷ୍ଟୁଲେଟ୍ସ ବ୍ୟବହାର କରିଛୁ:

-ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ, ସୁସ୍ଥ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଯାଉ ନାହିଁ ।

- ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସଂଗରୋଧରେ ରହିବା ଆବଶ୍ୟକ ।

- ସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ଥିବାରୁ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସଂଗରୋଧରେ ରଖିବା ଆବଶ୍ୟକ ।

ଏହାର ରିଲେଟେଡ୍ ଭାଇରସ୍ ଠାରୁ କ’ଣ ଶିଖିବା ?

ଏହି ନୂତନ ଭାଇରସ ନିପା ଭାଇରସ୍ ଏବଂ ହେଣ୍ଡ୍ରା ଭାଇରସ ପରି ଦେଖାଯାଏ । MEV-1 ଭୂତାଣୁ ଠାରୁ ଏହିସବୁ ଭାଇରସଙ୍କ ଜନ୍ମ । 1994 ରେ କୁଇନ୍ସଲ୍ୟାଣ୍ଡରେ ହେଣ୍ଡ୍ରା ଜୀବାଣୁ ପ୍ରଥମେ ରିପୋର୍ଟ କରାଯାଇଥିଲା, ଏହା କବଳରେ 14 ଟି ଘୋଡା ଏବଂ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଥିଲା । କ୍ୱିନ୍ସଲ୍ୟାଣ୍ଡ ଏବଂ ଉତ୍ତର ନ୍ୟୁ ସାଉଥ ୱେଲ୍ସରେ ଘୋଡାମାନଙ୍କ ଠାରେ ଏହି ଭୂତାଣୁ ଦେଖାଦେଇ ଥିବାବେଳେ ବାଦୁଡି ଠାରୁ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଥିଲା ।

ମୋଟାମୋଟି ଭାବେ ଅଷ୍ଟ୍ରେଲିଆରେ ହେଣ୍ଡ୍ରା ଭୂତାଣୁରେ 7 ଜଣଙ୍କ ଜୀବନ ଯାଇଥିଲା, ସେମାନେ ଘୋଡା ମାଲିକ କିମ୍ବା ପଶୁ ଡାକ୍ତର ଥିଲେ । ବାଂଲାଦେଶରେ ବାରମ୍ବାର ଆକ୍ରାନ୍ତ ହେଉଥିବା ବେଳେ ନିପା ଭାଇରସ୍ ବିଶ୍ୱର ବିଭିନ୍ନ ଦେଶକୁ ସଂକ୍ରମିତ କରିସାରିଛି । ସଂକ୍ରମଣର ଗମ୍ଭୀରତା ଅତି ମୃଦୁରୁ ସାଂଘାତିକ ହୋଇପାରେ ।

ତେବେ ରିପୋର୍ଟ ଅନୁସାରେ, ନୀରିକ୍ଷଣ ପରେ ଭୂତାଣୁ ବାବଦରେ ଅଳ୍ପ ତଥ୍ୟ ସଂଗ୍ରହ ହୋଇଛି । ଏହି ସମୟରେ ମଣିଷଠୁ ମଣିଷକୁ ବ୍ୟାପୁଥିବା ନେଇ କୌଣସି ସଙ୍କେତ ମିଳିନାହିଁ । ଏହା କେତେ ମାରାତ୍ମକ, ସଂକ୍ରମଣର ହାର କେତେ ଏବଂ ଚାଇନାର ଅନ୍ୟ ଅଞ୍ଚଳଗୁଡିକୁ ବ୍ୟାପିଛି କି ନାହିଁ ଜାଣିବା ପାଇଁ ଅନେକ ତର୍ଜମାର ଆବଶ୍ୟକତା ଥିବା କହିଛନ୍ତି ବୈଜ୍ଞାନିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.