ହାଇଦ୍ରାବାଦ: ଜଳଖିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ଭାବରେ ବିବେଚନା କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତର, ଡାଏଟିସିଆନ୍ ପର୍ଯ୍ୟନ୍ତ ସମସ୍ତେ ବିଶ୍ୱାସ କରନ୍ତି ଯେ ସକାଳେ ଖାଲି ପେଟରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଉଚିତ ନୁହେଁ । କାରଣ ପେଟ ଅଧିକ ସମୟ ଖାଲି ରହିବା ଦ୍ବାରା ଅନେକ ପ୍ରକାରର ରୋଗ ହୋଇଥାଏ । ସମସ୍ତେ ଭାବନ୍ତି ଯେ, ସକାଳ ଜଳଖିଆ ଅଧିକ ଖାଇବା ଉଚିତ ନୁହେଁ । କିନ୍ତୁ ବିଶେଷଜ୍ଞମାନେ ଏଥିରେ ସହମତି ପ୍ରକାଶ କରି ନାହାନ୍ତି । ସେମାନଙ୍କର କହିବା ଅନୁସାରେ, ଦିନର ପ୍ରଥମ ଭୋଜନ ପ୍ରୋଟିନ ଯୁକ୍ତ ହେବା ଆବଶ୍ୟକ ।
ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ମେଟାବୋଲିଜିମ(ହଜମ ପ୍ରକ୍ରିୟା) ଶୀଘ୍ର ହୋଇଯାଇଥାଏ । ଏହି କାରଣରୁ ରକ୍ତରେ ଶର୍କରା ସ୍ତର ମଧ୍ୟ ସନ୍ତୁଳିତ ଅବସ୍ଥାରେ ରହିଥାଏ । ପୃଷ୍ଟିକର ଜଳଖିଆ ଖାଇବା ଦ୍ବାରା ଦିନସାରା ସତେଜ ଅନୁଭବ କରିବା ସହିତ ଧ୍ୟାନ ଏବଂ ଏକାଗ୍ରତା ମଧ୍ୟ ଆସିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଜନ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସକାଳ ଜଳଖିଆ । ଯଦି ଆପଣ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି ତେବେ ଅଧିକା ସମୟ ଖାଲି ପେଟରେ ନରହି ପୃଷ୍ଟିକର ଖାଦ୍ୟ ଖାଆନ୍ତୁ ।
ଜଳଖିଆ ନଖାଇଲେ କଣ ହୁଏ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସକାଳ ଜଳଖିଆ କେଉଁ ସମୟରେ ଏବଂ କଣ ଖାଇବା ଉଚିତ୍ । ଜର୍ନାଲ୍ ନ୍ୟୁଟ୍ରିଆଣ୍ଟ ଏବଂ ମେଟାବୋଲିଜିମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେକୌଣସି ସମୟରେ ଜଳଖିଆ ଖାଇବା ଶରୀର ପାଇଁ ଭଲ ନୁହେଁ । ଏହା ଆପଣଙ୍କ ପେଟ କିମ୍ବା ହଜମ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିପାରେ । ହଜମ ପ୍ରକ୍ରିୟାରେ ବ୍ୟାଘାତ ଏହାର କାରଣ ହୋଇପାରେ । ଶରୀରରେ ଇନସୁଲିନ ମଧ୍ୟ ସନ୍ତୁଳିତ ଅବସ୍ଥାରେ ରହେ ନାହିଁ । ଡିସଲିପିଡେମିଆ, ମେଟାବୋଲିକ୍ ସିଣ୍ଡ୍ରୋମ ଏବଂ ଟାଇପ୍-୨ ମଧୁମେହ, ହୃଦ୍ରୋଗ ଏବଂ ମୋଟାପଣ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।
Fitness Tips: ସନ୍ଧ୍ୟା 6ଟାରେ ଡିନର, 9.30ରେ ଶୁଅନ୍ତି ଅନୁଷ୍କା, ଖୋଲିଲେ ଫିଟନେସ ରାଜ
ରାତିରେ ଖାଦ୍ୟ ଖାଇବାର କେତେ ଘଣ୍ଟା ପରେ ସକାଳ ଜଳଖିଆ ଖାଇବା ଉଚିତ: ଲୋକେ ସକାଳ ଜଳଖିଆ ଖାଇବା ସମୟରେ ରାତ୍ରି ଜଳଖିଆ ବିଷୟରେ ଭାବନ୍ତି ନାହିଁ । କିନ୍ତୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଉଛି ଯେ, ରାତ୍ରି ଭୋଜନ ଖାଇବାର 12 ଘଣ୍ଟା ପରେ ସକାଳ ଜଳଖିଆ ଖାଇବା ଉଚିତ୍ । 12 ଘଣ୍ଟା ପେଟକୁ ଖାଲି ରଖିବା ଉଚିତ ବୋଲି କୁହାଯାଇଛି । ଅନ୍ୟପଟେ ଯଦି ଦେଖିବା ଉପବାସର ଅବଧି ମଧ୍ୟ 12 ଘଣ୍ଟା ରହିବା ଉଚିତ । ଯଦି ଆପଣ 14 ରୁ 18 ଯାଏଁ କିଛି ଖାଇବେ ନାହିଁ ତାହେଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ ।
ଜଳଖିଆ ନଖାଇବା ଦ୍ବାରା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ: ଜର୍ନାଲ ଅଫ କାର୍ଡିଭାସ୍କୁଲାର ଡେଭଲପମେଣ୍ଟ ଆଣ୍ଡ ଡିଜିଜ ଜର୍ନାଲରେ ପ୍ରକାଶିତ ଏକ ତଥ୍ୟ ପ୍ରକାଶିତ ହୋଇଛି । ଆମେରିକା ଏବଂ ଜାପାନରୁ କିଛି ତଥ୍ୟ ଏଥିରେ ସାମିଲ କରାଯାଇଛି । ତେବେ ରିସର୍ଚ୍ଚରୁ ଜଣାପଡିଛି ଯେ, ଜଳଖିଆ ନଖାଉଥିବା ଲୋକଙ୍କ ଠାରେ ହୃଦଘାତର ଆଶଙ୍କା ଅଧିକ ରହିଥିଲା । ଏହା ମୃତ୍ୟୁର କାରଣ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଜଳଖିଆରେ ଫଳ ସହିତ ଅଣ୍ଡା, ପନିର ଏବଂ ଟୋଷ୍ଟ କିମ୍ବା ଓଟମିଲ ଏବଂ ଏକ ଗ୍ଲାସ କ୍ଷୀର ବା ବାଦାମ କ୍ଷୀର ପିଇବା ଉଚିତ୍ । ନଚେତ ଅଳ୍ପ ପରିମାଣର ଚକୁଳି ଏବଂ ଇଡଲି ଖାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ