ETV Bharat / sukhibhava

Cancer : ଚତୁର୍ଥ ଷ୍ଟେଜରେ ମଧ୍ୟ ହରାଇପାରିବେ କ୍ୟାନ୍ସର, ଏହା କହିଲେ ଏକ୍ସପର୍ଟ

କର୍କଟ ରୋଗର ଚତୁର୍ଥ ଷ୍ଟେଜ ସବୁଠାରୁ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଅନେକ ରୋଗୀ ଏହି ଷ୍ଟେଜରେ ପହଞ୍ଚିବା ବେଳକୁ ମଧ୍ୟ ମରିଯାଇଥାଆନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ କହିଛନ୍ତି କି ଚତୁର୍ଥ ଷ୍ଟେଜରେ ମଧ୍ୟ ଏହାର ଚିକିତ୍ସା ସମ୍ଭବ ଅଟେ। ଅଧିକ ପଢନ୍ତୁ

author img

By

Published : Jul 7, 2023, 12:47 PM IST

Cancer
Cancer

ହାଇଦ୍ରାବାଦ: କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ । କିଛି ଲୋକ ଏପରିକି ବିଶ୍ୱାସ କରନ୍ତି ଯେ ଏହି ଅବସ୍ଥାରେ କର୍କଟ ଚିକିତ୍ସା ଅସମ୍ଭବ ଅଟେ । ଅନେକ ରୋଗୀ ଏହି ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ମଧ୍ୟ ମୃତ୍ୟୁ ବରଣ କରନ୍ତି, କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳେ ତେବେ ଏହି ପର୍ଯ୍ୟାୟରେ କର୍କଟ ଚିକିତ୍ସା ମଧ୍ୟ ସମ୍ଭବ । ଏହାର ଅର୍ଥ ହେଉଛି ବିପଜ୍ଜନକ ଏବଂ ମାରାତ୍ମକ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ହରାଇପାରିବା ।

କ୍ୟାନ୍ସରର ଚତୁର୍ଥ ଷ୍ଟେଜକୁ ନେଇ କରାଯାଇଥିଲା ଅଧ୍ୟୟନ: ପ୍ରକୃତରେ, ଚତୁର୍ଥ ପର୍ଯ୍ୟାୟରେ କର୍କଟ ରୋଗର ଚିକିତ୍ସା ସମ୍ଭବ ବୋଲି ଗୁରୁଗ୍ରାମର ହସ୍ପିଟାଲର ଡାକ୍ତର କହିଛନ୍ତି । ଏକ ରୋଗୀଙ୍କୁ ନେଇ ଅଧ୍ୟୟନ କରିବା ପରେ ଏଭଳି କହିଥିବା ଏକ ଜାତୀୟ ଗାଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଜଣେ କ୍ୟାନ୍ସର ରୋଗୀ ଗୋଟିଏ ନୁହେଁ ଅନେକ ଡାକ୍ତରଖାନାରେ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେ ଟକ୍ସେମିଆ ସ୍ତରରେ ରହିଥିଲେ ଏବଂ ତାଙ୍କଠାରେ କର୍କଟ ଦ୍ରୁତ ଗତିରେ ବିକଶିତ ହେଉଥିଲା । ଏହି କାରଣରୁ ରୋଗୀର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଲା । ଯେତେବେଳେ ମେଡିକାଲ ଅଙ୍କୋଲୋଜିଷ୍ଟ ଏବଂ ଡାକ୍ତରଖାନାର ଡାକ୍ତରମାନେ ଏହାକୁ ପରୀକ୍ଷା କରିଥିଲେ, ସେମାନେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ । ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଫଙ୍ଗଲ୍ ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥିଲା । ତାଙ୍କର ପ୍ଲେଟଲେଟ୍ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିଲା ଏବଂ ତାଙ୍କୁ ମଧ୍ୟ ଇଣ୍ଟ୍ରାକ୍ରାନିଆଲ୍ ହେମରେଜ ହେବାର ଆଶଙ୍କା ମଧ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: Cancer & Food: 'ହୁ'ର ଚେତାବନୀ, ପାଟିକୁ ସୁଆଦିଆ ଲାଗୁଥିବା ଏହି ଖାଦ୍ୟ କ୍ୟାନ୍ସର କାରଣ

ଚତୁର୍ଥ ଷ୍ଟେଜରେ କ୍ୟାନ୍ସର ଚିକିତ୍ସା ସମ୍ଭବ କି?: ବରିଷ୍ଠ ଡାକ୍ତରୀ ଅଙ୍କୋଲୋଜିଷ୍ଟଙ୍କ ଅନୁଯାୟୀ ଯଦି ଉପଯୁକ୍ତ ଚିକିତ୍ସା, ଔଷଧ ଏବଂ ଥେରାପି ବ୍ୟବହୃତ ହୁଏ ତେବେ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ କର୍କଟ ରୋଗର ଚିକିତ୍ସା ହୋଇପାରିବ । ଏହି ରୋଗୀର ଚିକିତ୍ସା କରୁଥିବାବେଳେ ଡାକ୍ତରଙ୍କ ଦଳ ପ୍ରଥମେ ଫିବର ନିଉଟ୍ରୋପେନିଆର ଚିକିତ୍ସା ଆରମ୍ଭ କରିଥିଲେ । ତାଙ୍କ ଅବସ୍ଥା କ୍ରମାଗତ ଭାବରେ ଖରାପ ହେଉଥିବାରୁ ଛାତି, ପେଟ ଏବଂ ପରିସ୍ରାରେ ମଧ୍ୟ ସଂକ୍ରମଣ ହୋଇଥିଲା । ଏହା ଡାକ୍ତରଙ୍କ ପାଇଁ ବହୁତ ଚିନ୍ତାର ବିଷୟ ଥିଲା । ତାଙ୍କ ଶରୀରରେ ପୂର୍ବରୁ ଥିବା ଆଣ୍ଟିବାୟୋଟିକ୍-ପ୍ରତିରୋଧକ ଜୀବାଣୁଙ୍କ ଉପସ୍ଥିତି ହେତୁ, ଆଣ୍ଟିବାୟୋଟିକ୍ ମଧ୍ୟ କାମ କରୁନଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ହାଇ-ଟେକ୍ ଏବଂ ପ୍ରମାଣ ଭିତ୍ତିକ ଔଷଧ ଦିଆଯାଉଥିଲା ଏବଂ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ତାଙ୍କର ଯତ୍ନ ନିଆଯାଇଥିଲା । ଗୁରୁଗ୍ରାମର ସି.କେ ବିର୍ଲା ହସ୍ପିଟାଲର ଡାକ୍ତରମାନେ କହିଥିଲେ ଯେ ଯେତେବେଳେ ରୋଗୀ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କଠାରୁ କ୍ୟାଣ୍ଡିଡା ମିଳିଥିଲା । ଏହା ଏକ ପ୍ରକାର ଫଙ୍ଗଲ୍ ସଂକ୍ରମଣ । ଏହାକୁ ଏଡାଇବା ପାଇଁ ରୋଗୀଙ୍କୁ ଆମ୍ଫୋଟେରାଇସିନ୍ ଦିଆଯାଇଥିଲା । ତେବେ ଏହାପରେ ସ୍ବାସ୍ଥ୍ୟରେ ଉନ୍ନତି ଆସିଥିଲା ବୋଲି କୁହାଯାଇଥିଲା । କୁହାଯାଏ ଇମ୍ୟୁନୋ ଥେରାପି ଦ୍ବାରା ଏହି ଷ୍ଟେଜର ଚିକିତ୍ସା କରାଯାଇ ପାରିବ। ଏହାସହ ସର୍ଜରୀ, ରେଡିଓ ଥେରାପି, କେମୋ ଥେରାପି ଦ୍ବାରା ମଧ୍ୟ ରୋଗୀକୁ କିଛି ମାତ୍ରାରେ ଆରାମ ମିଳିଥାଏ ।

କ୍ୟାନ୍ସରର ଷ୍ଟେଜ-4: କ୍ୟାନ୍ସରର ଚୋରୋଟି ଷ୍ଚେଜ ରହିଥାଏ । କର୍କଟ ରୋଗର ଶେଷ ଷ୍ଟେଜ୍‌ ହେଉଛି ଚତୁର୍ଥ ଷ୍ଟେଜ୍‌ । ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ସାଂଘାତିକ ପ୍ରମାଣିତ ହୋଇପାରେ । ଏହି ପର୍ଯ୍ୟାୟରେ, କର୍କଟ ଟ୍ୟୁମର ନିକଟସ୍ଥ କିମ୍ବା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ଏହାକୁ ସେକେଣ୍ଡାରୀ ବା ମେଟାଷ୍ଟାଟିକ୍ କ୍ୟାନସର ମଧ୍ୟ କୁହାଯାଏ । ଏହି ପର୍ଯ୍ୟାୟରେ କ୍ୟାନ୍ସର ସେଲ୍‌ ପ୍ରତି ଅଙ୍ଗକୁ ବ୍ୟାପିବା ସହ ଅଙ୍ଗକୁ ନଷ୍ଟ କରିଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.