ETV Bharat / sukhibhava

Malabsorption Syndrome: ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପରେ ମଧ୍ୟ ବଢୁନି ଓଜନ ? ଏହି ରୋଗ ଆଶଙ୍କା - ମାଲାବସର୍ପସନ୍ ସିଣ୍ଡ୍ରୋମ ଲକ୍ଷଣ

ସୁସ୍ଥ ଏବଂ ଉଚିତ ପରିମାଣର ଖାଦ୍ୟ ଖାଇବା ପରେ ମଧ୍ୟ ଓଜନ ବଢୁନଥିଲେ ତାହା ମାଲାବସର୍ପସନ୍ ସିଣ୍ଡ୍ରୋମର ଶିକାର ହୋଇପାରନ୍ତି । ଫଳରେ ଶରୀରରେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ମିଳି ନଥାଏ, ଯେଉଁ କାରଣରୁ ଶରୀରରେ ଦୁର୍ବଳତା ଅନୁଭବ ହୁଏ ଏବଂ ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ହୋଇପାରେ । ଅଧିକ ପଢନ୍ତୁ

ସୁସ୍ଥ ଖାଇବା ପରେ ମଧ୍ୟ ବଢୁନି ଓଜନ, ହୋଇପାରନ୍ତି ମାଲାବସର୍ପସନ୍ ସିଣ୍ଡ୍ରୋମର ଶିକାର

author img

By

Published : Jul 19, 2023, 3:26 PM IST

ହାଇଦ୍ରାବାଦ: ମାଲାବସର୍ପସନ୍ ସିଣ୍ଡ୍ରୋମ ହେଉଛି ଏକ ହଜମ ପ୍ରକ୍ରିୟା ଯେଉଁଥିରେ ଶରୀରରେ ଖାଦ୍ୟ ସଠିକ୍ ଭାବରେ ଗ୍ରହଣ କରିବାରେ ଅସୁବିଧା ହୋଇଥାଏ। ସାଧାରଣତଃ ହଜମ ପ୍ରକ୍ରିୟାରେ ତ୍ରୁଟି ହେତୁ କିମ୍ବା ଖାଦ୍ୟ ଏବଂ ଜୀବନଶୈଳୀ ସହିତ ଜଡିତ ଭୁଲ ଅଭ୍ୟାସ ହେତୁ ଏହି ସମସ୍ୟାର କାରଣ ହୋଇପାରେ । ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କଠାରେ ମାଲାବସର୍ପସନ୍ ସିଣ୍ଡ୍ରୋମ ମଧ୍ୟ ହୋଇପାରେ । କାରଣ ଏହି ଅବସ୍ଥାରେ, ଶରୀରରେ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱକୁ ସଠିକ୍ ଭାବରେ ଗ୍ରହଣ ଏବଂ ହଜମ କରିବାରେ ଅସୁବିଧା ହୁଏ । ଏହି କାରଣରୁ, ଶରୀର ଉପଯୋଗୀ ପୁଷ୍ଟିକର ମିଳିପାରେ ନାହିଁ। ତେବେ ଜାଣନ୍ତୁ, ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ...

ମାଲାବସର୍ପସନ୍ ସିଣ୍ଡ୍ରୋମର ଲକ୍ଷଣ:

ମାଲାବସର୍ପସନ୍ ସିଣ୍ଡ୍ରୋମ ସମସ୍ୟା ହେତୁ ପୋଷକ ତତ୍ତ୍ୱ ରୋଗୀର ଶରୀରରେ ସଠିକ୍ ଭାବରେ ମିଳିପାରେ ନାହିଁ । ଏହି କାରଣରୁ ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ । ମାଲାବସର୍ପସନ୍ ସିଣ୍ଡ୍ରୋମର ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । ସାଧାରଣତଃ ଏହି ସମସ୍ୟାରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ହେଉଛି ଡାଇରିଆ, ଅନ୍ତଃନଳୀରେ ଅସୁବିଧା, ଦୁର୍ବଳତା, ଓଜନ ହ୍ରାସ ଏବଂ ଶରୀରର ବିକାଶର ଅଭାବ । ଏହି କାରଣରୁ ରୋଗୀର ପୁଷ୍ଟିହୀନତାର ମଧ୍ୟ ସମସ୍ୟା ହୋଇପାରେ । ମାଲାବସର୍ପସନ୍ ସିଣ୍ଡ୍ରୋମରେ ଦେଖାଯାଇଥିବା କେତେକ ପ୍ରମୁଖ ଲକ୍ଷଣ ନିମ୍ନ ଲିଖିତ ଅଟେ ।

  • ପେଟ ଖରାପ: ଲୁଜ୍‌ ମୋଶନର ସମ୍ମୁଖୀନ ହୋଇପାରନ୍ତି । ଏହା ଅନ୍ତଃନଳୀରେ ସମସ୍ୟା ହେତୁ ହୋଇପାରେ ।
  • ବାନ୍ତି ଏବଂ ଅପଚ: ଖାଇବା ପରେ ବାନ୍ତି, ପେଟରେ ଗ୍ୟାସ୍ ଏବଂ ପେଟରେ ଯନ୍ତ୍ରଣା ହୋଇପାରେ । ଖାଦ୍ୟ ସଠିକ୍ ଭାବରେ ହଜମ କରିବାର କ୍ଷମତା ଅଭାବ ହେତୁ ଏହା ହୋଇପାରେ ।
  • ଓଜନ ହ୍ରାସ: ଯଦି ବିନା କାରଣରେ ଓଜନ ହ୍ରାସ ହେଉଛି, ତେବେ ଏହା ମାଲାବସର୍ପସନ୍ ସିଣ୍ଡ୍ରୋମର ଲକ୍ଷଣ ହୋଇପାରେ । ଖାଦ୍ୟରୁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱ ଶରୀରକୁ ନମିଳିଲେ ଏହା ହୋଇପାରେ ।
  • ଥକ୍କାପଣ ଏବଂ ଦୁର୍ବଳତା: ଅତିଶୀଘ୍ର କ୍ଳାନ୍ତ ବା ହାଲିଆ ଅନୁଭବ ହେଲେ କିମ୍ବା ଏବଂ ଦୁର୍ବଳ ଅନୁଭବ କଲେ ମାଲାବସର୍ପସନ୍ ସିଣ୍ଡ୍ରୋମର ଶିକାର ହୋଇପାରନ୍ତି । ଶରୀର ଆବଶ୍ୟକ ପୁଷ୍ଟିକର ଖାଦ୍ୟ ନପାଇଲେ ଏହା ହୋଇପାରେ ।
  • ଅନିୟମିତ ଋତୁସ୍ରାବ: ମହିଳାମାନଙ୍କଠାରେ ମାଲାବସର୍ପସନ୍ ସିଣ୍ଡ୍ରୋମ କାରଣରୁ ପୋଷକତତ୍ତ୍ବର ଅଭାବ ହୋଇପାରେ । ଫଳରେ ଋତୁସ୍ରାବରେ ଅନିୟମିତତା ହୋଇଥାଏ ।

ମାଲାବସର୍ପସନ୍ ସିଣ୍ଡ୍ରୋମର କାରଣ:

ମାଲାବସର୍ପସନ୍ ସିଣ୍ଡ୍ରୋମ ପାଇଁ ସ୍ୱାସ୍ଥ୍ୟ ସହ ଜଡ଼ିତ ଅନ୍ୟ ଜିନିଷକୁ ମଧ୍ୟ ଦାୟୀ କରାଯାଏ । ଜନ୍ମ ସମୟରୁ ଶରୀରରେ ଉପସ୍ଥିତ ଥିବା ରୋଗ ଯୋଗୁଁ ମଧ୍ୟ ଏହି ସମସ୍ୟା ହୋଇପାରେ । ଏହା ବ୍ୟତୀତ ଖାଦ୍ୟ ଏବଂ ଜୀବନଶୈଳୀ ସହ ଜଡିତ କେତେକ କାରଣରୁ ମାଲାବସର୍ପସନ୍ ସିଣ୍ଡ୍ରୋମ ହୋଇପାରେ । ଅଧିକାଂଶ କ୍ଷେତ୍ରରେ, ଭୁଲ ଖାଇବା ଅଭ୍ୟାସ ଏବଂ ହଜମ ପ୍ରକ୍ରିୟା ସହ ଜଡିତ ସମସ୍ୟା ହେତୁ ଏହି ରୋଗ ଦେଖାଯାଏ । ଅଧିକାଂଶ ଲୋକ ଏହି ସମସ୍ୟା ବିଷୟରେ ଅବଗତ ନୁହଁନ୍ତି ଯେଉଁଥିପାଇଁ ସେମାନେ ଏହାକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଅନ୍ତି ନାହିଁ । ମାଲାବସର୍ପସନ୍ ସିଣ୍ଡ୍ରୋମ ସମସ୍ୟା ପାଇଁ କେତେକ ମୁଖ୍ୟ କାରଣ ନିମ୍ନଲିଖିତ ଅଟେ ।

  • କୌଣସି ସଂକ୍ରମଣ ହେତୁ
  • ସିଲିଏକ୍ ରୋଗ ଏବଂ ସିଷ୍ଟିକ୍ ଫାଇବ୍ରୋସିସ୍ କାରଣରୁ
  • ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ଗ୍ରହଣ କରୁଥିଲେ
  • ଅଗ୍ନାଶୟରେ ସମସ୍ୟା ହେଲେ

ଏହା ମଧ୍ୟ ପଢନ୍ତୁ: ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ବିପଦକୁ ହ୍ରାସ କରିପାରିବେ ଏହି ସବୁ ଖାଦ୍ୟ

ମାଲାବସର୍ପସନ୍ ସିଣ୍ଡ୍ରୋମର ଚିକିତ୍ସା:

ମାଲାବସର୍ପସନ୍ ସିଣ୍ଡ୍ରୋମର ଚିକିତ୍ସା ପାଇଁ, ପୁଷ୍ଟିକର ଖ୍ୟାଦ୍ୟ ଖାଇବା ଉଚିତ । ଯାହା ଶରୀର ପାଇଁ ଜରୁରୀ ଅଟେ । ଯଦି କୌଣସି ନିର୍ଦ୍ଦିଷ୍ଟ କାରଣରୁ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ, ତେବେ ଡାକ୍ତର ଔଷଧ ଖାଇବାକୁ ମଧ୍ୟ ପରାମର୍ଶ ନେବା ଆବଶ୍ୟକ । ମାଲାବସର୍ପସନ୍ ସିଣ୍ଡ୍ରୋମର ସଠିକ୍ ନିରାକରଣ ଏବଂ ଚିକିତ୍ସା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.