ETV Bharat / sukhibhava

ମଶା କାମୁଡିଲେ କେବଳ ଡେଙ୍ଗୁ ନୁହେଁ ହୋଇପାରେ ଏହି ସାଘାଂତିକ ରୋଗ

ଡାକ୍ତରୀ ଭାଷାରେ ଫାଇଲେରିଆକୁ ଏଲିଫେଣ୍ଟିଆସିସ କୁହାଯାଏ । ତେବେ ଜାଣନ୍ତୁ ଏହି ରୋଗର କାରଣ ଏବଂ ଲକ୍ଷଣ

author img

By

Published : Aug 4, 2023, 1:24 PM IST

lymphatic filariasis
lymphatic filariasis

ହାଇଦ୍ରାବାଦ: ବର୍ଷା ଦିନରେ ମଶାମାନଙ୍କ ପ୍ରାଦୁର୍ଭାବ ଅଧିକ ରହିଥାଏ । ମନସୁନ ବା ବର୍ଷା ଋତୁରେ ମଶା ଦ୍ବାରା ହେଉଥିବା ରୋଗ ସାଧାରଣ ହୋଇଗଲାଣି । ବର୍ଷା ଋତୁରେ ଆରମ୍ଭ ହେବା ମାତ୍ରେ ମଶାମାନେ ବଂଶ ବିସ୍ତାର କରିବା ଆରମ୍ଭ କରିଦେଇଥାଆନ୍ତି । ବର୍ଷା ଧରାପୃଷ୍ଠକୁ ଶୀତଳ କରିବା ସହ ମନକୁ ଶାନ୍ତି ପ୍ରଦାନ କରୁଥିବା ବେଳେ ମଶା ରୋଗକୁ ଉପହାର ଆକାରରେ ଦେଲା ଭଳି ମନେହୁଏ। ଆଜିକାଲି ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁଙ୍ଗୁନିଆ ଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗକୁ ବାଦଦେଲେ ଅନ୍ୟ କିଛି ରୋଗ ରହିଛି ଯାହାକି ବିପଦଜନ୍ନକ ହୋଇପାରେ। ଏଭଳି କିଛି ରୋଗ ହେଉଛି ଲିମ୍ଫୋଟିକ୍ ଫାଇଲୋରିୟାସିସ୍ କିମ୍ବା ଏଲିଫେଣ୍ଟିଆସିସ ବା ଫାଇଲେରିଆ । ଏହି ରୋଗ କେତେକ କ୍ଷେତ୍ରରେ ବିପଦଜନ୍ନକ ହୋଇଥାଏ ।

ଫାଇଲେରିଆ କଣ: ଡାକ୍ତରୀ ଭାଷାରେ ଫାଇଲେରିଆକୁ ଏଲିଫେଣ୍ଟିଆସିସ କୁହାଯାଏ । ଲିମ୍ଫୋଟିକ୍ ଫିଲାରିଆସିସ୍ ଏକ ପ୍ରକାର ସଂକ୍ରମଣ ଯାହା ଫାଇଲେରିଆଲ୍ ପରଜୀବୀ ଦ୍ବାରା ହୋଇଥାଏ । ମଶା କାମୁଡିବା ଦ୍ବାରା ମଣିଷରେ ଶରୀରରେ ପ୍ରବେଶ କରିଥାଏ । ଏହି ସଂକ୍ରମଣ ପ୍ରାୟତଃ ବାଲ୍ୟକାଳରେ ଦେଖିବାକୁ ମିଳିଥାଏ, ଯାହା ବ୍ୟକ୍ତିର ଲିମ୍ଫୋଟିକ୍ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରଭାବ ତୁରନ୍ତ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ଯେତେବେଳେ ବିକଶିତ ହୁଏ ସେତେବେଳେ ପାଦ ଅଧିକ ଫୁଲି ଯାଉଥାଏ । ଏହାକୁ ଏଲିଫେଣ୍ଟିଆସିସ କୁହାଯାଏ ।

ଏହି ରୋଗ ଗମ୍ଭୀର ହେଲେ ଅକ୍ଷମ ମଧ୍ୟ ହୋଇପାରେ । ପରଜୀବୀ ବ୍ୟକ୍ତିର ଶରୀରରେ ପ୍ରବେଶ କରି ଲିମ୍ଫୋଟିକ୍ ସିରାରେ ପହଞ୍ଚି ବିକଶିତ ହୋଇଥାଏ । ଏହି କାରଣରୁ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣାଦାୟକ ଫୁଲା ଦେଖାଯାଏ । ମଶା କାମୁଡ଼ିବା, ଡେଙ୍ଗୁ ଇତ୍ୟାଦି ଦ୍ବାରା ହେଉଥିବା ସଂକ୍ରମଣ ଅପେକ୍ଷା ଏହା ଅଧିକ ଗମ୍ଭୀର । ଏହି ରୋଗରେ ଆକ୍ରାନ୍ତ ହେଲେ ଏହାର ପ୍ରଭାବ ବର୍ଷ ବର୍ଷ ଧରି ରହିପାରେ ।

ଫାଇଲେରିଆର ଲକ୍ଷଣ:

  • ପାଦ ଫୁଲିବା
  • ପାଦ ଫୁଲି ହାତି ପାଦ ଭଳି ହୋଇଯାଇଥାଏ
  • ବାରମ୍ବାର ଜ୍ବର ହେବା
  • ପେଲଭିକ ଫୁଲି ଯିବା
  • ଶରୀର କୁଣ୍ଡେଇ ହେବା
  • ମୁଣ୍ଡ ବିନ୍ଧା

ଏହା ମଧ୍ୟ ପଢନ୍ତୁ: Dengue: ଡେଙ୍ଗୁଠୁ ଛୁଆକୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହ ଟିପ୍ସ

ଫାଇଲେରିଆ ଠାରୁ କିଭଳି ବର୍ତ୍ତିବେ:

ଘରର କବାଟ ଝରକାରେ ଜାଲି ଲଗାନ୍ତୁ

ମଶା କାମୁଡା ଠାରୁ ବର୍ତ୍ତିବା ପାଇଁ ହାତ ଗୋଡରେ ଜେଲ୍ ଲଗାନ୍ତୁ

ଆଖପାଖରେ ପାଣିଜମା ହେବାକୁ ଦିଅନ୍ତୁ ନାହିଁ

ଯଦି ଲିମ୍ଫୋଟିକ୍ ଫାଇଲେରିଆ ରୋଗର ଚିକିତ୍ସା ବିଷୟରେ କହିବା, ତେବେ ସଂକ୍ରମଣର ଲକ୍ଷଣ ଏବଂ ପର୍ଯ୍ୟାୟ ଅନୁସାରେ ଚିକିତ୍ସା କରାଯାଏ । କେତେକ କ୍ଷେତ୍ରରେ ଔଷଧ ଦ୍ବାରା ଚିକିତ୍ସା କରାଯାଉଥିବା ବେଳେ ଗୁରୁତର କ୍ଷେତ୍ରରେ ପ୍ରଭାବିତ ଜାଗାରେ ଅସ୍ତ୍ରପୋଚାର ମଧ୍ୟ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.