ETV Bharat / sukhibhava

ମସ୍ତିଷ୍କ ରୋଗ ଆଲଜାଇମର୍ କଣ, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ - କାହିଁକି ହୁଏ ଆଲଜାଇମର୍

ବାର୍ଦ୍ଧକ୍ୟ ସହ ଜଡିତ ଏକ ରୋଗ ହେଉଛି ଆଲଜାଇମର୍ । ବେଳେ ବେଳେ ଏହି ରୋଗ ଚିକିତ୍ସା ଅଭାବରୁ ଗମ୍ଭୀର କରିଦିଏ । କେମିତି ରୋଗର ଲକ୍ଷଣ ଚିହ୍ନଟ ଓ ଚିକିତ୍ସା କରିବେ, ଜାଣନ୍ତୁ

alzheimer
alzheimer
author img

By

Published : May 3, 2023, 9:17 AM IST

ହାଇଦ୍ରାବାଦ: ମସ୍ତିଷ୍କ ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ଅଙ୍ଗ ଶରୀରର ଅନ୍ୟ ସମସ୍ତ ଅଙ୍ଗକୁ ନିର୍ଦ୍ଦେଶ ଦେଇଥାଏ ଏବଂ ସେଗୁଡିକ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳିତ କରାଏ । କିନ୍ତୁ ଯଦି ମସ୍ତିଷ୍କରେ ବ୍ୟାଘାତ ହୁଏ, ତେବେ ଅନ୍ୟ ସମସ୍ତ ଅଙ୍ଗର କାର୍ଯ୍ୟ ପ୍ରଭାବିତ ହେବ । ସେଗୁଡିକ ସୁସ୍ଥ ଥାଇ ମଧ୍ୟ ଜଣେ ବ୍ୟକ୍ତି ଭିନ୍ନକ୍ଷମରେ ପରିଗଣିତ ହେବେ । ତେଣୁ ଏହାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମସ୍ତିଷ୍କର ବିଭିନ୍ନ ରୋଗ ମଧ୍ୟରୁ ଆଲଜାଇମର ଅନ୍ୟତମ । ଆଜିର ଆର୍ଟିକିଲରେ ଜାଣନ୍ତୁ ଅଲଜାଇମର ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ...

ଆଲଜାଇମର୍ କଣ:-

ବିଶେଷଜ୍ଞ କହିବା ଅନୁସାରେ, ମସ୍ତିଷ୍କରେ ଏକ ଶହ ବିଲିୟନରୁ ଅଧିକ ନ୍ୟୁରନ୍(ସ୍ନାୟୁ) ଅଛି । ପ୍ରତ୍ୟେକ ନ୍ୟୁରନ୍ ଏକ ନେଟୱାର୍କ ଗଠନ ପାଇଁ ଅନ୍ୟାନ୍ୟ ଅନେକ ନ୍ୟୁରନ୍ ସହିତ ଯୋଗାଯୋଗ କରନ୍ତି । ଏହି ନେଟୱାର୍କର କାର୍ଯ୍ୟ ବିଶେଷ ଥାଏ । ସେମାନେ ଚିନ୍ତା, ଶିଖିବା, ମନେରଖିବା କାର୍ଯ୍ୟ କରନ୍ତି । ଅନ୍ୟ ନ୍ୟୁରନ୍ ଆମକୁ ଦେଖିବା, ଶୁଣିବା, ଗନ୍ଧ ବାରିବା ଇତ୍ୟାଦିରେ ସାହାଯ୍ୟ କରେ । ଏହା ବ୍ୟତୀତ ଅନ୍ୟ ସ୍ନାୟୁ ଆମର ମାଂସପେଶୀ ଚଳାଇବାରେ ସାହାଯ୍ୟ କରନ୍ତି । ଏହି କାର୍ଯ୍ୟ ଏକ ଛୋଟ ଶିଳ୍ପ(କାର୍ଯ୍ୟସଂସ୍ଥା) ଭାବରେ ପରିଚାଳିତ ହୁଏ । ସେମାନେ ଶକ୍ତି ଉତ୍ପାଦନ କରନ୍ତି ଏବଂ ଏହାକୁ ଯୋଗାଇବା ପାଇଁ କାର୍ଯ୍ୟ କରନ୍ତି ।

ଏହା ମଧ୍ୟ ପଢନ୍ତୁ:- ଏହି ପ୍ରାକୃତିକ ଚିକିତ୍ସା ଉପାୟରେ ଦୂର କରନ୍ତୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଶରୀରର ନୂତନ ଅଙ୍ଗ ତିଆରି କରିବା ପାଇଁ ଏହି ସ୍ନାୟୁ ମଧ୍ୟ କାମ କରନ୍ତି । ଏଥିସହ ସ୍ନାୟୁ ସୂଚନା ସଂରକ୍ଷଣ କରି ସେଗୁଡିକୁ ପ୍ରେରଣ କରିବା କାର୍ଯ୍ୟ ମଧ୍ୟ କରେ ଏହା ବିସ୍ତାର କରିବା ପାଇଁ ମଧ୍ୟ କାମ କରେ । କେବଳ ବାର୍ଦ୍ଧକ୍ୟ, ମସ୍ତିଷ୍କରେ ଆଘାତ, ମସ୍ତିଷ୍କରେ କୌଣସି ପ୍ରକାରର କର୍କଟ ହେଲେ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଫଳରେ ଜଣେ ବ୍ୟକ୍ତି ଧୀରେ ଧୀରେ ଚିନ୍ତା କରିବା, ବୁଝିବା, ଚିହ୍ନିବାରେ ଦୁର୍ବଳ ହୋଇଯାଆନ୍ତି । ଏହାକୁ ଅଲଜାଇମର ଗମ୍ଭୀର ପର୍ଯ୍ୟାୟ କୁହାଯାଏ ।

ବାର୍ଦ୍ଧକ୍ୟ ରୋଗ

ଅଧ୍ୟୟନ ଅନୁଯାୟୀ, ଆଲଜାଇମର ବାର୍ଦ୍ଧକ୍ୟ ଜନିତ ହେବାର ଗୁରୁତର ବିପଦ ରହିଛି । ଯଦିଓ ଏହି ରୋଗ 40 ରୁ 50 ବର୍ଷ ବୟସରେ ଅଧିକ ଦେଖାଯାଏ । ଏହି ସମସ୍ୟା ବୟସ ସହିତ ଅଧିକ ଗମ୍ଭୀର ହେବାକୁ ଲାଗେ । ଏକ ତୃତୀୟାଂଶ ଲୋକ 80 ବର୍ଷରୁ ଅଧିକ ହେଲେ ଏହି ରୋଗ ହେବାର ଆଶଙ୍କା ଥାଏ ।

ଲକ୍ଷଣ ଏବଂ ପ୍ରତିରୋଧ

ଆଲଜାଇମର ପ୍ରାରମ୍ଭିକ ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । ଲକ୍ଷଣ ଗୁଡିକ ମଧ୍ୟରେ ମନେ ରଖିନପାରିବା, କୌଣସି କଥାକୁ ବାରମ୍ବାର ପୁନରାବୃତ୍ତି କରିବା, ସମସ୍ୟାର ସମାଧାନ କରିବାରେ ଅସୁବିଧା, ଦିନ, ତାରିଖ, ସମୟ ଭୁଲିଯିବା, କୌଣସି ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ନହେବା, ବ୍ୟକ୍ତିର ଆଚରଣରେ ପରିବର୍ତ୍ତନ । ତେବେ ଅଲଜାଇମର ରୋଗର କୌଣସି ଉପଶମ ନାହିଁ । କିନ୍ତୁ ଏହି ରୋଗ ଲକ୍ଷଣ ଆଧାରରେ ପରିଚାଳିତ ହୁଏ । ରୋଗର ବୃଦ୍ଧିକୁ ରୋକିବା ପାଇଁ ଡାକ୍ତରମାନେ ଔଷଧ ଦିଅନ୍ତି । ଏହା ବ୍ୟତୀତ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ପ୍ରତି ଧ୍ୟାନ ଦେଲେ ଗମ୍ଭୀରତାକୁ ରୋକା ଯାଇପାରେ । ତେଣୁ ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.