ହାଇଦ୍ରାବାଦ: ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆମ ଦେଶର ମହିଳାମାନେ ଅଧିକ ଗର୍ଭାଶୟ ଅପସାରଣ ଅର୍ଥାତ୍ ହିଷ୍ଟେରେକ୍ଟୋମି ପଦ୍ଧତି ଆପଣାଉଛନ୍ତି(Increasing Trend Of Hysterectomy In Indian Women) । ଏହା ଏକ ଟ୍ରେଣ୍ଡ୍ ହୋଇଯିବା ଉଦ୍ବେଗଜନକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ହିଷ୍ଟେରେକ୍ଟୋମି କ'ଣ ଏହା କାହିଁକି ଆପଣାଯାଏ ଏବଂ ଏହାଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ କି କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ।
ହିଷ୍ଟେରେକ୍ଟୋମି କ'ଣ(What is Hysterectomy) ?
ଗର୍ଭାଶୟକୁ ବାହାର କରିବା ପାଇଁ ହିଷ୍ଟେରେକ୍ଟୋମି ସର୍ଜରୀ କରାଯାଏ । ଏହି ଅସ୍ତ୍ରୋପଚାର ଆବଶ୍ୟକତା ଅନୁଯାୟୀ ମହିଳାଙ୍କ ପେଟ କିମ୍ବା ଯୋନୀ(Vagina) ମାଧ୍ୟମରେ କରାଯାଇଥାଏ । ବାସ୍ତବରେ, ଅନେକ ପ୍ରକାରର ହିଷ୍ଟେରେକ୍ଟୋମି ଅଛି । ଏହା ଅସ୍ତ୍ରୋପଚାର ଉପରେ ନିର୍ଭର କରେ । ଏକ ପ୍ରକାର ଅସ୍ତ୍ରୋପଚାରରେ, ହିଷ୍ଟେରେକ୍ଟୋମି ଗର୍ଭାଶୟକୁ ବାହାର କରିଦିଏ, କିନ୍ତୁ ଗର୍ଭାଶୟ ଗ୍ରୀବା(uterine cervix) ଅକ୍ଷୁର୍ଣ୍ଣ ରହେ । ଦ୍ୱିତୀୟ ହିଷ୍ଟେରେକ୍ଟୋମିରେ ଉଭୟ ଗର୍ଭାଶୟ ଏବଂ ଗର୍ଭାଶୟ ଗ୍ରୀବାକୁ ବାହାର କରାଯାଇଥାଏ । ତୃତୀୟ ପ୍ରକାରରେ, ହିଷ୍ଟେରେକ୍ଟୋମି ସମୟରେ ଗର୍ଭାଶୟ, ଗର୍ଭାଶୟ ଗ୍ରୀବା, ଗୋଟିଏ କିମ୍ବା ଉଭୟ ଡିମ୍ବାଣୁ ଏବଂ ଫଲୋପିଆନ୍ ଟ୍ୟୁବ୍ ମଧ୍ୟ ବାହାର କରାଯାଇଥାଏ ।
ଗର୍ଭାଶୟ ଅପସାରଣ ପରେ ସ୍ୱାସ୍ଥ୍ୟ ସମସ୍ୟା(Health Problems After Removing Uterus):-
ଗର୍ଭାଶୟ ଅପସାରଣ କାରଣରୁ ମହିଳାମାନଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଯଦିଓ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହା କେବଳ ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କରାଯିବା ଉଚିତ । ଡାକ୍ତରଙ୍କ ପରାମର୍ଶ ବିନା କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ହେତୁ ହିଷ୍ଟେରେକ୍ଟୋମି କରିବା ଶରୀର ପାଇଁ କିଛି ଗୁରୁତର କ୍ଷତି ମଧ୍ୟ କରିପାରେ ।
ଗର୍ଭାଶୟ ଅପସାରଣର ପାର୍ଶ୍ୱ ପ୍ରତିକ୍ରିୟା(Side Effects of Removing Uterus):-
- ଅସ୍ତ୍ରୋପଚାର ପରେ, କିଛି ଦିନ ପାଇଁ ଯୋନୀ ରକ୍ତସ୍ରାବ ହେବାର ସମ୍ଭାବନା ଅଛି । ଅସ୍ତ୍ରୋପଚାର ପରେ ଏହି ସମସ୍ୟା ଏକ ସାଧାରଣ ବୋଲି କୁହାଯାଉଛି ।
- କିଛି ଦିନ ଅସ୍ତ୍ରୋପଚାର ସ୍ଥାନରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୁଏ ।
- ପ୍ରଭାବିତ ଅଞ୍ଚଳ ଫୁଲିଯିବା କିମ୍ବା କ୍ଷତ ଚିହ୍ନ ଦେଖାଯାଏ ।
- ଅସ୍ତ୍ରୋପଚାର ଚାରିପାଖରେ ଜ୍ବଳନ କିମ୍ବା କୁଣ୍ଡେଇ ହେବାର ଲକ୍ଷଣ ଦେଖାଯାଏ ।
- ଏହି ଅସ୍ତ୍ରୋପଚାର ପରେ ଜଣେ ମହିଳା ଗର୍ଭବତୀ ହେବାର ସମ୍ଭାବନା ନଥାଏ ।
- ଋତୁସ୍ରାବ ମଧ୍ୟ ବନ୍ଦ ହୋଇଯାଏ ।
- ମହିଳାଙ୍କ ଯୋନୀରେ ଶୁଷ୍କତା ଅନୁଭବ ହୁଏ ।
- ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଯନ୍ତ୍ରଣା ଅଧିକ ହୋଇପାରେ ।
- ସେକ୍ସ ଡ୍ରାଇଭ୍ ହ୍ରାସ ହେବାର ସମ୍ଭାବନା ଥାଏ ।
ଏହା ମଧ୍ୟ ପଢନ୍ତୁ:- Hysterectomy: ଭାରତୀୟ ମହିଳାଙ୍କ ମଧ୍ୟରେ ବଢୁଛି ଗର୍ଭାଶୟ ଅପସାରଣ ଟ୍ରେଣ୍ଡ୍
ହିଷ୍ଟେରେକ୍ଟୋମି ଆପଣାଇବାର କାରଣ:-
ସାଧାରଣତ ପ୍ରତ୍ୟେକ ମହିଳା ମାସିକ ଋତୁସ୍ରାବର ଚକ୍ର ଦେଇ ଗତି କରନ୍ତି । ମହିଳା ଗର୍ଭବତୀ ନହେବା ପର୍ଯ୍ୟନ୍ତ ଏହା ଚାଲିଥାଏ, ପୁନର୍ବାର ଶିଶୁ ଜନ୍ମ ପରେ ଏହି ଚକ୍ର ଆରମ୍ଭ ହୁଏ । ଏହି ମାସିକ ଅବଧି ସମୟରେ, କେତେକ ମହିଳାଙ୍କୁ ଅନ୍ୟାନ୍ୟ ସମସ୍ୟା ସହିତ ରକ୍ତହୀନତାର ସାମ୍ନା କରିବାକୁ ପଡେ । ମହିଳାଙ୍କ ମୁଡ୍ ପରିବର୍ତ୍ତନ ଠାରୁ ଆରମ୍ଭ କରି ପେଟ ଯନ୍ତ୍ରଣା ସହ ଅନେକ ମାନସିକ ସ୍ତରର ସମସ୍ୟା ସୃଷ୍ଟି ହୋଇଥାଏ । ତଥାପି, ଶରୀର ଅନୁଯାୟୀ, ଏହି ଅବଧି ସମୟରେ ପ୍ରତ୍ୟେକ ମହିଳାଙ୍କର କିଛି ବିଶେଷ ସମସ୍ୟା ଥାଏ ।
ପ୍ରତ୍ୟେକ ମହିଳାଙ୍କର ସମାନ ସମସ୍ୟା ହେବା ମଧ୍ୟ ଜରୁରୀ ନୁହେଁ । କିନ୍ତୁ କେତେକ ସ୍ଥାୟୀ ସମସ୍ୟା କାରଣରୁ ମହିଳାମାନେ ନିଜ ଶରୀରରୁ ଗର୍ଭାଶୟ ଅପସାରଣ କରୁଛନ୍ତି, ଯାହା ଦିନକୁ ଦିନ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ଏହା ଋତୁସ୍ରାବ ପ୍ରକ୍ରିୟା ଏବଂ ପ୍ରଜନନ ପ୍ରକ୍ରିୟାକୁ ବନ୍ଦ କରିପାରେ, ମାତ୍ର ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାର କାରଣ ହୁଏ । ତେବେ ଏଥିପ୍ରତି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ପଡିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।