ETV Bharat / sukhibhava

ସ୍ଲିମ୍ ଫିଗର୍ ପାଇଁ କେବଳ ଫଳ ଓ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ ସାବଧାନ !

author img

By

Published : Mar 22, 2023, 3:59 PM IST

ନିୟନ୍ତ୍ରିତ ଓଜନ ସାଙ୍ଗକୁ ସ୍ଲିମ୍ ଫିଗର୍ କିଏ ବା ନଚାହେଁ । ସ୍ଲିମ୍ ଫିଗର୍ ଏବଂ ଜିମ୍‌ର ଟ୍ରେଣ୍ଡ୍‌ରେ ବର୍ତ୍ତମାନର ଯୁବପିଢି । ଏଥିପାଇଁ କିଏ କେତେ ଉପାୟ ଆପଣାଉଛନ୍ତି । ଯଦି ଏଥିପାଇଁ କେବଳ ଫଳ ଏବଂ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ସେବନ କରି ରହୁଛନ୍ତି, ତେବେ ଜାଣି ନିଅନ୍ତୁ ପାର୍ଶ୍ବ ପ୍ରତିକ୍ରିୟା କଣ ହୋଇପାରେ । ଅଧିକ ପଢ଼ନ୍ତୁ

vegetables
vegetables

ହାଇଦ୍ରାବାଦ: ବର୍ତ୍ତମାନର ଯୁବପିଢି ସ୍ଲିମ୍ ଫିଟ୍‌ନେସ୍ ପାଇଁ ଅନେକ ଉପାୟ ଆପଣାଉଛନ୍ତି । ଜିମ୍ ଯିବା ପରଠୁ ଡାଏଟ୍‌ ଉପରେ ଧ୍ୟାନ ଦେଉଛନ୍ତି । ଏଥିପାଇଁ କେବଳ ଫଳ ଏବଂ ପନିପରିବାରେ ତିଆରି ଖାଦ୍ୟ ଗ୍ରହଣ କରନ୍ତି, ତାହା ପୁଣି ସ୍ବଳ୍ପ ପରିମାଣରେ । ସବୁଠୁ ବଡ କଥା ହେଉଛି କି ଓଜନ ନିଅନ୍ତ୍ରଣ ପାଇଁ କେତେକ ବ୍ୟକ୍ତି ସ୍ବଳ୍ପ ଆହାର ମଧ୍ୟ ଗ୍ରହଣ କରନ୍ତି । ଏସବୁ ବାସ୍ତବରେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଓଜନ ନିୟନ୍ତ୍ରଣ ପାଇଁ ନିୟମିତ ଫଳ ଏବଂ ପନିପରିବା ଆହାର ଭକ୍ଷଣ କରୁଥିଲେ କି କି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ, ଜାଣନ୍ତୁ

କେବଳ ଫଳ ଓ ପନିପରିବା ଖାଇଲେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇପାରେ: ଓଜନ ହ୍ରାସ ପାଇଁ ଆପଣ ନିଶ୍ଚିତ ଭାବରେ ଫଳ ଏବଂ ପନିପରିବା ଖାଇପାରିବେ, କିନ୍ତୁ ନିୟମିତ ଭାବରେ ଏସବୁ ଖାଇଲେ ପେଟ ପୂର୍ଣ୍ଣ ହୋଇନଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ନୁହେଁ । ଏହି କାରଣରୁ ମାଂସପେଶୀ ଶକ୍ତି ହରାଇଥାଏ । ଶରୀରରେ ମାକ୍ରୋନ୍ୟୁଟ୍ରିଏଣ୍ଟ୍‌ର ଅଭାବ ଅସନ୍ତୁଳନ ସୃଷ୍ଟି କରେ । କାରଣ ଫଳ ଏବଂ ପନିପରିବାରେ କୌଣସି ଚର୍ବି ଏବଂ ପ୍ରୋଟିନ୍ ନଥାଏ । ଯାହା ଶରୀର ପାଇଁ ନିହାତି ଜରୁରୀ ।

ଏହା ମଧ୍ୟ ପଢନ୍ତୁ:- World Water Day: ରହିଲେ ସଚେତନ, ଦୂର ହୋଇବ ଜଳ ସଙ୍କଟ

ଯଦି ଆପଣ ନିୟମିତ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି, ତେବେ ଧୀରେଧୀରେ ଶରୀର ଶକ୍ତି ହରାଇଥାଏ ଏବଂ ଶରୀରରେ ଶକ୍ତି ଅଭାବ ଦେଖାଯାଏ । ଯେଉଁଥିପାଇଁ ଦୈନନ୍ଦିନ କାର୍ଯ୍ୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ମାକ୍ରୋନ୍ୟୁଟ୍ରିଏଣ୍ଟ ବ୍ୟତୀତ ଫଳ ଏବଂ ପନିପରିବାରେ କ୍ୟାଲସିୟମ, ଜିଙ୍କ୍‌, ଓମେଗା-3 ଏବଂ ଓମେଗା-6 ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଅଭାବ ରହିଛି । କଞ୍ଚା ଖାଦ୍ୟରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହିପରି ଖାଦ୍ୟରେ ଅଧିକ ଫାଇବର ହୋଇପାରେ, ଯାହା ଗ୍ୟାସ୍ କିମ୍ବା ପେଟ ଫୁଲା ସୃଷ୍ଟି କରିପାରେ । ତେଣୁ ଏକ ସନ୍ତୁଳିତ ଖାଦ୍ଯ ଗ୍ରହଣ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଏହି ସବୁ ଲକ୍ଷଣ ଲିଭର୍ ସିରୋସିସ୍‌ରେ ଦେଖାଯାଏ

ଉଲ୍ଲେଖ ଥାଉ କି, ଫଳ ଏବଂ ପନିପରିବା ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ରୋଗ ହ୍ରାସପାଏ । ପ୍ରତିଦିନ କେବଳ ଫଳ ଏବଂ ପନିପରିବା ଖାଇ ସହଜରେ ଓଜନ ହ୍ରାସ କରିପାରିବେ । ଏହା ସହିତ, କୋଲେଷ୍ଟ୍ରଲ ସ୍ତର ଏବଂ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିବ । ଫଳ ଏବଂ ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯେଉଁଥିପାଇଁ କମ୍ ବୟସରୁ ଚର୍ମର ବାର୍ଦ୍ଧକ୍ୟ ସମସ୍ୟା ଆସିନଥାଏ । ଉଭୟ ସବୁଜ ପନିପରିବା ଏବଂ ମାଂସଜାତୀୟ ଖାଦ୍ୟ ଶରୀର ପାଇଁ ଆବଶ୍ୟକ । ମାତ୍ର ଉଭୟରୁ କେଉଁଟାକୁ ସବୁଠୁ ଅଧିକ ଖାଇବା ଏବଂ ଗୋଟିଏକୁ ନ ଖାଇବା ଶରୀର ଗଠନ ଉପରେ ପ୍ରଭାବ ପକାଏ । ତେଣୁ ସର୍ବଦା ଏକ ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.