ETV Bharat / sukhibhava

ଓଠର ରଙ୍ଗ ଦେଖି ଚିହ୍ନିପାରିବେ ରୋଗ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ - ଓଠର ରଙ୍ଗ

ଓଠର ରଙ୍ଗ ଦେଖି ଆପଣ ମଧ୍ୟ ଚିନ୍ତିତ ଅଛନ୍ତି କି? ଓଠର ରଙ୍ଗ ପିଙ୍କ ବୌ ଗୋଲାପୀରୁ ଅନ୍ୟ କୌଣସି ରଙ୍ଗକୁ ପରିବର୍ତ୍ତନ ହେଉଛି କି। ପଢନ୍ତୁ ପୁର ଖବର

waring sing of lips
waring sing of lips
author img

By ETV Bharat Odisha Team

Published : Sep 1, 2023, 5:28 PM IST

ହାଇଦ୍ରାବାଦ: କଥାରେ ଅଛି ଯେ, ରୋଗ ଶରୀରରେ ନିଜର ଚିହ୍ନ ଛାଡ଼ିଥାଏ। ତେଣୁ ଶରୀରରେ ଚିହ୍ନକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ରୋଗର ପ୍ରାମମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ । ପିଲାଦିନରେ ଓଠର ରଙ୍ଗ ସବୁବେଳେ ଗୋଲାପୀ ଦେଖାଯାଇଥାଏ କିନ୍ତୁ ସମୟ ସହିତ ଓଠର ରଙ୍ଗ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ। କେତେଜଣଙ୍କର ଓଠର ରଙ୍ଗ ବାଇଗଣୀ, ଅଫ ହ୍ବାଇଟ ଏବଂ କଳା ଦେଖାଯାଇଥାଏ। ତେବେ ଓଠର ରଙ୍ଗ ପରିବର୍ତ୍ତନ ହେଉଛି ଅନେକ ରୋଗର ପ୍ରାରମ୍ଭିକ ଲକ୍ଷଣ । ଓଠର ରଙ୍ଗ ପରିବର୍ତ୍ତନ ଶରୀରରେ ବ୍ୟାଘାତର ସଙ୍କେତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଓଠର ରଙ୍ଗ ଦେଖି ଜାଣି ହେବ ରୋଗ:

ଲାଲ ଓଠ: କେତେକ ସମୟରେ ଓଠର ରଙ୍ଗ ଗୋଲାପୀ ବଦଳରେ ଲାଲ ଦେଖାଯିବା ଆରମ୍ଭ କରେ। ତେବେ ଏହା ପଛରେ ଅନେକ କାରଣ ରହିଥିଲେ ହେଁ କେତେକ କ୍ଷେତ୍ରରେ ଏହା ଯକୃତ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ । ଯଦି ଜଣେ ବ୍ୟକ୍ତିର ଯକୃତରେ କିଛି ସମସ୍ୟା ଥାଏ ତେବେ ଓଠର ରଙ୍ଗ ଲାଲ ଦେଖାଯାଇଥାଏ। ଶରୀରରେ କୌଣସି ପ୍ରକାରର ଆଲର୍ଜି ଥିଲେ ମଧ୍ୟ ଓଠର ରଙ୍ଗ ଲାଲ ହୋଇଥାଏ।

ଅଫ୍‌ ହ୍ବାଇଟ ଓଠ: ଯଦି ଓଠର ରଙ୍ଗ ପିଙ୍କ ପରିବର୍ତ୍ତେ ଧଳା ବା ଫିକା ଧଳା ଦେଖାଯାଏ ତେବେ ଏହା ରକ୍ତହୀନତାର ସଙ୍କେତ ହୋଇଥାଏ। ଶରୀରରେ ରକ୍ତର ଅଭାବ ଯୋଗୁଁ ମଧ୍ୟ ଓଠର ରଙ୍ଗ ଫିକା ଧଳା ଦେଖାଯାଇଥାଏ । ଏହା ବ୍ୟତୀତ, ଯେତେବେଳେ ରକ୍ତରେ ବିଲିରୁବିନର ସ୍ତର ବୃଦ୍ଧି ପାଇଥାଏ ସେତେବେଳେ ଓଠର ରଙ୍ଗ ହଳଦିଆ ଦେଖାଯିବା ଆରମ୍ଭ କରେ । ବେଳେବେଳେ ଭାଇରାଲ୍ ସଂକ୍ରମଣ ହେତୁ ଓଠର ରଙ୍ଗ ମଧ୍ୟ ଏପରି ହୋଇଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: Lip Balm at Home: ସଫ୍ଟ ରହିବ ଓଠ, ଘରେ ପ୍ରସ୍ତୁତ କରି ଲଗାନ୍ତୁ ଲିପବାମ୍

କଳା ଓଠ: ସମସ୍ତେ ପିଙ୍କ୍‌ ଓଠ ଚାହିଁଥାଆନ୍ତି । କିନ୍ତୁ କେତେକ କାରଣ ଯୋଗୁଁ ଏହା ସମ୍ଭବ ହୋଇନଥାଏ । କେତେକ ସମୟରେ ଅତ୍ୟଧିକ ପ୍ରଶାଧାନ ସାମଗ୍ରୀର ବ୍ୟବହାର ହେତୁ ମଧ୍ୟ ଓଠ କଳା ପଡିଯାଇଥାଏ । ଏସବୁ ବ୍ୟତୀତ, ସିଗାରେଟ୍ ଟାଣୁଥିବା ଲୋକଙ୍କ ଓଠର ରଙ୍ଗ ମଧ୍ୟ ସମୟ ଅନୁସାରେ କଳା ହୋଇଯାଇଥାଏ ।

ବାଇଗଣୀ ରଙ୍ଗର ଓଠ: ବେଳେବେଳେ ଅତ୍ୟଧିକ ଥଣ୍ଡା ହେତୁ ଓଠର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗେ ଏବଂ ବାଇଗଣୀ ରଙ୍ଗ ଦେଖାଯାଇଥାଏ । ଯେଉଁମାନଙ୍କର ହୃଦୟ କିମ୍ବା ଫୁସଫୁସ ସମ୍ବନ୍ଧୀୟ ରୋଗ ଅଛି, ସେମାନଙ୍କର ଓଠର ରଙ୍ଗ ମଧ୍ୟ ବାଇଗଣୀ ଦେଖାଯାଏ । ଏହା ସହିତ ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟା ରହିଥିଲେ ମଧ୍ୟ ଓଠ ଏହି ରଙ୍ଗ ହୋଇଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟ ଭିତ୍ତିକ ଖବର। ଓଠର ରଙ୍ଗ ନେଇ କୌଣସି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.