ETV Bharat / sukhibhava

Weight Loss Snacks: ଏହି 5ଟି ସ୍ନାକ୍ସ ଶୀଘ୍ର କମାଇବ ଓଜନ

ଓଜନ ବଢିଯିବ ଭାବି ସ୍ନାକ୍ସ ଖାଉ ନାହାନ୍ତି କି? ଯଦି ଏହା ଭାବି ଖାଉନାହାନ୍ତି ତେବେ ଏହି 5ଟି ସ୍ନାକ୍ସ ଖାଇପାରିବେ । ଯାହାକି ଓଜନ ବୃଦ୍ଧି କରିବା ପରିବର୍ତ୍ତେ ଓଜନ ହ୍ରାସ କରିବ। ଅଧିକ ପଢନ୍ତୁ

author img

By

Published : Jul 12, 2023, 8:00 AM IST

Weight Loss Snacks
Weight Loss Snacks

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ଆଜିକାଲି ସମସ୍ତଙ୍କର ଓଜନ ଖୁବଶୀଘ୍ର ବୃଦ୍ଧି ପାଉଛି । ଓଜନ ଯେତେ ଶୀଘ୍ର ବୃଦ୍ଧି ପାଉଛି ସେହି ତୁଳନାରେ ଓଜନ ହ୍ରାସ ହେଉନାହିଁ । ଓଜନ ହ୍ରାସ କରିବା ପାଇଁ ଅଧିକ ସମୟ ଲାଗୁଛି । ଓଜନ ବଢାଇବା ଯେତେକି ସହଜ କମାଇବା ମଧ୍ୟ ସେତିକି କଷ୍ଟକର ଅଟେ । ବେଳେବେଳେ ଜିମରେ ପରିଶ୍ରମ କରି ଝାଳ ବାହାରିବା ଦ୍ବାରା ଏବଂ ବହୁତ ଡାଏଟିଂ କରିବା ପରେ ମଧ୍ୟ କୌଣସି ପ୍ରଭାବ ଦେଖାଯାଏ ନାହିଁ । ଅନ୍ୟପଟେ ସାରା ଦେଶରେ ସକ୍ରିୟ ରହିଛି ମୌସୁମୀ। ଫଳରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଏଭଳି ସ୍ଥିତିରେ ବର୍ଷା ସାଙ୍ଗକୁ ଗରମଗରମ ସ୍ନାକ୍ସ ଖାଇବା ସମସ୍ତଙ୍କର ପସନ୍ଦ ହୋଇଥାଏ। କିନ୍ତୁ କିଛି ଲୋକ ଓଜନ ବୃଦ୍ଧି ହୋଇଯିବ ଭାବି ଏଥିରୁ ନିବୃତ୍ତ ରହିଥାଆନ୍ତି । ଯଦି ଆପଣ ମଧ୍ୟ ପ୍ରତ୍ୟେକ ରେସିପି ଚେଷ୍ଟା କରିଛନ୍ତି କିନ୍ତୁ ଓଜନ ହ୍ରାସ କରୁନାହାଁନ୍ତି, ତେବେ ଏହି 5ଟି ଅନନ୍ୟ ଖାଦ୍ୟ (ଓଜନ ହ୍ରାସ ସ୍ନାକ୍ସ) କହିବାକୁ ଯାଉଛୁ, ସେଗୁଡିକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ଗୋଟିଏ ସପ୍ତାହରେ ଓଜନ ହ୍ରାସ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: Snacks For Rainy Season: ଏହି ଜଳଖିଆ କରିବ ବର୍ଷାର ମଜାକୁ ଦ୍ବିଗୁଣିତ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

  • ଭଜା ଚଣା: ଓଜନ ହ୍ରାସ କରିବା ପାଇଁ ଭଜା ବୁଟ ବା ଚଣା ଅଧିକ ପ୍ରଭାବଶାଳୀ ହୋଇଥାଏ । ଏଥିରେ ଅଧିକ ମାତ୍ରାରେ ଫାଇବର ଏବଂ କାର୍ବୋହାଇଡ୍ରେଟ ମିଳିଥାଏ । ଏହାସହିତ ଭଜା ଚଣା ବା ବୁଟ ଶୀଘ୍ର ହଜମ ହୋଇନଥାଏ । ଫଳରେ ଖାଇବା ପାଇଁ ଅଧିକ ଇଚ୍ଛା ହୋଇନଥାଏ ।
  • ଆଲମଣ୍ଡ: ହେଲ୍‌ଦି ସ୍ନାକ୍ସ କଥା ଆସିଲେ ପ୍ରଥମେ ମନକୁ ଆସେ ଆଲମଣ୍ଡ। ଏଥିରେ ଅଧିକ ପରିମାଣରେ ପୋଷକ ତତ୍ତ୍ବ ରହିଥାଏ। ଏହା ପେଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଯଦି ଆପଣ ବାଦାମ ବା ଆଲମଣ୍ଡକୁ ଭିଜାଇ ଖାଇବେ ତେବେ ଶୀଘ୍ର ହ୍ରାସ ହୋଇପାରିବ ଓଜନ।
  • ବେରି ଏବଂ ଗ୍ରୀକ ୟୋଗର୍ଟ(ଦହି): ଯଦି ଶୀଘ୍ର ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଡାଏଟରେ ବେରି ଏବଂ ଗ୍ରୀକ ୟୋଗର୍ଟକୁ ସାମିଲ କରନ୍ତୁ । ୟୋଗର୍ଟରେ ଅଧିକ ମାତ୍ରାରେ ପ୍ରୋଟିନ ଏବଂ କ୍ୟାଲସିୟମ ମିଳିଥାଏ । ଅନ୍ୟପଟେ ବେରିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ମିନେରାଲ୍ସ ରହିଥାଏ । ଏହି ସବୁ ତତ୍ତ୍ବ ଭୋକକୁ କମ କରିବାରେ ସାହାଯ୍ୟ କରିଥାଏ ।
  • ନଟ ବଟର ଏବଂ ଆପଲ : ଆପଲରେ ଅଧିକ ମାତ୍ରାରେ ଫାଇବର ଏବଂ ବହୁତ କମ ମାତ୍ରାରେ କ୍ୟାଲୋରୀ ରହିଥାଏ । ବାଦାମକୁ ବଟରରେ ଗୋଳାଇ ତା ସହ ସେଓ ବା ଆପଲ ଖାଉଥିଲେ ଏଥିରୁ ହେଲଦି ଫ୍ୟାଟ, ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ମିଳିଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  • ହୁମସ: ଓଜନ କମ କରିବା ପାଇଁ ହୁମସ ଅନେକ ଫଳଦାୟୀ ଅଟେ । ଯିଦ ହୁମସରେ ଆପଣ କିଛି ଭଜା, ତରକାରୀ ମିଶାଇ ଖାଆନ୍ତି ତେବେ ପ୍ରୋଟିନ ଏବଂ ଫାଇବର ମିଳିଥାଏ। ସକାଳୁ ଏବଂ ସନ୍ଧ୍ୟାରେ ଏହାକୁ ଖାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.