ହାଇଦ୍ରାବାଦ: ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଆଖି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ସେଥିପାଇଁ ଆଖିର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଧିକ ହସିଲେ କିମ୍ବା ଆଖିକୁ କୌଣସି ପ୍ରକାର ଆଘାତ ଲାଗିବା ଦ୍ବାରା ପାଣି ବାହାରିଥାଏ । କିନ୍ତୁ କିଛି ଜଣଙ୍କର ବିନା କାରଣରେ ଆଖିରୁ ପାଣି ବାହାରିଥାଏ । କେତେକ କ୍ଷେତ୍ରରେ ଜ୍ବଳନ ଏବଂ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ କିମ୍ବା ଆଖିକୁ କୌଣସି ପ୍ରକାର ଆଘାତ ଦିଅନ୍ତୁ ନାହିଁ । ତେବେ ଜାଣନ୍ତୁ ଏହାକ କାରଣ ଏବଂ ଘରୋଇ ଉପଚାର ।
ଆଖିରେ ପାଣି ଆସିବାର କାରଣ: ବିନା କାରଣରେ ଆଖିରେ ପାଣି ଆସିବାର କାରଣ ବ୍ୟାକ୍ଟେରିଆ ହୋଇଥାଏ । ଆଖିର ଶୁଷ୍କତା, ଆଖିର କୌଣସି ଶିରାରେ ବ୍ଲକେଜ, ଆଲର୍ଜି ଯୋଗୁଁ ମଧ୍ୟ ଆଖିରେ ପାଣି ଆସିଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଖିରେ ପାଣି ଆସିବା ଦ୍ବାରା ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ । ନଚେଚ ଆଖିରେ ଅନେକ ସମସ୍ୟା ଦେଖାଦେଇପାରେ । ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିବ ।
ଏହା ମଧ୍ୟ ପଢନ୍ତୁ: Eye Donation: ଆପଣଙ୍କ ଆଖି, କାହା ଦୁନିଆକୁ କରିପାରେ ରଙ୍ଗୀନ
- ଆଳୁ: ଅକାରଣରେ ଆଖିରେ ପାଣି ଆସିବା ସମସ୍ୟାରୁ ମୁକ୍ତି ଦେଇଥାଏ ଆଳୁ । ଏକ ଆଳୁକୁ କାଟି କିଛି ସମୟ ଆଖି ଉପରେ ରଖନ୍ତୁ । ଦିନକୁ 2ରୁ 3 ଥର ଏଭଳି କରିବା ଦ୍ବାରା ସମସ୍ୟା ଦୂର ହେବ ।
- ତ୍ରିଫଳା: ଏକ କପ ପାଣିରେ ସୁଖିଲା ଧନିଆ ଏବଂ ଏକ ତ୍ରିଫଳାକୁ ଭିଜାନ୍ତୁ । କିଛି ସମୟ ପରେ ଏହି ପାଣିରେ ଆଖିକୁ ଧୁଅନ୍ତୁ । ଏହା ଦ୍ବାରା ମଧ୍ୟ ଆଖିରେ ଆସୁଥିବା ପାଣି ସମସ୍ୟାରୁ ମୁକ୍ତି ମିଳିପାରିବ ।
- ଉଷୁମ ପାଣି: ଆଖିରେ ସଂକ୍ରମଣ, କୁଣ୍ଡେଇ ହେବା ବା ପାଣି ଆସିବା ଦ୍ବାରା ଆପଣ ଗରମ ପାଣି ମଧ୍ୟ ବ୍ୟବହାର କରିପାରିବେ । ଏକ ପାତ୍ରରେ ଗରମ ପାଣି ନେଇ ସେଥିରେ ଏକ ଚାମଚ ଲୁଣ ପକାନ୍ତୁ । ଏହାପରେ ଏକ କପଡାକୁ ଉକ୍ତ ପାଣିରେ ବୁଡାଇ ଚିପୁଡି ଆଖିକୁ ପୋଛନ୍ତୁ । କମ ସମୟରେ ଏହି ସମସ୍ୟା ଦୂର ହେବ ।
- ବରଫ: ଏକ ବରଫ ଖଣ୍ଡକୁ ଏକ କପଡାରେ ବାନ୍ଧି ଆଖି ଉପରେ ରଖନ୍ତୁ । ଦିନକୁ 2 ଥର କରିବା ଦ୍ବାରା ଅକାରଣରେ ଆଖିକୁ ପାଣି ଆସିବ ନାହିଁ ।
ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟ ଦ୍ବାରା ଆଧାରିତ ଖବର।