ETV Bharat / sukhibhava

Watermelon Benefits: ପ୍ରତିରକ୍ଷା ପ୍ରଣାଳୀ ଦୃଢ ସହ ହୃଦୟ ସ୍ବାସ୍ଥ୍ୟ ବଜାୟ ରଖେ ତରଭୁଜ

author img

By

Published : Mar 9, 2023, 5:47 PM IST

ଗ୍ରୀଷ୍ମ ଆଗମନ ସାଙ୍ଗକୁ ବଜାରରେ ଲାଗୁଛି ତରଭୁଜ ଦୋକାନର ଗହଳି । କେବଳ ଶରୀରକୁ ଶୀତଳ କରିବାରେ ନୁହେଁ ବରଂ ଏଥିରେ ଭରି ରହିଛି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ଉପକାରୀ ଗୁଣ । ଜାଣନ୍ତୁ କଣ...

Watermelon
Watermelon

ହାଇଦ୍ରାବାଦ: ଧୀରେ ଧୀରେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ । ବିଭିନ୍ନ ସ୍ଥାନରେ ତରଭୁଜ ଦୋକାନରେ ଜମୁଛି ଲୋକଙ୍କ ଭିଡ । ନିଶ୍ଚିତ ରୂପେ ଋତୁ ଅନୁଯାୟୀ ଫଳ ଖାଇବା ଦ୍ବାରା ସେଥିରେ ଥିବା ପୋଷକ ତତ୍ତ୍ୱ ସଠିକ୍ ଭାବେ ମିଳିଥାଏ । କେବଳ ଖରା କାରଣରୁ ନୁହେଁ ଏଥିରେ ଥିବା ସ୍ବାସ୍ଥ୍ୟ ଉପକାରୀ ଗୁଣ ଅଧିକାଂଶ ଲୋକଙ୍କୁ ଚରଭୁଜ ଖାଇବାକୁ ଆକୃଷ୍ଠ କରିଥାଏ । ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା କିଛି ଅଲଗା । ତେବେ ଗ୍ରୀଷ୍ମ ପ୍ରବାହରୁ ଆରାମ ଦେବା ସାଙ୍ଗକୁ ତରଭୁଜରେ ଆଉ କେଉଁ କେଉଁ ଉପକାରୀ ଗୁଣ ମିଳିଥାଏ, ଜାଣନ୍ତୁ...

Watermelon
Watermelon

ରୋଗ ପ୍ରତିରୋଧକ ଶକ୍ତି ଦୃଢ କରେ- ତରଭୁଜରେ ଭିଟାମିନ୍-ସି ଭରପୂର ଥାଏ, ଯାହା ଶରୀରକୁ ପ୍ରତିରକ୍ଷା କାର୍ଯ୍ୟ, କୋଷ ଗଠନ ଏବଂ କ୍ଷତ ଆରୋଗ୍ୟ ପାଇଁ କୋଲାଜେନ୍ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ । ତରଭୁଜରେ ଭିଟାମିନ୍-ଏ ଏବଂ ବିଟା-କାରୋଟିନ୍ ଥାଏ । ଏହା ଚର୍ମକୁ ସୁସ୍ଥ ରଖିବା ଏବଂ କେଶର ବୃଦ୍ଧିରେ ସହାୟକ ହୋଇଥାଏ ।

Watermelon
Watermelon

ଓଜନ ହ୍ରାସ-କିଛି ଲୋକ ଭାବନ୍ତି ଯେ ତରଭୁଜ ମିଠା, ତେଣୁ ଏହାକୁ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇପାରେ । ମାତ୍ର ଏପରି ଧାରଣା ଭୁଲ୍ । କିଛି ଅଧ୍ୟୟନରୁ ଜଣାପଡିଛି ଯେ, 100 ଗ୍ରାମ କଞ୍ଚା ତରଭୁଜରେ ମାତ୍ର 6.2 ଗ୍ରାମ ଚିନି ଥାଏ । ତେଣୁ ଓଜନ ବୃଦ୍ଧି ବାବଦରେ ଚିନ୍ତା ନକରି ଏହାକୁ ଖାଇପାରିବେ । ଏଥିରେ ମଧ୍ୟ କ୍ୟାଲୋରୀ କମ୍ ଥାଏ ।

ଏହା ମଧ୍ୟ ପଢନ୍ତୁ:- Carrot Juice Benefits: ଗୋଟିଏ ପରିବା ଦୂର କରେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା

ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ- ତରଭୁଜରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହା ହୃଦୟକୁ ସୁସ୍ଥ ରଖିବା ପାଇଁ କାମ କରିଥାଏ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ତରଭୁଜରେ ଥିବା 'ଲିକୋପିନ୍' କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ଏବଂ ରକ୍ତଚାପକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଉଚ୍ଚ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହୋଇଥିବା ଅକ୍ସିଡେଟିଭ୍ କ୍ଷତିକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ତରଭୁଜରେ ଥିବା ଏକ ଆମିନୋ ଏସିଡ୍ 'ସାଇଟ୍ରଲାଇନ୍' ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନ କରିଥାଏ, ଯାହା ହଠାତ୍ ରକ୍ତଚାପକୁ ରୋକିଥାଏ ।

Two young girl showing Watermelon
Two young girl showing Watermelon

ଆଖି ପାଇଁ ଭଲ-ତରଭୁଜରେ ଥିବା 'ଲିକୋପିନ୍' ମଧ୍ୟ ଦୃଷ୍ଟି ଶକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଅନୁସନ୍ଧାନ ଅନୁଯାୟୀ, ଲିକୋପିନର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ବୟସ ସମ୍ବନ୍ଧୀୟ ମଲିକୁଲାର ଡିଜେରେସନକୁ ରୋକିବାରେ ସାହାଯ୍ୟ କରିଥାଏ । ମାକୁଲାର ଡିଜେରେସନ୍ ହେଉଛି ଏକ ସାଧାରଣ ଆଖି ସମସ୍ୟା, ଯାହା ବୟସ୍କ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ହ୍ରାସ କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.