ETV Bharat / sukhibhava

ଅଗ୍ନାଶୟ ରୋଗ ପାଇଁ ଭିଟାମିନ୍-ଏ ସର୍ବୋତ୍ତମ, ଜାଣନ୍ତୁ କିପରି ପୂରଣ କରିବେ ଏହି ଆବଶ୍ୟକତା - ଭିଟାମିନ୍ ଏ

ନିକଟରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ, ଭିଟାମିନ୍-ଏ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅଗ୍ନାଶୟ ରୋଗ ହେବାର ଆଶଙ୍କା କମ୍ ହୋଇପାରେ । ତେବେ କେଉଁସବୁ ଖାଦ୍ୟରୁ ଭିଟାମିନ୍-ଏ ପାଇବେ, ଜାଣନ୍ତୁ

Etv Bharat
Etv Bharat
author img

By

Published : Mar 18, 2023, 10:56 AM IST

ହାଇଦ୍ରାବାଦ: ପାନକ୍ରିଆଟିଟିସ୍ ବା ଅଗ୍ନାଶୟ ରୋଗ ହେଉଛି ଏକ ଅବସ୍ଥା ଯାହା ଅଗ୍ନାଶୟରେ ପ୍ରଦାହ ସୃଷ୍ଟି କରେ । ଅଗ୍ନାଶୟ ହେଉଛି ହଜମକାରୀ ଏନଜାଇମ୍ ଏବଂ ଇନସୁଲିନ୍ ଉତ୍ପାଦନରେ ସାହାଯ୍ୟ କରେ । ପାକସ୍ଥଳୀର ପଛପଟେ ଅଗ୍ନାଶୟ ଗ୍ରନ୍ଥୀ ବା ଗ୍ଲାଣ୍ଡ୍ ଉପସ୍ଥିତ ଥାଏ । ଏଥିରେ ସମସ୍ୟା ହେଲେ ପେଟରେ ପ୍ରବଳ ଯନ୍ତ୍ରଣା, ବାନ୍ତି ଲାଗିବା କିମ୍ବା ବାନ୍ତି ହୋଇପାରେ । ଗୁରୁତର ଅବସ୍ଥାରେ ଏହା ଯକୃତର କ୍ଷତି, ମଧୁମେହ, ଏପରିକି ରୋଗୀର ଜୀବନ ମଧ୍ୟ ନେଇପାରେ ।

Chef uses the knife to slice tomato
Chef uses the knife to slice tomato

ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଭିଟାମିନ୍-ଏ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅଗ୍ନାଶୟ ରୋଗ ହେବାର ଆଶଙ୍କା କମ୍ ହୋଇପାରେ । ଭିଟାମିନ୍-ଏ ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍ ଯାହା ସୁସ୍ଥ ଚର୍ମ, ପ୍ରତିରକ୍ଷା ପ୍ରଣାଳୀ, ଦୃଷ୍ଟିଶକ୍ତି ଏବଂ ପ୍ରଜନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଗ୍ନାଶୟର ସଠିକ୍ କାର୍ଯ୍ୟ ପାଇଁ ଏହା ମଧ୍ୟ ଜରୁରୀ ବୋଲି ଅନୁସନ୍ଧାନ ଦର୍ଶାଇଛି । ତେବେ କେଉଁସବୁ ଖାଦ୍ୟରୁ ଭିଟାମିନ୍-ଏ ପାଇବେ, ଜାଣନ୍ତୁ

କନ୍ଦମୂଳ:- ଏଥିରେ ବିଟା-କାରୋଟିନ୍ ଭରପୂର ଥାଏ, ଯାହା ଶରୀରରେ ଭିଟାମିନ୍-ଏରେ ପରିଣତ ହୁଏ । ଗୋଟିଏ ମଧ୍ୟମ ଆକାରର କନ୍ଦମୂଳରେ ଅନ୍ୟାନ୍ୟ ଖାଦ୍ୟରୁ ମିଳୁଥିବା 400% ଭିଟାମିନ୍-ଏ ମିଳିଥାଏ । ଏଥିରେ ମଧ୍ୟ ଫାଇବର, ପୋଟାସିୟମ୍ ଏବଂ ଭିଟାମିନ୍-ସି ରହିଛାଏ । କନ୍ଦମୂଳକୁ ଭଜା କିମ୍ବା ତରକାରୀ କରି ଖାଇପାରିବେ ।

ଗାଜର:- ଏହା ମଧ୍ୟ ବିଟା-କାରୋଟିନର ଆଉ ଏକ ଉତ୍କୃଷ୍ଟ ଉତ୍ସ । ଗୋଟିଏ ମଧ୍ୟମ ଆକାରର ଗାଜରରେ ଆବଶ୍ୟକ କରୁଥିବା ଭିଟାମିନ୍-ଏ ଅଧିକ ମାତ୍ରାରେ ଥାଏ । ଏହା ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ପୋଟାସିୟମରେ ମଧ୍ୟ ଭରପୂର । ଗାଜରକୁ କଞ୍ଚା କିମ୍ବା ରାନ୍ଧି, ସାଲାଡ, ସୁପ୍ ଆଦି କରି ଖାଇପାରିବେ ।

ପାଳଙ୍ଗ:- ଏହା ଏକ ପତ୍ରଯୁକ୍ତ ସବୁଜ ପନିପରିବା ଯାହା ଭିଟାମିନ୍-ଏ, ଭିଟାମିନ୍-ସି, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଅଧା କପ୍ ରନ୍ଧା ହୋଇଥିବା ପାଳଙ୍ଗ ଦୈନିକ 100% ରୁ ଅଧିକ ଭିଟାମିନ୍-ଏ ଦେଇଥାଏ ।

କଲିଜା:- ଭିଟାମିନ୍-ଏ ର ସବୁଠାରୁ ଗରିଷ୍ଠ ଉତ୍ସ ମଧ୍ୟରୁ କଲିଜା ଅନ୍ୟତମ । ଏଥିରୁ ଲୌହ, ପ୍ରୋଟିନ୍ ଏବଂ ଭିଟାମିନ୍ B12 ମଧ୍ୟ ମିଳିଥାଏ । ତଥାପି ବିଶେଷଜ୍ଞଙ୍କ ଅନୁସାରେ ନିୟମିତ ଭାବରେ ଏହାକୁ ଖାଇବା ଅନୁଚିତ୍ । ମାତ୍ରାଧିକ ସେବନ ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ ।

ଆମ୍ବ:- ଆମ୍ବକୁ ଏମିତିରେ ଫଳମାନଙ୍କ ରାଜା ବୋଲି କୁହାଯାଏନି । ଏହା ଏକ ସ୍ୱାଦିଷ୍ଟ ଟ୍ରପିକାଲ୍ ଫଳ, ଯାହା ଭିଟାମିନ୍-ଏ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏଥିସହ ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ ଆମ୍ବରୁ । ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ ଆମ୍ବ ।

ରେଡ୍ କ୍ୟାପ୍ସିକମ୍:- ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ରେଡ୍ କ୍ୟାପ୍ସିକମ୍‌କୁ କଞ୍ଚା କିମ୍ବା ରନ୍ଧା, ସାଲାଡରେ ମିଶାଯାଇପାରେ କିମ୍ବା ସସ୍ ତିଆରିରେ ବ୍ୟବହାର କରିପାରିବେ ।

Cod Liver Oil
Cod Liver Oil

କୋଡ୍ ଲିଭର ଅଏଲ୍:- ଏହା ହେଉଛି ଏକ ସପ୍ଲିମେଣ୍ଟ ଯାହା ଭିଟାମିନ୍-ଏ ଏବଂ ଓମେଗା-3 ଫ୍ୟାଟି ଏସିଡ୍‌ରେ ଭରପୂର । କୋଡ୍ ଲିଭର ତେଲକୁ ଏକ ସପ୍ଲିମେଣ୍ଟ ଭାବରେ ଗ୍ରହଣ କରାଯାଇପାରେ । କାରଣ ଏହା ବିଭିନ୍ନ ପ୍ରକାର ଓମେଗା-3 ଫ୍ୟାଟି ଏସିଡ୍ ଥିବା ମାଛ ତେଲରୁ ପ୍ରସ୍ତୁତ ହୋଇଥାଏ ।

ଅମୃତଭଣ୍ଡା:- ଏହା ହେଉଛି ଏକ ଟ୍ରପିକାଲ୍ ଫଳ ଯାହାକି ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଗୋଟିଏ କପ୍ କଟା ଅମୃତଭଣ୍ଡାରେ ଦୈନିକ ପରାମର୍ଶିତ ଭିଟାମିନ୍-ଏର ପ୍ରାୟ 40% ଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.