ETV Bharat / sukhibhava

ଦୈନିକ ଆପଣାନ୍ତୁ ଶାକାହାରୀ ଡାଏଟ, କମିକ ମଧୁମେହ ଆଶଙ୍କା

Vegetarian Diet for Diabetes: ମଧୁମେହ ହେଉଛି ଏକ ପ୍ରକାର ସାଇଲେଣ୍ଟ କିଲର । ଏହି ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ଆପଣାନ୍ତୁ ଶାକାହାରୀ ଡାଏଟ୍‌ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 19, 2023, 11:46 AM IST

Vegetarian Diet for Diabetes
Vegetarian Diet for Diabetes

ହାଇଦ୍ରାବାଦ: ସାରା ବିଶ୍ବରେ ମଧୁମେହ ଏକ ଚିନ୍ତାଜନକ କାରଣ ସାଜିଛି । ସମୟ କ୍ରମେ ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଯଦି କହିବା ପ୍ରତି ଘରେ ଘରେ ଜଣେ ମଧୁମେହ ରୋଗୀ ରହିଛନ୍ତି । ମଧୁମେହ ଏପରି ଏକ ରୋଗ ଯାହା ଥରେ ହେଲେ ଜୀବନ ତମାମ ସାଙ୍ଗରେ ରହିଥାଏ । ମଧୁମେହ ପାଇଁ ବୈଜ୍ଞାନିକମାନେ ଅନେକ ଔଷଧର ଆବିଷ୍କାର କରିଥିଲେ ହେଁ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି ।

ବିଶେଷ କରି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଅନେର ଏହି ରୋଗର ଶିକାର ହେଉଛନ୍ତି । ରକ୍ତରେ ଶର୍କରା ସ୍ତରକୁ ସ୍ୱାଭାବିକ ରଖିବା ପାଇଁ ଆବଶ୍ୟକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଜରୁରୀ । ଖାଦ୍ୟ ମଧ୍ୟ ଜୀବନଶୈଳୀର ଏକ ଅଂଶ ଏବଂ ଶରୀରକୁ ବହୁତ ପ୍ରଭାବିତ କରିଥାଏ । ତେଣୁ ବିଶେଷ କରି ଖାଦ୍ୟପେୟର ଯତ୍ନ ନେବା ଦ୍ବାରା ମଧୁମେହରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି ।

ତେବେ ରକ୍ତରେ ଶର୍କାର ସ୍ତର ଶୀଘ୍ର ବୃଦ୍ଧି ପାଉଥିବା ବେଳେ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ଏହା ଉପରେ ବିଶେଷ ପ୍ରଭାବ ପକାଇପାରି ନଥାଏ । ତେବେ ଏନେଇ ବୈଜ୍ଞାନିକମାନେ ଅନୁଧ୍ୟାନ ଜାରି ରଖିଥିବା ବେଳେ ନିକଟରେ ମେଦୁନା ଭିନା ସେଣ୍ଟର ଏହା ଉପରେ ଅଧ୍ୟୟନ କରିଥିଲା । ତେବେ ଶୁଦ୍ଧ ଶାକାହାରୀ ଡାଏଟ ଯେପରିକି ତାଜା ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ମଧୁମେହର ଆଶଙ୍କାକୁ 24 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥାଏ ବୋଲି ରିସର୍ଚ୍ଚରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Diabetes symptoms: ଆଖି କୁହେ ମଧୁମେହ ଲକ୍ଷଣ, ଏମିତି ଚିହ୍ନିପାରିବେ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଅନୁନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଶାକାହାରୀ ଡାଏଟ ଯୋଗୁଁ ମେଟୋବୋଲିଜିମ, ଯକୃତ ଏବଂ କିଡନୀ କାର୍ଯ୍ୟରେ ଉନ୍ନତି ଆସିଥାଏ । ଯାହାକି ମଧୁମେହର ଆଶଙ୍କାକୁ କମ କରିବାରେ ସାହାଯ୍ୟ କରିଥାଏ । ସାଧାରଣତଃ ମେଦବହୁଳତା ଏବଂ ବଂଶାନୁଗତ କାରଣ ଯୋଗୁଁ ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଏଭଳି ସ୍ଥଳେ ଶାକାହାରୀ ଡାଏଟ୍‌ ମଧୁମେହର ଆଶଙ୍କାକୁ କମ କରିବାରେ ସାହାଯ୍ୟ କରିପାରେ ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି ।

ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି, ଶାକାହାରୀ ଖାଦ୍ୟ ବା ଶାକାହାରୀ ଡାଏଟ ଖାଉଥିବା ବ୍ୟକ୍ତିଙ୍କର ଟ୍ରାଇଗ୍ଲିସେରାଇଡ, ଗ୍ଲୁକେଜ (HbA1c) ଏବଂ ପ୍ରଦାହ କମ ରହୁଥିବା କାରଣରୁ ଶରୀରରେ ଇନସୁଲିନର ମାତ୍ରା ମଧ୍ୟ କମ ରହିଥାଏ । ଫଳରେ 30 ପ୍ରତିଶତ ମଧୁମେହର ଆଶଙ୍କା କମ ରହିଥାଏ । ତେଣୁ ଶାକାହାରୀ ଡାଏଟ ଆପଣାଇବା ଉଚିତ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.