ETV Bharat / sukhibhava

Eye Disease: ଛୋଟ ପିଲାଙ୍କ ମୋବାଇଲ୍ ନିଶା ବୃଦ୍ଧି କରୁଛି ଆଖି ରୋଗ - କାହିଁକି ହୁଏ ମାୟୋପିଆ

ସ୍ମାର୍ଟଫୋନ୍, ଲାପଟପ୍, ଟିଭି ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କାରଣରୁ ପିଲାମାନଙ୍କର ବୃଦ୍ଧି ପାଉଛି ଆଖି ରୋଗ । ଜାଣନ୍ତୁ କିପରି କରିବେ ଚିକିତ୍ସା

Etv Bharat
Etv Bharat
author img

By

Published : Apr 7, 2023, 12:28 PM IST

ହାଇଦ୍ରାବାଦ: ଆଖି ଶରୀରର ସମ୍ବେଦନଶୀଳ ଅଙ୍ଗ ଗୁଡିକ ମଧ୍ୟରୁ ଅନ୍ୟତମ । ପୂର୍ବ ସମୟରେ ବୟସ ବୃଦ୍ଧି ପାଇଲେ ଲୋକେ ଚଷମା ବ୍ୟବହାର କରୁଥିଲେ । ମାତ୍ର ବର୍ତ୍ତମାନର ଜୀବନଶୈଳୀ ଏପରି ପରିବର୍ତ୍ତିତ ହୋଇଛି ଯେ, ପିଲାଠୁ ବୟସ୍କ ସମସ୍ତେ ଚଷମା ଲଗାଇବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ସ୍ମାର୍ଟଫୋନ୍, ଲାପଟପ୍, ଟିଭି ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ମୁଖ୍ୟତଃ ଭାବେ ଦାୟୀ ।

little boy facing vision problem
little boy facing vision problem

ବୃତ୍ତିଗତ କ୍ଷେତ୍ରରେ ସ୍କ୍ରିନ୍ ବ୍ୟବହାର ଭିନ୍ନ କଥା, ହେଲେ ଛୋଟ ପିଲାମାନେ କମ୍ ବୟସରୁ କାର୍ଟୁନ୍ ଦେଖି ଆଖି ଖରାପ କରିଦେବା ଏକ ମୁଖ୍ୟ ସମସ୍ୟା । ଏଥିପାଇଁ ଆପୋଲୋ ସିଇଓ ଟିମ୍ କୁକ୍ ପିଲାମାନଙ୍କ ଫୋନ୍ ଦେଖିବା ଅଭ୍ୟାସକୁ କମ୍ କରିବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପିଲାମାନଙ୍କର କମ୍ ବୟସରୁ କେଉଁ କେଉଁ ଆଖି ସମସ୍ୟା ହେଉଛି ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ ।

ଡାକ୍ତରଙ୍କ କହିବା ଅନୁସାରେ, ପିଲାମାନେ ଖୁବ୍ କମ୍ ବୟସରୁ ମୋବାଇଲ୍ ଭଳି ଛୋଟ ପରଦା ବ୍ୟବହାର କରୁଛନ୍ତି । ଏହି ଗ୍ରୀନ୍ ଲାଇଟ୍ ପ୍ରଭାବ ସିଧାସଳଖ ସେମାନଙ୍କ ଆଖିରେ ପଡୁଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ମାୟୋପିୟା ରୋଗ ହେବାର ସମ୍ଭାବନା ଅଧିକ । ମାୟୋପିଆ ହେଉଛି ନିକଟ ଦୃଷ୍ଟିଦୋଷ ବା ସମୀପ ଦୃଷ୍ଟିଦୋଷ । ଏହି ରୋଗ ହେଲେ, କେବଳ ନିକଟରେ ଥିବା ବସ୍ତୁ ଗୁଡିକୁ ଦେଖିପାରିବେ । ଦୂରରେ ଥିବା ଜିନିଷ ସ୍ପଷ୍ଟ ଭାବେ ଦେଖାଯିବ ନାହିଁ ।

ଏହା ମଧ୍ୟ ପଢନ୍ତୁ:- ଭାରତରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ: Report

ଏହି ସମସ୍ୟା ଏବେ ପ୍ରାୟ ୧୦ରୁ ୧୨ ପ୍ରତିଶତ ପିଲାଙ୍କ ମଧ୍ୟରେ ଦେଖାଯାଉଛି । ୬ରୁ ୧୬ ବର୍ଷର ପିଲାଙ୍କଠାରେ ମାୟୋପିଆ ସମସ୍ୟା ଅଧିକ ଦେଖାଯିବା ଚିନ୍ତାର ବିଷୟ ପାଲଟିଛି । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଛୋଟ ଡିଜିଟାଲ୍ ସ୍କ୍ରିନ୍ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ।

little boy facing vision problem
little boy facing vision problem

ମାୟୋପିଆର ଲକ୍ଷଣ

ବାରମ୍ବାର ଆଖି ବନ୍ଦ ହୋଇଯିବା, ଦୂର ଜିନିଷକୁ ସ୍ପଷ୍ଟ ଭାବରେ ଦେଖିନପାରିବା, ମୁଣ୍ଡବିନ୍ଧା, ଆଖିପତା ଦରଜ, ଶ୍ରେଣୀଗୃହରେ ଥିବା ବ୍ଲାକ୍ ବୋର୍ଡ କିମ୍ବା ହ୍ୱାଇଟ୍ ବୋର୍ଡରେ ଲେଖାଯାଇଥିବା ଶବ୍ଦକୁ ସଠିକ୍ ଭାବରେ ଦେଖିବାରେ ସକ୍ଷମ ନହେବା, ବହିର ଅକ୍ଷରଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିନପାରିବା ଆଦି ମାୟୋପିଆର ଲକ୍ଷଣ ।

କିପରି ନେବେ ଯତ୍ନ

ଯେଉଁଠାରେ ପିଲାମାନେ ଅଧ୍ୟୟନ କରୁଛନ୍ତି ସେହି ସ୍ଥାନରେ ସଠିକ୍ ଆଲୋକ ରହିବା ଉଚିତ୍ । ପିଲାମାନଙ୍କର ମୋବାଇଲ୍ ବ୍ୟବହାରକୁ ଯଥା ସମ୍ଭବ ହ୍ରାସ କରନ୍ତୁ । ଯଦି ଅଧ୍ୟୟନ ପାଇଁ ଡିଜିଟାଲ୍ ସ୍କ୍ରିନ୍ ଦିଆଯାଉଛି, ତେବେ ମୋବାଇଲ୍ ବଦଳରେ ଲାପଟପ୍ ଦିଅନ୍ତୁ, ସୂର୍ଯ୍ୟକିରଣ ଆଲୋକରେ ପଢିବାକୁ କୁହନ୍ତୁ । ଡ୍ରାଏ ଫ୍ରୁଟ୍ସ, ପୁଷ୍ଟିକର ଖାଦ୍ୟ, ଭିଟାମିନ୍-ଏ ସମୃଦ୍ଧ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହିସବୁ ଉପାୟ ସହ ମାୟୋପିଆର ଲକ୍ଷଣ ଦେଖୁଥିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.