ETV Bharat / sukhibhava

ପୁଣି କୋରୋନା ଭୟ ! ଆମେରିକାରେ ଗୋଟିଏ ସପ୍ତାହରେ ଏକ ଲକ୍ଷରୁ ଅଧିକ ଶିଶୁ ଆକ୍ରାନ୍ତ

author img

By

Published : Feb 22, 2023, 2:14 PM IST

ଆମେରିକାବାସୀଙ୍କୁ ପୁଣି ଚିନ୍ତାରେ ପକାଇଲାଣି କୋଭିଡ । ଆମେରିକାନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ରିପୋର୍ଟ ଅନୁସାରେ ଦେଶରେ ମାତ୍ର ଗୋଟିଏ ମାସ ମଧ୍ୟରେ ଏକ ଲକ୍ଷରୁ ଅଧିକ ଶିଶୁ କୋଭିଡରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

female doctor examining a child
female doctor examining a child

ୱାଶିଂଟନ: ଧୀରେ ଧୀରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ସହ ପୂର୍ବୋପରି ଜୀବନ ମଧ୍ୟ ଆରମ୍ଭ ହୋଇଛି । ବିଭିନ୍ନ ଦେଶରେ ଲକ୍‌ଡାଉନ୍ ସମେତ ସମସ୍ତ ପ୍ରକାର କୋଭିଡ କଟକଣା ମଧ୍ୟ ହଟିଯାଇଛି । ବର୍ତ୍ତମାନ ସବୁଠି ଏକପ୍ରକାର ସ୍ବାଭାବିକ ଜୀବନ ଯାପନ ହେଉଥିବା କହିଲେ କିଛି ଭୁଲ୍ ହେବନି । ମାତ୍ର ଆମେରିକାର କୋଭିଡ ମାମଲାକୁ ନେଇ ଆସିଥିବା ରିପୋର୍ଟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ସେଠାରେ ବିଶେଷ କରି ଛୋଟ ପିଲାମାନେ ମହାମାରୀରେ ଆକ୍ରାନ୍ତ ହେଉଥିବା ଆମେରିକାନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ(AAP) ଏବଂ ଶିଶୁ ହସପିଟାଲ୍ ଆସୋସିଏସନର ରିପୋର୍ଟ ପ୍ରକାଶ କରିଛି ।

ଏହା ମଧ୍ୟ ପଢନ୍ତୁ:- WHO ଛାଟ ପରେ କଠୋର ହେଲା CDSCO, ଭାରତୀୟ ବଜାରରେ 5% ନିମ୍ନମାନର ଔଷଧ କଲା ଚିହ୍ନଟ

ସଦ୍ୟତମ ତଥ୍ୟ ଅନୁସାରେ ମାତ୍ର ଗୋଟିଏ ମାସ ମଧ୍ୟରେ ଆମେରିକାରେ ପ୍ରାୟ 1 ଲକ୍ଷ 30 ହଜାର ଶିଶୁ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସପ୍ତାହକୁ ହଜାର ହଜାର ଶିଶୁ କେବଳ ପଜିଟିଭ୍ ଚିହ୍ନଟ ହେଉଛନ୍ତି । Xinhua ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, କୋଭିଡ ଆରମ୍ଭରୁ ଫେବୃଆରୀ 16 ସୁଦ୍ଧା କରାଯାଇଥିବା ପରୀକ୍ଷଣ ଅନୁସାରେ ଦେଶରେ ପ୍ରାୟ 1 କୋଟି 54 ଲକ୍ଷରୁ ଅଧିକ ପିଲା ମହାମାରୀରେ ପଜିଟିଭ୍ ଚିହ୍ନଟ ହେଲେଣି । ଫେବୃଆରୀ 16 ଶେଷ ସପ୍ତାହରେ 29,000 ଶିଶୁ ଚିହ୍ନଟ ହୋଇଥିବାବେଳେ ଗତ ପାଞ୍ଚ ମାସ ମଧ୍ୟରେ ସପ୍ତାହକୁ ହାରାହାରି 33,000 ମାମଲା ସାମ୍ନାକୁ ଆସୁଛି ।

ଏହା ମଧ୍ୟ ପଢନ୍ତୁ:- ଏଡସ୍‌କୁ ମାତ୍ ଦେଉଛି ଷ୍ଟେମ୍-ସେଲ୍ ଥେରାପୀ, ବିଶ୍ବର ତୃତୀୟ ବ୍ୟକ୍ତି ରୋଗମୁକ୍ତ

କୋଭିଡର ନୂତନ ପ୍ରକାର ସହିତ ଜଡିତ ରୋଗର ଗମ୍ଭୀରତା ତଥା ସମ୍ଭାବ୍ୟ ଦୀର୍ଘକାଳୀନ ପ୍ରଭାବକୁ ଆକଳନ କରିବା ପାଇଁ ଅଧିକ ବୟସ-ନିର୍ଦ୍ଦିଷ୍ଟ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ଶିଶୁମାନଙ୍କ ଉପରେ କୋଭିଡର ପ୍ରଭାବ ଅଧିକ ଥିବାରୁ ତୁରନ୍ତ ରୋଗ ଚିହ୍ନଟ କରିବାର ଆବଶ୍ୟକତା ଥିବା ଆମେରିକାନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ କହିଛି । ଏହାସବ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ପିଢିର ଶିଶୁ ଏବଂ ଯୁବକମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ଉପରେ ଲଙ୍ଗ୍-କୋଭିଡ ପ୍ରଭାବକୁ ଚିହ୍ନଟ କରିବା ଏବଂ ସମାଧାନ କରିବା ଆବଶ୍ୟକ ବୋଲି AAP କହିଛି ।

ଉଲ୍ଲେଖ ଯୋଗ୍ୟ ଯେ, ମହାମାରୀ ସମୟରେ ଚୀନ ପରେ ଆମେରିକା ମହାମାରୀରେ ଅଧିକ ପ୍ରଭାବିତ ହୋଇଥିଲା । ପ୍ରତିଦିନ ସେଠାରେ ଶହ ଶହ ଲୋକଙ୍କ ଜୀବନ ଯାଉଥିଲା । ବର୍ତ୍ତମାନ ସମଗ୍ର ବିଶ୍ବରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଆମେରିକାର ଛୋଟ ପିଲାମାନେ କୋଭିଡରେ ସଂକ୍ରମିତ ହେବା ନିଶ୍ଚିତ ରୂପେ ଏକ ଚିନ୍ତାର ବିଷୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.