ETV Bharat / sukhibhava

Urticaria: କେମିତି କରିବେ ଚର୍ମରୋଗ ୟୁର୍ଟିକେରିଆ ପରିଚାଳନା, ଜାଣନ୍ତୁ - ଚର୍ମରୋଗ ଚିକିତ୍ସା

ଭିନ୍ନ ପ୍ରକାର ଚର୍ମରୋଗ ମଧ୍ୟରୁ ୟୁର୍ଟିକେରିଆ ଅନ୍ୟତମ । ଏହି ରୋଗ ବାବଦରେ ଡାକ୍ତରମାନେ କଣ କୁହନ୍ତି, ଜାଣନ୍ତୁ

Urticaria
Urticaria
author img

By

Published : Feb 6, 2023, 2:17 PM IST

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଚର୍ମରୋଗ ମଧ୍ୟରୁ ୟୁର୍ଟିକେରିଆ ଅନ୍ୟତମ । ଏହା ଚର୍ମରେ କୁଞ୍ଚନ ସାଙ୍ଗକୁ ଲାଲ୍ ରଙ୍ଗର ଦେଖାଯାଏ । ଶରୀରର ଯେକୌଣସି ଭାଗରେ ୟୁର୍ଟିକେରିଆ ହୋଇପାରେ । ଡାକ୍ତରଙ୍କ କହିବା ଅନୁସାରେ, ଏହା ଏପରି ଏକ ବ୍ୟାଧି ଯାହା ପ୍ରାୟ 20 ପ୍ରତିଶତ ଲୋକଙ୍କୁ ସେମାନଙ୍କ ଜୀବନ କାଳ ମଧ୍ୟରେ ପ୍ରଭାବିତ କରିଥାଏ । ତେବେ ଏହି ରୋଗ ବାବଦରେ ଡାକ୍ତରମାନେ କଣ କୁହନ୍ତି, ଜାଣନ୍ତୁ...

ପ୍ରତି ପାଞ୍ଚ ଜଣ ପିଲାଙ୍କ ମଧ୍ୟରେ ଜଣେ କିମ୍ବା ବୟସ୍କଙ୍କ ମଧ୍ୟରୁ ଜଣେ ସେମାନଙ୍କ ଜୀବନ କାଳରେ ଆକ୍ୟୁଏଟ୍ ୟୁର୍ଟିକେରିଆର ସମ୍ମୁଖୀନ ହୁଅନ୍ତି । ଏହା ସମସ୍ତ ଜାତି ଏବଂ ଉଭୟ ଲିଙ୍ଗକୁ ପ୍ରଭାବିତ କରିଥାଏ । ଏହି ରୋଗ ହେବା ଦ୍ବାରା ଶରୀରର ଏକାଧିକ ଅଙ୍ଗ ଯଥା ତ୍ବଚା, ଆଖିପତା, କାନ, ପାଟି, ହାତ, ପାଦ, କିମ୍ବା ଯୌନାଙ୍ଗ ଇତ୍ୟାଦିରେ ଫୁଲା ହୋଇପାରେ । ଦୁଇ ପ୍ରକାରର ୟୁର୍ଟିକେରିଆ ଥାଏ, ସ୍ୱଳ୍ପକାଳୀନ ବା ଆକ୍ୟୁଏଟ୍ ୟୁର୍ଟିକେରିଆ ଏବଂ ଦୀର୍ଘକାଳୀନ ବା କ୍ରନିକ୍ ୟୁର୍ଟିକେରିଆ ।

ଏହା ମଧ୍ୟ ପଢନ୍ତୁ:- Female Genital Mutilation: ଏକ ଘୃଣ୍ୟ ପ୍ରଥା ଖତନାର ବିଲୋପ କେବେ ?

ସାଧାରଣତଃ ସ୍ୱଳ୍ପକାଳୀନ ୟୁର୍ଟିକେରିଆରେ ଜୀବନ ପ୍ରତି ବିପଦ ନଥାଏ, ଯଦିଓ ଗଳାରେ କୌଣସି ଫୁଲା, ଓଠରେ ଫୁଲା କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ହୁଏ ତେବେ ତୁରନ୍ତ ଚିକିତ୍ସା କରାଯିବା ଉଚିତ୍ । ଯଦି ଏହା ଛଅ ସପ୍ତାହରୁ ଅଧିକ ସମୟ ଧରି ରହେ, ତେବେ ଏହା କ୍ରୋନିକ୍ ୟୁର୍ଟିକେରିଆର ରୂପ ନେଇଥାଏ । ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଡାକ୍ତରଙ୍କ ପରାମର୍ଶ କରାଇନେବା ଉଚିତ୍ ।

ଡାକ୍ତରଙ୍କ କହିବା ଅନୁସାରେ, ଆକ୍ୟୁଏଟ୍ ୟୁର୍ଟିକେରିଆ ସାଧାରଣତଃ ସ୍ୱଳ୍ପ ମିଆଦି ଚିକିତ୍ସା ପରେ ଭଲ ହୋଇଯାଇଥାଏ । ନବଜାତ ଶିଶୁ ଏବଂ ପିଲାମାନଙ୍କ ଠାରେ ଆକ୍ୟୁଏଟ୍ ୟୁର୍ଟିକେରିଆ ହୋଇପାରେ କିନ୍ତୁ ଏହା ବେଳେ ବେଳେ ହୋଇଥାଏ । ଏହା ପିଲାମାନଙ୍କ ସଂକ୍ରମଣ ଦ୍ବାରା ହୋଇଥାଏ । ବୟସ୍କମାନଙ୍କ କ୍ଷେତ୍ରରେ, ୟୁର୍ଟିକେରିଆ ସାଧାରଣତଃ ଇଡିଓପାଥିକ୍ ଏବଂ ସ୍ୱତଃପ୍ରବୃତ୍ତ ।

ଏହା ମଧ୍ୟ ପଢନ୍ତୁ:-ଯୁବପିଢିଙ୍କୁ ଅଧିକ ଗ୍ରାସୁଛି ଆପେଣ୍ଡିସାଇଟ୍ସ, ଏହି ସବୁ ଲକ୍ଷଣକୁ ଆଦୌ କରନ୍ତୁନି ଅବହେଳା

କ୍ରୋନିକ୍ ୟୁର୍ଟିକେରିଆ ରୋଗୀମାନଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରେ, କାରଣ ଏହା ଶାରୀରିକ ଭାବରେ ଅସହଜ, କାର୍ଯ୍ୟ କରିବାରେ ଏବଂ ଶୋଇବାରେ ବାଧା ସୃଷ୍ଟି କରେ । ଏହାର ଚିକିତ୍ସା କରିବା ପ୍ରାୟତଃ କଷ୍ଟସାଧ୍ୟ ହୋଇଥାଏ । ଲକ୍ଷଣ ଗୁଡ଼ିକର ଗମ୍ଭୀରତା ଏବଂ ଅବଧି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ଅନେକ କ୍ଷେତ୍ରରେ ଏହାର କାରଣ ମଧ୍ୟ ଜଣାପଡେ ନାହିଁ । ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କଲେ ରୋଗ ନିୟନ୍ତ୍ରଣ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ପ୍ରାୟ 50 ପ୍ରତିଶତ ରୋଗୀ ଗୋଟିଏ ବର୍ଷ ମଧ୍ୟରେ ଆରୋଗ୍ୟ ହୋଇଯାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.