ETV Bharat / sukhibhava

ବିଶ୍ବ ଶିଶୁ ଦିବସ, ପ୍ରତ୍ୟେକ ଛୁଆଙ୍କୁ ପ୍ରତ୍ୟେକ ଅଧିକାର

author img

By ETV Bharat Odisha Team

Published : Nov 20, 2023, 1:43 PM IST

World Children's Day: ସାରା ବିଶ୍ବର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ପାଇଁ ଏକ ଉନ୍ନତ ବିଶ୍ବ ଗଠନ ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 20 ତାରିଖରେ ବିଶ୍ବ ଶିଶୁ ଦିବସ ପାଳନ କରାଯାଏ।

World Childrens Day
World Childrens Day

ହାଇଦ୍ରାବାଦ: ଆଜି ବିଶ୍ବ ଶିଶୁ ଦିବସ। 1954 ମସିହାରୁ ଏହି ଦିବସ ପାଳନ କରାଯାଉଛି । ସାରା ବିଶ୍ବରେ ଛୁଆଙ୍କ ମଧୟରେ ଏକତା ଆଣିବା, ସେମାନଙ୍କ ସହିତ ଜଡିତ ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଶିଶୁ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସ 20 ତାରିଖରେ ବିଶ୍ବ ଶିଶୁ ଦିବସ ପାଳନ କରାଯାଏ । 1990 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ଦିବସ ପାଳନ କରିବା ନେଇ ଘୋଷଣା କରିଥିଲା । ପିଲାଙ୍କୁ ସମସ୍ତ ପ୍ରକାର ଅଧିକାର ଦେବା, ସେମାନଙ୍କ ସୁରକ୍ଷା ପାଇଁ ଲଢ଼ିବା ଏବଂ ସେମାନଙ୍କ ପାଇଁ ଏକ ଉତ୍ତମ ବିଶ୍ବ ସୃଷ୍ଟି କରିବା ପାଇଁ ଏକ ଯୋଜନା କରିବା ପାଇଁ ପ୍ରେରଣା ଦେଇଥାଏ । ପ୍ରତିବର୍ଷ ଏକ ଥିମ ଉପରେ ବିଶ୍ବ ଶିଶୁ ଦିବସ ପାଳନ କରାଯାଇଛି । ଚଳିତବର୍ଷ ଅର୍ଥାତ 2023ର ଥିମ୍‌ ରହିଛି ସମସ୍ତ ଶିଶୁଙ୍କ ପାଇଁ ସମସ୍ତ ଅଧିକାର । ସାରା ବିଶ୍ବର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ପାଇଁ ଏକ ଉନ୍ନତ ବିଶ୍ବ ଗଠନ ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 20 ତାରିଖରେ ବିଶ୍ବ ଶିଶୁ ଦିବସ ପାଳନ କରାଯାଏ ।

ଅନେକ କାରଣରୁ ମହତ୍ତ୍ବପୂର୍ଣ୍ଣ 20 ନଭେମ୍ବର:

  • ପିଲାମାନଙ୍କର କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ନଭେମ୍ବର 20 ତାରଖକୁ ବିଶ୍ବ ଶିଶୁ ଦିବସ ହିସାବରେ ପାଳନ କରାଯାଏ ।
  • 1959 ମସିହା 20 ନଭେମ୍ବରରେ ମିଳିତ ଜାତିସଂଘର ସାଧାରଣ ସଭା ଶିଶୁ ଅଧିକାର ଘୋଷଣାନାମା ଗ୍ରହଣ କରିଥିଲା ।
  • 1989 ମସିହା ନଭେମ୍ବର 20 ତାରିଖରେ ଜାତିସଂଘର ସାଧାରଣ ସଭାରେ ଶିଶୁ ଅଧିକାର ଉପରେ ମୋହର ଦିଆଯାଇଥିଲା ।

ଛୁଆଙ୍କ ସାମ୍ନାରେ ଚ୍ୟାଲେଞ୍ଜ: ୟୁନିସେଫ୍‌ ଦ୍ବାରା ବିଶ୍ବ ଶିଶୁ ଦିବସ ପାଳନ କରାଯାଇଥାଏ । ଏହି ଦିନ ଛୁଆମାନଙ୍କୁ ଅନେକ ପ୍ରକାର ବିଷୟରେ ଅବଗତ କରାଯାଇଥାଏ ଯାହା ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ଅଟେ । ଉଦାହରଣ ସ୍ବରୂପ: ଶିକ୍ଷା, ସ୍ବାସ୍ଥ୍ୟ, ଜଳବାୟୁରେ ପରିବର୍ତ୍ତନ, ଜାତିଭେଦ, ସାମାଜିକ ଭେଦଭାବ ଇତ୍ୟାଦି । ଏହି ସମସ୍ୟାର ସମାଧାନ ପାଇଁ ପିଲାମାନେ ନିଜେ ଶପଥ ନେଇଥାଆନ୍ତି । ଏହାସହ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ବୟସ୍କଙ୍କୁ ଆହ୍ବାନ ସୃଷ୍ଟି କରିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: World Childrens day: ବସ୍ତିର ବଞ୍ଚିତ ପିଲାଙ୍କ ମୁହଁରେ ଖୁସିଆଣିଲା UNICEF

ଭାରତରେ ଛୁଆମାନେ କେଉଁ ସମସ୍ୟାର ସାମ୍ନା କରିଥାଆନ୍ତି:

  • ଶିଶୁ ନିର୍ଯାତନା
  • ଶିଶୁ ସୈନିକ
  • ଶିଶୁ ଶ୍ରମିକ
  • ବାଲ୍ୟ ବିବାହ
  • ଶିଶୁ ଚାଲାଣ
  • ଘୋରେଇ ହିଂସା
  • ଶୈକ୍ଷିକ ଅଧିକାରର ଉଲଂଘନ

ଶିଶୁ ଅଧିକାର କଣ: 1959 ମସିହାର ଶିଶୁ ଅଧିକାରକୁ 2007 ମସିହା ନଭେମ୍ବର 20 ତାରିଖରେ ଗ୍ରହଣ କରାଯାଇଥିଲା। ଯଦି ଆମେ ଶିଶୁ ଅଧିକାର ବିଷୟରେ ଆଲୋଚନା କରିବା ତେବେ ଏଥିରେ ମୁଖ୍ୟତଃ ଜୀବନ, ​​ପରିଚୟ, ଖାଦ୍ୟ, ପୋଷଣ, ସ୍ୱାସ୍ଥ୍ୟ, ବିକାଶ, ଶିକ୍ଷା, ମନୋରଞ୍ଜନ, ଜାତୀୟତା, ପରିବାର, ପାରିବାରିକ ପରିବେଶ ଏବଂ ଅପବ୍ୟବହାରରୁ ସୁରକ୍ଷା ଅନ୍ତର୍ଭୁକ୍ତ ଅଟେ । ଆଜିକା ସମୟରେ ମଧ୍ୟ ପିଲାମାନଙ୍କୁ ଏହି ସବୁ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିବାକୁ ପଡ଼ୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.