ETV Bharat / sukhibhava

ଅଲଟ୍ରାସାଉଣ୍ଡ କୋରୋନା ଭୂତାଣୁ ପାଇଁ କ୍ଷତିକାରକ: ଅଧ୍ୟୟନ

author img

By

Published : Mar 19, 2021, 3:20 PM IST

ମେଡିକାଲ ଚିକିତ୍ସାରେ ବ୍ୟବହୃତ ବିଭିନ୍ନ ଫ୍ରିକ୍ବେନ୍ସିରେ ଅଲଟ୍ରାସାଉଣ୍ଡ ଭାଇବ୍ରେସନ ପାଇଁ କରୋନା ଭୂତାଣୁ ଅସୁରକ୍ଷିତ ହୋଇପାରେ ବୋଲି ଏହା ଉପରେ ଗବେଷଣା କରୁଥିବା ଏକ ଟିମ୍ କହିଛନ୍ତି । ଅଧିକ ପଢନ୍ତୁ...

ଅଲଟ୍ରାସାଉଣ୍ଡ କୋରୋନା ଭୂତାଣୁ ପାଇଁ କ୍ଷତିକାରକ

ମେଡିକାଲ ଚିକିତ୍ସାରେ ବ୍ୟବହୃତ ବିଭିନ୍ନ ଫ୍ରିକ୍ବେନ୍ସିରେ ଅଲଟ୍ରାସାଉଣ୍ଡ ଭାଇବ୍ରେସନ ପାଇଁ କରୋନା ଭୂତାଣୁ ଅସୁରକ୍ଷିତ ହୋଇପାରେ ବୋଲି ଏହା ଉପରେ ଗବେଷଣା କରୁଥିବା ଏକ ଟିମ୍ କହିଛନ୍ତି । କମ୍ପ୍ୟୁଟର ସିମୁଲେସନ ଜରିଆରେ ଏହି ଟିମ୍ ବିଭିନ୍ନ ପ୍ରକାର ଅଲଟ୍ରାସାଉଣ୍ଡ ଫ୍ରିକ୍ବେନ୍ସିରେ ଭାଇବ୍ରେସନ ନେଇ ଭୂତାଣୁର ଯାନ୍ତ୍ରିକ ପ୍ରତିକ୍ରିୟା କ’ଣ ହେଉଛି ତାହାର ମଡେଲ ବାହାର କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, 25ରୁ 100 ମେଗାହର୍ଜ ମଧ୍ୟରେ ଭାଇବ୍ରେସନ ଦ୍ବାରା ଭୂତାଣୁ ସେଲ୍ ଉପରେ ମାଡ଼ ହୁଏ, ଫଳରେ ଏହା କ୍ରମଶଃ ଦୁର୍ବଳ ହୁଏ ଏବଂ ମାତ୍ର କେଇ ମୁହୂର୍ତ୍ତରେ ଏହା ଫାଟିଯାଏ। ଏହାର ପ୍ରଭାବ ପବନ ଏବଂ ପାଣିରେ ଭାଇରସ ସିମୁଲେସନ ହେବା ଦ୍ବାରା ଦେଖିବାକୁ ମିଳିଥିବା ମାସାଚୁଟେସ ଇନିଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜିର ତୋମାଜ ୱିରବିକିଙ୍କ ସମେତ ଗବେଷଣାକାରୀ କହିଛନ୍ତି ।

ଅଲଟ୍ରାସାଉଣ୍ଡର ଉତ୍ତେଜନା ଭିତରେ କରୋନା ଭାଇରସ୍ ସେଲ୍ ଏବଂ ସ୍ପାଇକ ଥରିଉଠେ ଏବଂ ବହୁତ ଜୋରରେ ଏସବୁ ଥରି ଉଠିବାରୁ ଏହା ଷ୍ଟ୍ରେନ୍ ସୃଷ୍ଟି କରେ ଯାହାକି ଭାଇରସର କିଛି ନିର୍ଦ୍ଦିଷ୍ଟ ଅଂଶକୁ ଭାଙ୍ଗିଦିଏ । ଏହାଫଳରେ ସେଲ୍ ବାହାର ଭାଗରେ ହେଉଥିବା କ୍ଷତି ଦୃଶ୍ୟମାନ ହୁଏ ଏବଂ ସମ୍ଭବତଃ ଆରଏନଏ ଭିତରେ ଅଦୃଶ୍ୟ କ୍ଷତି ପହଞ୍ଚାଇଥାଏ ବୋଲି ୱିରବିକି କହିଛନ୍ତି । କୋରୋନା ଭୂତାଣୁର ଛବି ନେଇ ସମସ୍ତେ ବେଶ୍ ପରିଚିତ, ଅନେକ ରିସେପ୍ଟର ଭର୍ତ୍ତି ଥିବା ଏହା ଦେଖିବାକୁ ଏକ କଣ୍ଟା ମୁକୁଟ ସଦୃଶ ବୋଲି ଗବେଷଣାକାରୀ ଟିମ୍ ପକ୍ଷରୁ କୁହାଯାଇଛି । ସ୍ପାଇକ୍ ପରି ଦେଖାଯାଉଥିବା ଏହି ପ୍ରୋଟିନ ସୁସ୍ଥ କୋଷରେ ଲାଗିଥାଏ ଏବଂ ଭାଇରାଲ ଆରଏନଏ ଉପରେ ମାଡ଼ କରିଥାଏ। ଭୂତାଣୁ କିପରି ସଂକ୍ରମିତ ହୁଏ ତାହା ସମସ୍ତେ ଜାଣନ୍ତି, ହେଲେ ଏହାର ଭୌତିକ ଗଠନ ପ୍ରଣାଳି ନେଇ ବିଶେଷ କିଛି ଜଣାପଡ଼ିନାହିଁ ।

ମେକାନିକସ ଏଣ୍ଡ ଫିଜିକ୍ସ ଅଫ୍ ସଲିଡସ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗବେଷଣାକାରୀ ସିମୁଲେସନ ପ୍ରକ୍ରିୟାରେ ଆକ୍ବାଷ୍ଟିକ ଭାଇବ୍ରେସନ (କମ୍ପନରେ ତରଙ୍ଗ) ବ୍ୟବସ୍ଥା ପ୍ରୟୋଗ କରିଥିଲେ ଏବଂ କମ୍ପନ ଦ୍ବାରା ବିଭିନ୍ନ ଫ୍ରିକ୍ବେନସିର ଅଲଟ୍ରାସାଉଣ୍ଡ ଦ୍ବାରା କିପରି ଭୂତାଣୁ ପ୍ରଭାବିତ ହୁଏ ତାହା ଦେଖିବାକୁ ପାଇଥିଲେ । 100 ମେଗାହର୍ଜ କିମ୍ବା ପ୍ରତି ସେକେଣ୍ଡ ପିଛା ଶହେ ନିୟୁତ ସାଇକେଲ୍ ବେଗର କମ୍ପନ ସହିତ ଗବେଷଣାକାରୀ ଟିମ୍ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ । ଏହାକୁ ସେମାନେ କୋଷର ପ୍ରାକୃତିକ ଭାଇବ୍ରେଟିଂ ଫ୍ରିକ୍ବେନସି ଭାବେ ଆକଳନ କରିଥିଲେ ।

ସେମାନେ ଯେତେବେଳେ ଭୂତାଣୁକୁ ପରୀକ୍ଷାମୂଳକ ଭାବେ ଶହେ ମେଗାହର୍ଜ ଅଲଟ୍ରାସାଉଣ୍ଡ ଉତ୍ତେଜକ ସଂସ୍ପର୍ଶକୁ ଆଣିଥିଲେ ସେତେବେଳେ ଭୂତାଣୁର ନ୍ୟାଚୁରାଲ ଭାଇବ୍ରେସନ ପ୍ରାରମ୍ଭିକ ଅବସ୍ଥାରେ ଠାବ କରାଯାଇ ପାରିନଥିଲା । କିନ୍ତୁ ଏହାର ନିମିଷକ ମଧ୍ୟରେ ବାହାର ଭାଇବ୍ରେସନ କାରଣରୁ ସେଲ୍ ଏବଂ ସ୍ପାଇକଗୁଡ଼ିକ ପଡ଼ିଆରେ ବଲ୍ ପଡ଼ି ବାଉନ୍ସ କରିବା ଭଳି ଭିତର ପଟକୁ ପଶିଆସେ । ଗବେଷଣାକାରୀ ଭାଇରସ୍ କୋଷ ଉପରେ ଶବ୍ଦ ତରଙ୍ଗ, ତୀବ୍ରତା ଏବଂ କମ୍ପନ ପରିମାଣ ବଢାଇ ଏହାର ପ୍ରଭାବ ବିଭିନ୍ନ ସ୍ତରରେ କିପରି ରହୁଛି ତାହାର ପରୀକ୍ଷା ନିରୀକ୍ଷା କରିଛନ୍ତି । 25 ମେଗାହର୍ଜ ଏବଂ 50 ମେଗାହର୍ଜ କମ୍ ଫ୍ରିକ୍ବେନସି ମଧ୍ୟରେ ଭାଇରସ୍ ସେଲ୍ ଫାଟି ଏହା ବାୟୁ ଏବଂ ପାଣିରେ ପଶି ପରିବେଶରେ ଅନୁରୂପ ଭୂତାଣୁ ସୃଷ୍ଟି କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.