ହାଇଦ୍ରାବାଦ: ୟୁକ୍ରେନ ଉପରେ ଋଷର ଆକ୍ରମଣ ବିଗତ କିଛି ଦିନ ଧରି ଲାଗି ରହିଛି । ଏହି ଯୁଦ୍ଧକୁ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ଶୈଳୀରେ ଗ୍ରହଣ କରୁଛନ୍ତି । ଆମ ମଧ୍ୟରେ କେତେକ ଅଛନ୍ତି, ଯେଉଁମାନେ ହଠାତ୍ ନକାରାତ୍ମକ ଖବର ଶୁଣିବା ମାତ୍ରେ ଭାଙ୍ଗି ପଡନ୍ତି, ଅବସାଦରେ ରହିଯାଇନ୍ତି । ସେମାନଙ୍କୁ ଏହି ଖବର ଏକପ୍ରକାର ମାନସିକ ଚାପ ଦେଇଥିବା କହିଲେ କିଛି ଭୁଲ୍ ହେବ ନାହିଁ । ତେବେ ଏହି ବର୍ଗର ଲୋକେ ଏପରି ଖବର ଶୁଣିବା ମାତ୍ରେ ନାନା କଳ୍ପନା-ଜଳ୍ପନା କରିବା ସହ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି । କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ଦୁଃଖପୂର୍ଣ୍ଣ ସଂଗୀତ ଶୁଣି ମଧ୍ୟ ଭାଙ୍ଗି ପଡନ୍ତି । ଯଦି ଆପଣଙ୍କ ସହ ମଧ୍ୟ ଏପରି ଘଟୁଛି, ତେବେ କରିବେ କଣ ? ଜାଣନ୍ତୁ କଣ କରିବା ଦ୍ବାରା ଦୁଃଖଦ ଖବରରୁ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ଏବଂ ଶାନ୍ତ ରଖିବେ...
ମନୋବଳକୁ ନିୟନ୍ତ୍ରଣ କରିବା ପାଇଁ ସେରୋଟୋନିନ୍ ବା Serotonin( a chemical nerve cells produce) ଏକ ଗୁରୁତ୍ୱପୂର୍ଣ୍ଣ ମସ୍ତିଷ୍କ ରାସାୟନିକ ପ୍ରକ୍ରିୟା । ସେରୋଟୋନିନ୍ ହେଉଛି ଏକ ରାସାୟନିକ ପ୍ରକ୍ରିୟା, ଯାହା ସ୍ନାୟୁ ଏବଂ କୋଶ ମଧ୍ୟରେ ସିଗନାଲ୍ ବିତରଣ କରିଥାଏ । ବିଶେଷ ଭାବେ ହଜମ ପ୍ରକ୍ରିୟା ଏବଂ ବ୍ଲଡ ପ୍ଲେଟଲେଟରୁ ସେରୋଟୋନିନ ମିଳିଥାଏ । ଯେତେବେଳେ ଆମେ କ୍ରମାନ୍ୱୟରେ ଚାପଗ୍ରସ୍ତ ହୋଇଥାଉ କିମ୍ବା ଦୀର୍ଘ ସମୟ ଧରି କୌଣସି ଖରାପ ଖବର ଶୁଣି ଦୁଃଖରେ ଥାଉ ସେତେବେଳେ ଆମ ଶରୀରରେ ସେରୋଟୋନିନ୍ କ୍ଷୟ ହୋଇଯାଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦୁଃଖଦ ସଙ୍ଗୀତ ଶୁଣିବା ଦ୍ବାରା ମଧ୍ୟ ଜଣେ ସୁସ୍ଥ ଲୋକଙ୍କ ଶରୀରରେ ସେରୋଟୋନିନ୍ ହ୍ରାସ ପାଇଥାଏ । ଫାର୍ମାକୋଲୋଜିକାଲ୍ ଚିକିତ୍ସା ଦ୍ବାରା ସେରୋଟୋନିନ୍ ବୃଦ୍ଧି ପାଇଥାଏ, ଉଦାସୀନତା ଏବଂ ଚିନ୍ତାରୁ ମୁକ୍ତି ପାଇଁ ମଧ୍ୟ ଏହି ଚିକିତ୍ସା ପ୍ରଣାଳୀ ବ୍ୟବାହର କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ:- Holi Special: ସ୍ବାସ୍ଥ୍ୟ ଓ ପରିବେଶ ଉପରେ କଣ ରହିଛି ପ୍ରଭାବ ?
ସହାନୁଭୂତି ଏକ ଭଲ ଗୁଣ ଯାହା ଆମକୁ ଅନ୍ୟମାନଙ୍କ ସହିତ ସଫଳତାର ସହ ବଞ୍ଚିବାରେ ସାହାଯ୍ୟ କରେ ଏବଂ ଏକ ସମୃଦ୍ଧ ସମାଜକୁ ପ୍ରୋତ୍ସାହିତ କରେ । ମାତ୍ର ଅତ୍ୟଧିକ ସହାନୁଭୂତି ଏବଂ କୌଣସି ଦୁଃଖଦ ଖବର ଶୁଣି ଭାଙ୍ଗି ପଡିବା ଦ୍ବାରା ଆମ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ । କ୍ରମାଗତ ଭାବରେ ନକାରାତ୍ମକ ଭାବନା ଉଦାସୀନତାର କାରଣ ପାଲଟେ । ସମୟ ସହିତ ଏହିପରି ଅବସ୍ଥା ଆମ ମନ ଉପରେ ଏକ ବଡ ପ୍ରଭାବ ପକାଇପାରେ, ଯାହା ଫଳରେ ସ୍ମୃତିଶକ୍ତି ହ୍ରାସ ପାଇବା ସହ ଧ୍ୟାନରେ ମଧ୍ୟ ବ୍ୟାହତ ଉପୁଜିଥାଏ । ଏପରିକି ଏହି ଶ୍ରେଣୀର ବ୍ୟକ୍ତି ବିଶେଷ ଅନ୍ୟମାନଙ୍କ ସହ କୌଣସି ମାମଲାରେ ଯୁକ୍ତି ମଧ୍ୟ କରିପାରନ୍ତି ନାହିଁ ।
ତେବେ ଅନ୍ୟର ଆଟେନସନ ବା ଦୃଷ୍ଟି ଆକର୍ଷଣ ପାଇଁ ଆପଣଙ୍କ ମନରେ ସୃଷ୍ଟି ହୋଇଥିବା ଉଦାସୀନତାର କୌଣସି କ୍ଲିନିକାଲ ଚିକିତ୍ସା ନାହିଁ । ଏପରି ଭାବନା ଦ୍ବାରା ଆପଣ ମାନସିକ ସ୍ଥିତି ଅସୁନ୍ତଳିତ ହୋଇପାରେ । ତେଣୁ ନିଜକୁ ଦୃଢ ଏବଂ ବାସ୍ତବବାଦୀ ରଖନ୍ତୁ । ଏହି ସମସ୍ୟାଗୁଡିକ ଆମକୁ ଅଧିକ ଚିନ୍ତିତ କରିପାରେ ।
ମସ୍ତିଷ୍କକୁ ସ୍ଥିର ରଖନ୍ତୁ:-
କିପରି ଆମ ମସ୍ତିଷ୍କକୁ ସ୍ଥିର ରଖିବା ? ଅତ୍ୟାବଶ୍ୟକ ବା ଅନାବଶ୍ୟକ ଚିନ୍ତାରୁ ଦୂରେଇ ରହି ନିରବତା ବଜାୟ ରଖନ୍ତୁ, ଯାହା ଆପଣଙ୍କୁ ଖରାପ ପରିସ୍ଥିତିରୁ ମୁକୁଳାଇବାରେ ସହାୟକ ହେବ । ଆପଣଙ୍କୁ ଭଲ ଲାଗୁଥିବା ଏବଂ ଆରାମଦାୟକ କାର୍ଯ୍ୟ କରନ୍ତୁ । ଯେପରି କି ଏକ ଭଲ ପୁସ୍ତକ ପଢିବା, ଏକ ମଜାଦାର ଚଳଚ୍ଚିତ୍ର ଦେଖିବା, ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହ ବାହାରକୁ ବୁଲିବାକୁ ଯିବା କିମ୍ବା ମଜା-ମସ୍ତି କରନ୍ତି । ମନ ଭାରାକ୍ରାନ୍ତ କିମ୍ବା ଦୁଃଶ୍ଚିନ୍ତା ସମୟରେ ବ୍ୟାୟାମ କିମ୍ବା ନୂଆ କିଛି ଶିଖିବାକୁ ଚେଷ୍ଟା କରନ୍ତୁ, ଯେପରିକି ଏକ ଭିନ୍ନ ଭାଷା କିମ୍ବା ବାଦ୍ୟଯନ୍ତ୍ର ଶିଖନ୍ତୁ, ଏହା ଉଭୟ ମନୋବଳକୁ ବୃଦ୍ଧି କରିବାରେ ସହାୟକ ହୁଏ ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଅନ୍ୟ ଏକ ଉପାୟ ହେଉଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଯଦି ୟୁକ୍ରେନ ସମସ୍ୟାକୁ ନେଇ ମନରେ ନାନା ଚିନ୍ତା, ଭୟ କିମ୍ବା ବିଦ୍ବେଶ ଉପୁଜୁଛି ତେବେ ୟୁକ୍ରେନର ସାଧାରଣ ନାଗରିକଙ୍କୁ ସାହାଯ୍ୟ କରିବାରେ ଜଡିତ କୌଣସି ସଂସ୍ଥାରେ ଯୋଗଦାନ କିମ୍ବା ସମର୍ଥନ କରିବା । ଯେତେବେଳେ ଆପଣ ଦୟା ପ୍ରଦର୍ଶନ କରନ୍ତି, ସେତେବେଳେ ମସ୍ତିଷ୍କ ସକ୍ରିୟ ହୋଇଥାଏ ଏବଂ ପରିସ୍ଥିତି ଉପରେ ଆପଣଙ୍କୁ କିଛି ଶକ୍ତି ମିଳିଥାଏ । ଏହା ସତ୍ତ୍ବେ ଯଦି ଆପଣ ମାନସିକସ୍ତରରେ ଭାରାକ୍ରାନ୍ତ ହେଉଛନ୍ତି କିମ୍ବା ବିଚଳିତ ଲାଗୁଛି, ତେବେ ନିଶ୍ଚିତ ଭାବେ ଏକ କ୍ଲିନିକାଲ୍ ସାଇକୋଲୋଜିଷ୍ଟଙ୍କ ସହ ଯୋଗାଯୋଗ କରନ୍ତୁ ।
(By Barbara Jacquelyn Sahakian, Christelle Langley, University of Cambridge, Chun Shen and Jianfeng Feng, Fudan University; as appeared in The Conversation)