ହାଇଦ୍ରାବାଦ: ଭଲ ସ୍ୱାସ୍ଥ୍ୟ ପାଇଁ ଯେପରି, ଉତ୍ତମ ଖାଦ୍ୟ, ପାନୀୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ସଠିକ୍ ଜୀବନଶୈଳୀ ଯେପରି ଆବଶ୍ୟକ, ସେହିପରି, ନିଦ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ । କିନ୍ତୁ ବର୍ତ୍ତମାନ ସମୟରେ ନିଦ ସମସ୍ୟା ଅଧିକାଂଶ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ରାତିରେ ଅଧିକ ସମୟ ମୋବାଇଲ କିମ୍ବା ଲାପ୍ଟପ୍ ବ୍ୟବହାର ହେଉ କିମ୍ବା ମାନସିକ ଦୁଶ୍ଚିନ୍ତା କାରଣରୁ ଅନେକ ଲୋକେ ନିଦ୍ରା ସମସ୍ୟାର ସମ୍ମଖୀନ ହେଉଛନ୍ତି ।
ରାତିରେ ନିଦ୍ରା ଅଭାବ କାରଣରୁ ଜଣେ ବ୍ୟକ୍ତି ଦିନସାରା କ୍ଳାନ୍ତି ଅନୁଭବ କରିଥାଏ ଏବଂ ଏହି କ୍ଲାନ୍ତ କିଛି ପ୍ରମୁଖ ରୋଗର କାରଣ ହୋଇଯାଏ । ବେଳେବେଳେ ଖରାପ ନିଦ୍ରାର କାରଣ ଜୀବନଶୈଳୀ ପାଇଁ ଦାୟୀ ହୋଇଥାଏ, ଯଦି ଏହାକୁ ସଂଶୋଧନ କରାଯାଏ, ତେବେ ନିଦ୍ରାହୀନତା ଭଳି ସମସ୍ୟାକୁ ଏଡାଯାଇ ପାରିବ । ନିମ୍ନରେ ଏଥିପାଇଁ କେତେକ ଉପଚାର ବାବଦରେ ଆଲୋଚନା କରାଯାଇଛି...
ରୁଟିନ୍ରେ କରନ୍ତୁ ଏହି ପରିବର୍ତ୍ତନ(Tips To Improve Sleep Quality)
- ଯଦି ଆପଣ ନିଦ୍ରାର ଅଭାବରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ସକାଳୁ ଉଠି ସୂର୍ଯ୍ୟକିରଣରେ କିଛି ସମୟ ବିତାନ୍ତୁ । ଏହି କାରଣରୁ, ଶରୀରରେ ଏକ ଭିନ୍ନ ପ୍ରକାରର ଶକ୍ତି ସୃଷ୍ଟି ହୁଏ ଏବଂ ମସ୍ତିଷ୍କରେ ସେରୋଟୋନିନ୍ ସ୍ତର ସଂଶୋଧିତ ହୁଏ । ସୂର୍ଯ୍ୟକିରଣରେ ଥିବା ଭିଟାମିନ D ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ।
- ଆମେ ସମସ୍ତେ ଜାଣୁ ଯେ, ଘିଅ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଆପଣ ଜାଣନ୍ତି କି ରାତିରେ ଗରମ ଘିଅ ସହିତ ପାଦ ମାଲିସ୍ କରିବା ଦ୍ୱାରା ଭଲ ନିଦ ଆସିଥାଏ । ଆଜ୍ଞା ହଁ ଗରମ ଘିଅକୁ ପାଦରେ ମାଲିସ କରିବା ଦ୍ବାରା ଭଲ ନିଦ ଆସିଥାଏ ।
- ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏହା ନିଦ୍ରାହୀନତାର ସମସ୍ୟାକୁ ଦୂର କରିଥାଏ ।
- ପ୍ରତିଦିନ ସକାଳେ ଉଠିବା ପରେ 4 ରୁ 5 ଟି ବାଦାମ ଖାଆନ୍ତୁ । ଏହି କାରଣରୁ, ଶରୀରରେ ଜିଙ୍କ, ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ଅଭାବ ପୂରଣ ହୁଏ, ଯଦି ସମ୍ଭବ ହୁଏ, ପ୍ରତିଦିନ ସନ୍ଧ୍ୟାରେ ଏକ କନ୍ଦ ଆଳୁ ନିଅନ୍ତୁ କାରଣ ଏହା ଶରୀରରେ ମେଲାଟୋନିନ୍ ସ୍ତରକୁ ଠିକ୍ ରଖେ ।
- ଭିଟାମିନ ସି ରେ ଭରପୂର କିୱି ଫଳ । ଏଥିରେ କ୍ୟାଲୋରି କମ ଥାଏ ଓ ଅଧିକ ପୋଷକ ରହିଥାଏ । ଏହି ଫଳରେ ବି ମେଲାଟୋନିନ, ଫୋଲେଟ୍, ମ୍ୟାଗ୍ନେଜିୟମ ଆଦି ରହିଥାଏ, ଯାହା କି ନିଦ୍ରା ବର୍ଦ୍ଧକ ଉପାଦାନ ଭାବେ ଜଣାଶୁଣା ।
ଏହି କାର୍ଯ୍ୟଠୁ ଦୂରେଇ ରହନ୍ତୁ...
- ଉଚ୍ଚ ଚର୍ବିଯୁକ୍ତ ଓ ମସାଲା ଖାଦ୍ୟ ଖାଆନ୍ତୁ ନାହିଁ
- ଶୀଘ୍ର ହଜମ ହୋଇ ପାରୁ ନଥିବା ଖାଦ୍ୟ ଖାଆନ୍ତୁ ନାହିଁ
- କଫି, ଏନର୍ଜି ଡ୍ରିଙ୍କ ଓ ମଦ ପିଅନ୍ତୁ ନାହିଁ
- ଡାର୍କ ଚକୋଲେଟ୍ ଖାଆନ୍ତୁ ନାହିଁ
- ଦିନରେ ଶୁଅନ୍ତୁ ନାହିଁ
- ଦିନବେଳେ ନିଜକୁ ଶାରୀରିକ ଭାବେ ଫିଟ୍ ରଖନ୍ତୁ । ଯୋଗଧ୍ୟାନ କରି ଅବସାଦ ଦୂର କରନ୍ତୁ । ପ୍ରାଣାୟମ ବି କରନ୍ତୁ ।
- ବେଡରୁମକୁ ପରିଷ୍କାର ରଖନ୍ତୁ । ବେଡରୁମକୁ ଅନ୍ଧାରୁଆ ଓ ଥଣ୍ଡା ରଖନ୍ତୁ ।
Disclaimer: ଏସବୁ ଉପଚାର ସାଧାରଣ ଚିକିତ୍ସା ନିମନ୍ତେ । ଯଦି ଆପଣଙ୍କ କ୍ଷେତ୍ରରେ ଜଟିଳ ନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।