ହାଇଦ୍ରାବାଦ: ପାଗରେ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ । ପାଗରେ ପରିବର୍ତ୍ତନ ଯୋଗୁଁ ମାଶା, ମାଛି, ଅସରପା ଏବଂ ଛୋଟଛୋଟ କୀଟ ପତଙ୍ଗ ଯୋଗୁଁ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ସାଧାରଣତଃ ସୂର୍ଯ୍ୟକିରଣ ପଡୁନଥିବା ସ୍ଥାନରେ ଅସରପା ଅଧିକ ଦେଖାଯାଆନ୍ତି । ଗୋଟିଏ ଅସରପା ବା ମଶା ଘରେ ପ୍ରବେଶ କରିବା ଦ୍ବାରା ସେଠାରେ ବଂଶ ବିସ୍ତାର କରିଥାଆନ୍ତି । ଫଳରେ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଥିବା ବେଳେ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ୟା ଭୋଗିବାର ଆଶଙ୍କା ରହିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ କୌଣସି ଚିନ୍ତା କରନ୍ତୁ ନାହିଁ । କିଛି ତେଲର ବ୍ୟବହାର କରି ମଧ୍ୟ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
ନିମ୍ବ ତେଲ: ନିମ୍ବ..ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ସମସ୍ତେ ଜାଣନ୍ତି । ଯଦି ଘରେ ଅଧିକା ମଶା ରହୁଛନ୍ତି ତେବେ ଆପଣ ଏକ ଚାମଚ ନିମ୍ବତେଲ, ଅଧା ଚାମଚ ବେକିଂ ସୋଡାକୁ ଅଧା ଲିଟର ପାଣିରେ ମିଶାନ୍ତୁ । ଏହି ପାଣକୁ ଘରର ଚାରିପଟେ ସ୍ପ୍ରେ କରନ୍ତୁ। ଏହା ଦ୍ବାରା କୀଟପତଙ୍ଗ, ମଶା ଏବଂ ଅସରପା ଘରକୁ ପ୍ରବେଶ କରିପାରିବେ ନାହିଁ। ନିମ୍ବର ବାତ୍ସାରେ ପାଖ ମାଡିବେନି କୀଟ ପତଙ୍ଗ।
ଏହା ମଧ୍ୟ ପଢନ୍ତୁ: ମଶାର ବିନାଶ ଚାହୁଁଛନ୍ତି କି, ଘରେ ଲଗାନ୍ତୁ ଏହି ଉଦ୍ଭିଦ
ସୋରିଷ ତେଲ: ଏକ କପରେ ଏକ ଚତୁର୍ଥାଂଶ ସୋରିଷ ତେଲ ନେଇ ସେଥିରେ 6ରୁ 7ଟି ପୁଦିନା ପତ୍ର ମିଶାନ୍ତୁ। ପତ୍ରକୁ ଭଲ ଭାବେ ବାଟି ଏହାକୁ ଏକ ବୋଟଲରେ ଭର୍ତ୍ତି କରନ୍ତୁ। ସେଥିରେ ଏକ ଗ୍ଲାସ ପାଣି ମିଶାଇ ରୋଷେଇ ଘର ଏବଂ ଘରର ଚାରିପଡେ ସ୍ପ୍ରେ କରନ୍ତୁ। ପ୍ରତିଦିନ ଏଭଳି କରିବା ଦ୍ବାରା ଘରେ ଆଉ ଅସରପା ରହିବେ ନାହିଁ ।
ପୁଦିନା ତେଲ: କିଛି ପୁଦିନା ପତ୍ର ତେଲକୁ ନେଇ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । 2ରୁ 4 ଘଣ୍ଟା ଭିଜିବା ପରେ ତାହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହି ପାଣିକୁ ଘରର ଚାରି ପାଖରେ ସ୍ପ୍ରେ କରନ୍ତୁ । ଏହା ଦ୍ବାରା ଘରକୁ ମଶା କିମ୍ବା ଅସରପା ପ୍ରବେଶ କରିପାରିବେ ନାହିଁ ।
ଏହା ବ୍ୟତିତ ପ୍ରଥମ ଏକ ପାତ୍ରରେ ଚାରି ଚାମଚ ଆରାରୁଟ ନେଇ ଏଥିରେ ଦୁଇ ଚାମକ ବୋରିକ ଏସିଡ ପାଉଡର ଏବଂ ଦୁଇ ଚାମଚ ଚିନି ମିଶାନ୍ତୁ । ଏହାପରେ ଏଥିରେ ଧୀରେ ଧୀରେ ପାଣି ଢାଳି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଗୋଲ ଆକୃତିକ କରି ଏହା ପରେ ଚିନି ପକାନ୍ତୁ । ଏହାପରେ ଏହାକୁ କୌଣସି ମାଟି ପାତ୍ରରେ ରଖନ୍ତୁ । ଏହାପରେ ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ଅସରପା ରହିଛି ସେହି ସ୍ଥାନରେ ଏହି ପେଷ୍ଟକୁ ରଖିଦିଅନ୍ତୁ ଶୀଘ୍ର ଅସରପା ଚାଲିଯିବେ । ତେବେ ଏହି ମିଶ୍ରଣକୁ ଗୃହପାଳିତ ପଶୁଙ୍କ ଠାରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ