ETV Bharat / sukhibhava

ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦ ଉପାୟ

author img

By

Published : Nov 28, 2022, 10:39 PM IST

ସାଧାରଣତ ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଏହି କାରଣରୁ ନାନା ରୋଗ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଶୀତଋତୁରେ ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରିବା ସହ ରୋଗ ମୁକ୍ତ ରହିବେ ଜାଣନ୍ତୁ (Ayurvedic picks to boost your immunity this winter)...

ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦ ଉପାୟ
ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦ ଉପାୟ

ୱାଶିଂଟନ୍: ଶୀତଦିନ ଆରମ୍ଭ ହେବା ମାତ୍ରେ ଏକ ପ୍ରକାର ଆନନ୍ଦ ଉଲ୍ଲାସ ଖେଳିଯାଏ, କାରଣ ଶୀତଋତୁ ସାଙ୍ଗକୁ ପାର୍ବଣ ଋତୁ ଆରମ୍ଭ ହୁଏ ଏବଂ ବର୍ଷର ଶେଷକୁ ଉପଭୋଗ କରିବା ପାଇଁ ବିଭିନ୍ନ ପ୍ଲାନିଂ ହୋଇଥାଏ । କିନ୍ତୁ ଶିତଋତୁରେ ଏକ ପ୍ରମୁଖ ଖରାପ ଦିଗ ହେଉଛି, ଏହି ସମୟରେ ସ୍ବାସ୍ଥ୍ୟ ଏବଂ ଚର୍ମଜନିତ ସମସ୍ୟା ଅଧିକ ଦେଖାଯାଇଥାଏ । ଥଣ୍ଡା, ଜ୍ବର, କାଶଠୁ ଆରମ୍ଭ କରି ଚର୍ମ ଫାଟିବା ଇଦ୍ୟାଦି ସମସ୍ୟା ଶୀତଦିନ ସରିବା ଯାଏଁ ଲାଗିରହିଥାଏ ।

ସବୁ ପରେବି ଯଦି ଦୃଢ ପ୍ରତିରକ୍ଷା ପ୍ରଣାଳୀ ଥିବ, ତେବେ ନିଶ୍ଚିତ ରୂପେ ଶୀତଦିନରେ ସୃଷ୍ଟି ହେଉଥିବା ରୋଗ ସମସ୍ୟାକୁ ରୋକାଯାଇ ପାରିବ । ତେବେ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଥମେ ଦୃଢ କରିବା ଉଚିତ୍ । ଏଥିପାଇଁ କେବଳ ଯେ, ମେଡିସିନ୍ ବ୍ୟବହାର କରାଯିବ ତାହା ନୁହେଁ, ଘରୋଇ ଉପାୟରେ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଆୟୁର୍ବେଦ ଉପଚାର ମାଧ୍ୟମରେ ଇମ୍ୟୁନିଟି ବୃଦ୍ଧି କରାଯାଇପାରିବ । କେଉଁ ଖାଦ୍ୟ ଖାଇବା ଦ୍ବାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

Sweet Potato(କନ୍ଦମୂଳ):-

Sweet Potato(କନ୍ଦମୂଳ)
Sweet Potato(କନ୍ଦମୂଳ)

କନ୍ଦମୂଳରେ ଭିଟାମିନ୍ ଏ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଥାଏ, ଯେପରିକି ବିଟା-କାରୋଟିନ୍ ଏବଂ ଭିଟାମିନ୍-ସି ଇତ୍ୟାଦି । କନ୍ଦମୂଳ ଖାଇବା ଦ୍ୱାରା ପ୍ରଦାହ ଏବଂ କୋଷ୍ଠକାଠିନ୍ୟକୁ ନିୟନ୍ତ୍ରଣ କରାଯାଇପାରିବ । ଏହାକୁ ସିଝା କିମ୍ବା ସିଧା କଞ୍ଚା ଖାଇପାରିବେ । ଏପରିକି ସାଲାଡ୍‌ରେ ମଧ୍ୟ ମିଶାଇ ଖାଇପାରିବେ ।

ଚୀନା ବାଦାମ(Groundnut)

ଚୀନା ବାଦାମ(Groundnut)
ଚୀନା ବାଦାମ(Groundnut)

ପିନଟ୍ ଅର୍ଥାତ୍ ବାଦାମକୁ ଗ୍ରାଉଣ୍ଡନାଟ୍ ମଧ୍ୟ କୁହାଯାଏ । ଏଥିରେ ପ୍ରୋଟିନ୍, ସୁସ୍ଥ ଚର୍ବି ଏବଂ ଅନ୍ୟାନ୍ୟ ମାଇକ୍ରୋ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟ୍ର ଭରପୂର ଥାଏ, ଯାହା ଶରୀରକୁ ଉଷ୍ମ ରଖେ ଏବଂ ଆମକୁ ରୋଗରୁ ରକ୍ଷା କରିଥାଏ ।

ଚୱନପ୍ରାଶ(Chyawanprash)

Chyawanprash
ଚୱନପ୍ରାଶ

ଚୱନପ୍ରାଶରେ ଥାଏ 20 ରୁ 40 ଆୟୁର୍ବେଦିକ ଉପାଦାନ ଏବଂ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଗୁଣ ଥାଏ । ସ୍ମୃତି ଶକ୍ତି ବଢାଇବା, ରକ୍ତ ସଫା କରିବା, ଋତୁକାଳୀନ ରୋଗକୁ ରୋକିବା ଏବଂ ହଜମକୁ ପ୍ରୋତ୍ସାହିତ କରିବାର କ୍ଷମତା ପାଇଁ ଚୱନପ୍ରାଶ ବେଶ୍ ଜଣାଶୁଣା । ତେଣୁ, ବିଭିନ୍ନ ସ୍ତରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭୋଜନ ପରେ ଏକ ଚାମଚ ଚୱନପ୍ରାଶ ଗ୍ରହଣ କରନ୍ତୁ ।

ଗୁଡ(Jaggery):-

Jaggery
ଗୁଡ

ଏଥିରେ ଆଇରନ୍ ଏବଂ ମିନେରାଲ୍ସ ଭରପୂର ଥାଏ । ଏହାକୁ ଶୀତଋତୁରେ ଖାଇବା ଦ୍ବାରା ଶରୀରରେ ରକ୍ତ ପ୍ରବାହ ବୃଦ୍ଧି ସହ ଶରୀର ଉଷ୍ମ ରହିଥାଏ । କିନ୍ତୁ ଅତ୍ୟଧିକ ଗୁଡ ଖାଇବା ଦ୍ବାରା ଶର୍କରା ବୃଦ୍ଧିଜନିତ ସମସ୍ୟା ହୋଇପାରେ, ତେଣୁ ଏହାକୁ ପ୍ରତିଦିନ କମ୍ ପରିମାଣରେ ଖାଇବା ଉଚିତ୍ ।

ଅଁଳା:-

ଅଁଳା
ଅଁଳା

ଭିଟାମିନ୍-ସି ର ଅଁଳା ହେଉଛି ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଚର୍ମ ସମସ୍ୟା ହ୍ରାସ କରିବା ଏବଂ କେଶ ଝଡିବା ବନ୍ଦ କରିବା ସହିତ ଏହା ମାନସିକ ସ୍ତରରେ ଉନ୍ନତି ଆଣିବା ପାଇଁ ମଧ୍ୟ ଜଣାଶୁଣା । ତେଣୁ ଶୀତଦିନେ ପ୍ରତିଦିନ ଗୋଟିଏ ଅଁଳା ଖାଇବା ଲାଭଦାୟକ ହେବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଜଟିଳ ରୋଗ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଗ୍ରହଣୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.