ETV Bharat / sukhibhava

ଅଧିକ ନୁହଁ କମ୍ ଲୁଣ ଖାଉଥିଲେ ବି ସାବଧାନ ! ହୋଇପାରେ ଏହି ସମସ୍ୟା - ସୋଡିୟମ୍

କେବଳ ଅଧିକ ଲୁଣ ନୁହଁ କମ୍ ମାତ୍ରାରେ ଲୁଣ ଖାଇଲେ ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଜାଣନ୍ତୁ, ସୋଡିୟମ ଡାଇଟର ପାର୍ଶ୍ବ ପ୍ରତିକ୍ରିୟା କ'ଣ ?

ଅଧିକ ନୁହଁ କମ୍ ଲୁଣ ଖାଉଥିଲେ ବି ସାବଧାନ! ହୋଇପାରେ ଏହି ସମସ୍ୟା

author img

By ETV Bharat Odisha Team

Published : Oct 8, 2023, 7:48 PM IST

ହାଇଦ୍ରାବାଦ: ଆମ ସ୍ୱାସ୍ଥ୍ୟ ପାଇଁ ସୋଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥାପି, ଏହାର ଅତ୍ୟଧିକ ପରିମାଣ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ମଧ୍ୟ କରିପାରେ । ଏହି କାରଣରୁ ବିଶେଷଜ୍ଞମାନେ ଏହାକୁ ସୀମିତ ପରିମାଣରେ ଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଦୈନିକ ୫ଗ୍ରାମ୍ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ସ୍ୱାଭାବିକ । କିନ୍ତୁ ଏହାଠାରୁ ଅଧିକ କିମ୍ବା କମ୍ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ ।

ଯେପରି ଅତ୍ୟଧିକ ଲୁଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ସେହିପରି ଏହାର କମ୍ ପରିମାଣ ଅର୍ଥାତ୍ ଶରୀରରେ ସୋଡିୟମର କମ୍ ପରିମାଣ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିପାରେ । ଜାଣନ୍ତୁ, ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଷୟରେ ।

ଉଚ୍ଚ ରକ୍ତଚାପ

ଶରୀରରେ କମ୍ ସୋଡିୟମର ପରିମାଣ ନିମ୍ନ ବ୍ଲଡପ୍ରେସରର କାରଣ ହୋଇପାରେ । ଏହି ଅବସ୍ଥାକୁ ହାଇପୋଟେନସନ୍ ବା ଉଚ୍ଚ ରକ୍ତଚାପ କୁହାଯାଏ । ଉଚ୍ଚ ରକ୍ତଚାପରେ ପୀଡିତ ହେଲେ, ଜଣେ ବ୍ୟକ୍ତି ମୁଣ୍ଡ ବୁଲାଇବା, ବାନ୍ତି ଏବଂ ଅସ୍ପଷ୍ଟ ଦେଖିବା ଭଳି ଲକ୍ଷଣ ଅନୁଭବ କରିପାରନ୍ତି । କ୍ରନିକ୍ ହାଇପୋଟେନସନ ଶରୀରର କିଛି ଅଂଶରେ ପର୍ଯ୍ୟାପ୍ତ ରକ୍ତ ପ୍ରବାହ ହୋଇଥାଏ, ଯାହା କ୍ଷତି ଘଟାଇପାରେ ।

ହାଇପୋନେଟ୍ରେମିଆ

ଏହା ଏକ ଗମ୍ଭୀର ଅବସ୍ଥା ଯେଉଁଥିରେ ରକ୍ତରେ ସୋଡ଼ିୟମର ସ୍ତର କମ୍ ହୋଇଥାଏ । ଏହାର ଲକ୍ଷଣ ବାନ୍ତି, ମୁଣ୍ଡବିନ୍ଧା ହୋଇଥାଏ । ସ୍ଥିତି ଗମ୍ଭୀର ହେଲେ ଜୀବନ ପ୍ରତି ବିପଦ ମଧ୍ୟ ହୋଇପାରେ ।

ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ

ଅତ୍ୟଧିକ କମ୍ ସୋଡିୟମ୍ ଖାଇବା ଶରୀରରେ ଇଲେକ୍ଟ୍ରୋଲାଇଟର ସନ୍ତୁଳନକୁ ଖରାପ କରିପାରେ । ଏହା ମାଂସପେଶୀକୁ ଦୁର୍ବଳ କରିପାରେ । ଆଥଲେଟ୍ ଏବଂ ଅଧିକ ଫିଜିକାଲ ଆକ୍ଟିଭିଟି କରୁଥିବା ଲୋକଙ୍କ ପାଇଁ ଏହା ବିପଜ୍ଜନକ ହୋଇପାରେ ।

ଇନସୁଲିନ୍ ପ୍ରତିରୋଧରେ ବୃଦ୍ଧି

କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ କମ୍ ସୋଡିୟମ୍ ଡାଏଟ୍ ଖାଇବା ଦ୍ବାରା ଇନସୁଲିନ୍ ପ୍ରତିରୋଧ ବଢିପାରେ, ଯାହା ଦ୍ବାରା ଟାଇପ୍-୨ ଡାଇବେଟିସ୍ ରୋଗ ହୋଇପାରେ।

କିଡନୀ କାର୍ଯ୍ୟରେ ପ୍ରଭାବିତ ହୁଏ

ଅତ୍ୟଧିକ କମ୍ ସୋଡିୟମ୍ ଖାଇବା ଦ୍ୱାରା କିଡନୀ ଉପରେ ଚାପ ପଡିପାରେ, କାରଣ ଏହା ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରର ସୋଡିୟମ୍ ଆବଶ୍ୟକ କରନ୍ତି । ଏଭଳି ପରିସ୍ଥିତିରେ ସୋଡିୟମର ଅଭାବ ହେତୁ କିଡନୀଗୁଡ଼ିକର କାର୍ଯ୍ୟ କରିବାର କ୍ଷମତା ପ୍ରଭାବିତ ହୁଏ ଏବଂ କିଡନୀ ଷ୍ଚୋନ ହେବା ସମ୍ଭାବନା ବଢିଯାଏ ।

ମାଂସପେଶୀ ଏବଂ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା

ସୋଡିୟମ୍ ଅଭାବ ସ୍ନାୟୁ ଗୁଡିକ ଉପରେ ପ୍ରଭାବ ପକାଇପାରେ ଏବଂ ମାଂସପେଶୀ ସଂକୋଚନକୁ ପ୍ରଭାବିତ କରିଥାଏ । ଏହା ମାଂସପେଶୀରକୁ ଦୁର୍ବଳ କରିଥାଏ ଏବଂ ଅନେକ କ୍ଷେତ୍ରରେ ପକ୍ଷାଘାତର କାରଣ ସାଜିଥାଏ ।

ଏହା ମଧ୍ୟ ପଢନ୍ତୁ: ଦୈନିକ 5ଗ୍ରାମରୁ ଅଧିକ ଲୁଣ ଖାଉଥିଲେ ସାବଧାନ ! ଏତିକି ଖାଆନ୍ତି ଭାରତୀୟ

ହାର୍ଟ ସମ୍ବନ୍ଧୀୟ ସମସ୍ୟା

ବହୁତ କମ୍ ପରିମାଣର ସୋଡିୟମ୍ ମଧ୍ୟ ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ସୋଡିୟମ୍ କମ ଖାଇବା ଦ୍ବାରା ରକ୍ତଚାପ କମ ହୋଇପାରେ, ଯାହା ଫଳରେ ହାର୍ଟ ଜନିତ ସମସ୍ୟା ଯେପରି ହୃଦଘାତ ଏବଂ ହାର୍ଟ ଷ୍ଟ୍ରୋକର ଆଶଙ୍କା ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.