ETV Bharat / sukhibhava

ବଢୁଛି କୋଲୋନ କର୍କଟ ବିପଦ, ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

author img

By

Published : Apr 13, 2023, 2:06 PM IST

ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋଲୋନ କ୍ୟାନସର । କେବଳ ବିଶ୍ବରେ ନୁହେଁ ଆମ ଦେଶ ଭାରତରେ ମଧ୍ୟ ରୋଗୀଙ୍କ ସଂଖ୍ୟା କିଛି କମ୍ ନାହିଁ । ଏହି ପ୍ରକାରର କର୍କଟକୁ ଏଡାଇବା ପାଇଁ କଣ କରିବେ, ଜାଣନ୍ତୁ

colon cancer
colon cancer

ହାଇଦ୍ରାବାଦ: ଆମ ଜୀବନଶୈଳୀରେ ଏପରି ପରିବର୍ତ୍ତନ ଆସିଛି, ଯାହା ବିପଦ ମୁହାଣରେ ନେଇ ଠିଆ କରେଇ ଦେଇଛି । ଏହା କହିବାର ଅର୍ଥ, ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଆମ ବଞ୍ଚିବାର ଶୈଳୀ ନାନା ରୋଗ ସମସ୍ୟାର କାରଣ ପାଲଟିଛି । ହୃଦ୍‌ଘାତ, କର୍କଟ, ଉଚ୍ଚ ରକ୍ତଚାପ ଭଳି ବହୁ ଜଟିଳ ରୋଗ ଶିଖର ଛୁଇଁଲାଣି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର) ତଥ୍ୟ ଅନୁସାରେ, ଭାରତୀୟଙ୍କୁ ଅଧିକ ପ୍ରଭାବିତ କରୁଛି କୋଲୋନ କ୍ୟାନସର । ପୁରୁଷମାନଙ୍କ ମଧ୍ୟରେ ଏହି ପ୍ରକାର କର୍କଟ ଚତୁର୍ଥ ସ୍ଥାନରେ ଥିବାବେଳେ ମହିଳାମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି । ଏଥିପାଇଁ ଜୀବନଶୈଳୀ ପରିବର୍ତ୍ତନ ମୁଖ୍ୟତଃ ଭାବେ ଦାୟୀ ହୋଇପାରେ । ତେବେ କିପରି ଏହି ବିପଦକୁ ଏଡାଇବେ, ଜାଣନ୍ତୁ ।

ଲାଲ ମାଂସ କିମ୍ବା ଅନ୍ୟାନ୍ୟ ଖାଦ୍ୟ, ଯେଉଁଥିରେ କର୍କିନୋଜେନିକ୍ ପ୍ରଭାବ ଯଥା କର୍କଟ ପ୍ରୋତ୍ସାହନକାରୀ ଉପାଦାନଗୁଡିକ ମିଳିଥାଏ, ସେହିସବୁ ଖାଦ୍ୟ ଖାଇବା ଦ୍ବାରା କୋଲୋନ୍ କର୍କଟ ହେବାର ଆଶଙ୍କା ବଢିପାରେ । ତେଣୁ ଏପ୍ରକାର ଖାଦ୍ୟରୁ ନିବୃତ୍ତ ରୁହନ୍ତୁ । ସେହିପରି ଖାଦ୍ୟରେ ଫାଷ୍ଟଫୁଡ୍, ଜଙ୍କ୍ ଫୁଡ୍ ଏବଂ ସନ୍ତୁଳିତ ଖାଦ୍ୟର ପରିମାଣ ବୃଦ୍ଧି ପାଉଛି, ଯାହା କେବଳ କୋଲୋନ୍ କର୍କଟ ନୁହେଁ ଅନ୍ୟ ପ୍ରକାରର କର୍କଟ ରୋଗ ମଧ୍ୟ ସୃଷ୍ଟି କରୁଛି । ତେଣୁ ଏହି ଅଭ୍ୟାସକୁ ତ୍ୟାଗ କରନ୍ତୁ ।

ସେହିପରି ମଦ୍ୟପାନ କୋଲୋନ କ୍ୟାନସରର ପ୍ରମୁଖ କାରଣ । ଏହି ଅଭ୍ୟାସକୁ ଛାଡିପାରିଲେ ନିଶ୍ଚିତ ରୂପେ କୋଲୋନ କ୍ୟାନସରକୁ ମାତ୍ ଦିଆଯାଇ ପାରିବ । ଧୂମ୍ରପାନ ମଧ୍ୟ କୋଲୋନ କର୍କଟ କରିଥାଏ । ତେଣୁ ଏହି ଅଭ୍ୟାସକୁ ତୁରନ୍ତ ଛାଡିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହାର ଆହୁରି ପ୍ରମୁଖ କାରଣ ମଧ୍ୟରେ ଓଜନ ବୃଦ୍ଧି, ମଦ୍ୟପାନ, ଧୂମପାନ, ମଧୁମେହ ଏବଂ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଅନ୍ତର୍ଭୁକ୍ତ ।

କୋଲନ୍ କର୍କଟ କଣ:-

କୋଲନ କର୍କଟକୁ ବୃହତ୍ତ ଅନ୍ତନଳୀ କର୍କଟ ବୋଲି କୁହାଯାଏ । ଯେକୌଣସି ବୟସରେ ଏହି କର୍କଟ ହୋଇପାରେ । ଏହା ସାଧାରଣତଃ ବୃହତ୍ତ ଅନ୍ତନଳୀର ଭିତର ସ୍ତରରେ ଦେଖାଯାଏ । ଲଗାତାର ଭାବରେ 3ରୁ 4 ମାସ ପର୍ଯ୍ୟନ୍ତ ମଳତ୍ୟାଗ ରୁଟିନ୍‌ରେ ପରିବର୍ତ୍ତନ ଯନ୍ତ୍ରଣା ଅନୁଭବ କୋଲୋନ୍ କ୍ୟାନ୍ସରର ଏକ ପ୍ରମୁଖ ଲକ୍ଷଣ । ଏହା ବ୍ୟତୀତ ମଳରେ ରକ୍ତ କିମ୍ବା ଛୋଟ ବା ବଡ଼ ରକ୍ତ ଜମାଟ ବାନ୍ଧିବା, ମଳ ତ୍ୟାଗ ସମୟରେ କଷ୍ଟ ଲାଗିବା କିମ୍ବା କୋଷ୍ଠକାଠିନ୍ୟ, ଦୁର୍ବଳ କିମ୍ବା କ୍ଳାନ୍ତ ଅନୁଭବ, ଭୋକ ନ ଲାଗିବା, ଓଜନ ହ୍ରାସ ସହ ପେଟ ଯନ୍ତ୍ରଣା କୋଲନ୍ କ୍ୟାନ୍ସରର ଲକ୍ଷଣ । ଏପରି ଲକ୍ଷଣ ଦେଖୁଥିଲେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.