ETV Bharat / sukhibhava

Mental Health Tips: ମାନସିକ ଶାନ୍ତି ପାଇଁ ଆପଣାନ୍ତୁ ଏହି ସବୁ ଉପାୟ - କିପରି ବଜାୟ ରହିବ ମାନସିକ ଶାନ୍ତି

କୁହାଯାଏ ଯେ, ଯଦି ମନୋବଳ ଦୃଢ ଥିବ ତେବେ ଯେକୌଣସି ସମସ୍ୟାର ସମ୍ମୁଖୀନ କରାଯାଇ ପାରିବ । ଆଉ ଯଦି ମନୋବଳ ଦୁର୍ବଳ ହୋଇଯିବ ତାହା ସମଗ୍ର ଶରୀରକୁ ଅସୁସ୍ଥ କରିଦେବ । ତେଣୁ ମାନସିକ ଶାନ୍ତି ନିହାତି ଜରୁରୀ, କେମିତି ମାନସିକ ଶାନ୍ତି ପାଇବେ, ଜାଣନ୍ତୁ

Woman psychologist talking to patient
ମାନସିକ ଶାନ୍ତି ପାଇଁ ଆପଣାନ୍ତୁ ଏହି ସବୁ ଉପାୟ
author img

By

Published : Feb 3, 2023, 5:45 PM IST

ହାଇଦ୍ରାବାଦ: ମାନସିକ ରୋଗ ବର୍ତ୍ତମାନ ସମୟରେ ଆଉ ଏକ ମୁଖ୍ୟ ବ୍ୟାଧି ରୂପରେ ଉଭା ହୋଇଛି । କୋଭିଡ ପରଠାରୁ ଏହି ସମସ୍ୟା ବୃଦ୍ଧି ପାଉଛି । ବ୍ୟକ୍ତିଗତ ଜୀବନ ହେଉ ଅବା ବୃତ୍ତିଗତ ଜୀବନ, ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଚିନ୍ତାରେ ରହୁଛନ୍ତି । ଏହାର କୁପ୍ରଭାବ ସିଧାସଳଖ ମସ୍ତିଷ୍କ ଉପରେ ପଡ଼ୁଛି । ଏହା ଏପରି ଏକ ସମସ୍ୟା, ଯାହା କୌଣସି ଅଙ୍ଗରେ ବ୍ୟାପୁନଥିଲେ ମଧ୍ୟ ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ । ତେଣୁ ମାନସିକ ରୋଗରୁ ମୁକ୍ତିପାଇବା ପାଇଁ ଆମେ ଡାକ୍ତରୀ ଚିକିତ୍ସା କରିବା ସହ କେତେକ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରିପାରିବା ।

ବ୍ୟାୟାମ, ଶୋଇବା ଏବଂ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ:- ବ୍ୟାୟାମ ମନୋବଳକୁ ବଢାଇପାରେ ଏବଂ ଉଦାସୀନତା ସହିତ ଚାପ ପରିଚାଳନାରେ ସାହାଯ୍ୟ କରିଥାଏ । ସାତରୁ ଆଠ ଘଣ୍ଟା ଗୁଣାତ୍ମକ ନିଦ ମାନସିକ ତଥା ଶାରୀରିକ ସୁସ୍ଥତା ବଜାୟ ରଖେ । ସେହିପରି ପୁଷ୍ଟିକର ଖାଦ୍ୟ ଗ୍ରହଣ ସ୍ବାସ୍ଥ୍ୟ ବଜାୟ ରଖେ । ଭିଟାମିନ୍, ବିଶେଷକରି B12 ଏବଂ D ମାନସିକ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଏବଂ ଅବସାଦରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଏହି 2 ଉପାଦାନ ଥିବା ଖାଦ୍ୟ ଗ୍ରହଣ କରନ୍ତୁ ।

ଧ୍ୟାନ:- ଧ୍ୟାନ ବା ମେଡିଟେସନ ମାନସିକ ଶାନ୍ତି ପ୍ରାପ୍ତିର ମୁଖ୍ୟ ଉପାୟ । ଯେତେବେଳେ ଧ୍ୟାନ କରନ୍ତି ସେତେବେଳେ ଶାନ୍ତିର ଭାବନା ଥାଏ ଏବଂ ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ । ଶାନ୍ତିପୂର୍ଣ୍ଣ ଭାବରେ କୌଣସି କାର୍ଯ୍ୟ ଉପରେ ଧ୍ୟାନକେନ୍ଦ୍ରିତ କରି ମାନସିକ ଚାପକୁ ଦୂର କିମ୍ବା ପରିଚାଳନା କରିପାରିବେ ।

ମଦ୍ୟପାନ ଏବଂ ଧୂମପାନ ବନ୍ଦ କରନ୍ତୁ:- ମଦ୍ୟପାନ ଏବଂ ଧୂମପାନ ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏକ ଖରାପ ଦିନ ପରେ କିଛି ଲୋକ ଅଳ୍ପ କିଛି ମଦ୍ୟପାନ ଏବଂ ଧୂମପାନ କରନ୍ତି, ସେମାନେ ଭାବନ୍ତି ଯେ, ଏକୁଟିଆପଣକୁ ଦୂର କରିବାରେ ଏହା ଏକ ସମାଧାନ ! ଏପରି ହୋଇଥାଇପାରେ, ମାତ୍ର ନିୟମିତ ଭାବେ ଏହି ଅଭ୍ୟାସରେ ପଡିବା ମାନସିକ ସ୍ବାସ୍ଥ୍ୟକୁ ବିଗାଡିବା ସାଙ୍ଗକୁ ଶାରୀରିକ ଅସୁସ୍ଥତାର ମଧ୍ୟ କାରଣ ହୋଇଥାଏ । ତେଣୁ କଠିନ ସମୟ ମୁକାବିଲା ପାଇଁ ଆଦୌ ଧୂମପାନ କିମ୍ବା ମଦ୍ୟପାନକୁ ଚୟନ କରନ୍ତୁ ନାହିଁ ।

ସାମାଜିକୀକରଣ ହୁଅନ୍ତୁ:- ଆମେ ସମସ୍ତେ ଜାଣୁ ଯେ, ମଣିଷ ସାମାଜିକ ପ୍ରାଣୀ ଏବଂ ସାମାଜିକୀକରଣ ହେଉଛି ଏପରି କିଛି ଯାହା ଅନ୍ୟମାନଙ୍କ ସହିତ ସୁସ୍ଥ ସମ୍ପର୍କ ଗଢିବାରେ ସାହାଯ୍ୟ କରେ । ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା ପାଇଁ ସାମାଜିକ ସମର୍ଥନ ଆବଶ୍ୟକ । ତେଣୁ, ବିଭିନ୍ନ ବର୍ଗର ଲୋକଙ୍କ ସଂସ୍ପର୍ଶରେ ଆଶିବାକୁ ଚେଷ୍ଟା କରନ୍ତୁ । ଲୋକଙ୍କ ସହ ମିଶନ୍ତୁ, କଥା ହୁଅନ୍ତୁ । ଧୀରେ ଧୀରେ ସମସ୍ୟା ଦୂର ହୋଇଯିବ ।

ପରିବାର ଏବଂ ସାଙ୍ଗମାନଙ୍କ ସହ ମିଳାମିଶା କରନ୍ତୁ:- ପ୍ରିୟର ଲୋକ ବା ଆତ୍ମୀୟ ସ୍ବଜନଙ୍କ ସହ ସମୟ ଅତିବାହିତ କରିବା ମାନସିକ ସୁସ୍ଥତାର ପ୍ରମୁଖ ଉପାୟ । ଏଥିପାଇଁ ସର୍ବଦା ପ୍ରିୟ ଲୋକଙ୍କ ସଂସ୍ପର୍ଶରେ ରୁହନ୍ତୁ । ସର୍ବଦା ନକରାତ୍ମକ ଭାବନା ଓ ଜିନିଷଠାରୁ ଦୂରେଇ ରୁହନ୍ତୁ । ଏଥିପାଇଁ ପ୍ରଥମେ ନିଜକୁ ପରିବର୍ତ୍ତନ କରିବାକୁ ପଡିଥାଏ । ଅନ୍ୟକୁ ଶୁଣିବା ଏବଂ ଧୀର ସୁସ୍ଥ ଭାବେ ବୁଝି ବିଚାରି କାର୍ଯ୍ୟ କରିବା ଦ୍ବାରା ମାନସିକ ସ୍ଥିତି ସୁଦୃଢ ରହିଥାଏ ।

କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ:- ମାନସିକ ଅଶାନ୍ତିର ସବୁଠୁ ମୁଖ୍ୟ କାରଣ ହେଉଛି କ୍ରୋଧ । କ୍ରୋଧ ଏପରି ଏକ ଜିନିଷ, ଯାହା ଆମକୁ ଦୁର୍ବଳ କରି ଦେଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିପାରିଲେ ମାନସିକ ସ୍ଥିତି ଦୃଢ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.