ETV Bharat / sukhibhava

ମଧୁମେହ ରୋଗୀଙ୍କ ପାଇଁ ଏହି ସବୁ ଫଲ ଉପକାରୀ - ସ୍ବାସ୍ଥ୍ୟ ଖବର

ମଧୁମେହ ଏକ ଏପରି ବ୍ୟାଧି, ଯାହାକୁ ଔଷଧ ଅପେକ୍ଷା ଖାଦ୍ୟରେ କଟକଣା ଦ୍ବାରା ରୋକାଯାଇ ପାରିବେ । ତେବେ ମଧୁମେହ ରୋଗୀ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍, ଜାଣନ୍ତୁ ।

juice and fruits
juice and fruits
author img

By

Published : Feb 9, 2023, 6:42 PM IST

ହାଇଦ୍ରାବାଦ: ମଧୁମେହର ଆରୋଗ୍ଯ ପାଇଁ ଖାଦ୍ୟରେ କଟକଣା ସବୁଠୁ ଗୁରୁତ୍ବପୂର୍ଣ୍ଣ । ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକେ ଏବେ ଏହି ରୋଗରେ ପୀଡିତ ହେଉଛନ୍ତି । ପ୍ରତି ଘରେ ମଧୁମେହ ରୋଗୀ ଥିବା କହିଲେ କିଛି ଭୁଲ୍ ହେବନି । ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ଆମ ଦେଶରେ ପ୍ରାୟ 98 ନିୟୁତ ଲୋକ ମଧୁମେହରେ ଆକ୍ରାନ୍ତ ହୋଇ ସାରିବେ । କିନ୍ତୁ ଆଶ୍ବସନାର ବିଷୟ ହେଉଛି କି, ମଧୁମେହକୁ ରୋକାଯାଇପାରିବ ଏବଂ ପରିଚାଳନା ମଧ୍ୟ କରାଯାଇପାରିବ । କେବଳ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିପାରିଲେ ଏହା ସମ୍ଭବ ହୋଇପାରିବ । ତେବେ କେଉଁ ଖାଦ୍ୟ ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ, ଜାଣନ୍ତୁ...

ବିଟ୍:- ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ବିଟ୍ ଖାଇବା ବେଶ୍ ଲାଭଦାୟକ । ଏହା ଫାଇବର ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଯେପରିକି ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଏବଂ ଫାଇଟୋକେମିକାଲ୍ସ ଥାଏ, ଏହା ରକ୍ତରେ ଶର୍କରା ହ୍ରାସ କରିବାରେ ଏବଂ ଶରୀରରେ ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାକୁ ନଡ଼ିଆରେ ମିଶାଇ ସୁପ୍ ତିଆରି କରି ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।

ବାଜରା:- ବାଜରା ଫାଇବରରେ ଭରପୂର ଏବଂ ଅନ୍ୟ ଶସ୍ୟ ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସରେ କମ୍ ରହିଥାଏ । ବାଜରାରେ ଲେମ୍ବୁ ଏବଂ ମଶୁର ମିଶାଇ ପ୍ରୋଟିନ୍ ଭାବରେ ପ୍ରସ୍ତୁତ କରିପାରିବେ । ତେବେ ବାଜରା ଆପଣଙ୍କ ଶରୀରରେ କିପରି ଭାବେ ପ୍ରଭାବ ପକାଇଥାଏ, ତାହାକୁ ଦୃଷ୍ଟିରେ ରଖି ଖାଇବା ଉଚିତ୍ ।

ଅଁଳା:- ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଅଁଳା ବେଶ୍ ଲାଭଦାୟକ । ଏହା କ୍ରୋମିୟମରେ ଭରପୂର, ରକ୍ତରେ ଶର୍କରା ସ୍ତରକୁ ସ୍ଥିର କରିଥାଏ ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରିଥାଏ । ଆହୁରି ମଧ୍ୟ, ଏହା ଭିଟାମିନ୍ ସିରେ ଭରପୁର, ଯେଉଁଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଉଭୟ ପ୍ରକାରର ମଧୁମେହ ରୋଗୀ(ଟାଇପ୍-1, ଟାଇପ୍-2)ଙ୍କ ପାଇଁ ଲାଭଦାୟକ ।

ଗାଜର:- ଗାଜରରେ ଏକ ଅଦ୍ୱିତୀୟ ଅଦୃଶ୍ୟ ଫାଇବର ରହିଥାଏ ଯାହା ରକ୍ତ ପ୍ରବାହରେ ଶର୍କରା କ୍ଷରଣକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ । ଭୋଜନ ପୂର୍ବରୁ ଗୋଟିଏ କଞ୍ଚା ଗାଜର ଖାଇବା ଲାଭଦାୟକ । ଏଥିସହ ଗାଜରକୁ ସାଲାଡ ଭାବେ ମଧ୍ୟ ଖାଇପାରିବେ ।

କମଳା:- ମଧୁମେହ ରୋଗୀ ସାଧାରଣତଃ ଫଳଠାରୁ ଦୂରେଇ ରୁହନ୍ତି । ମାତ୍ର କମଳା କୌଣସି ପ୍ରଭାବ ପକାଏ ନାହିଁ । କମଳା ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏଥିରେ ଥିବା କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧୁମେହ ନିୟନ୍ତ୍ରଣରେ ସହାୟକ ହୁଏ । ମଧୁମେହ ରୋଗୀ କମଳାକୁ ଘରେ ଜୁସ୍ ଭାବରେ ମଧ୍ୟ ସେବନ କରିପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.