ETV Bharat / sukhibhava

ସକାଳର ଭୁଲରେ ବି କରନ୍ତୁନି ଏହି କାମ, ହୋଇପାରନ୍ତି ଅନେକ ରୋଗର ଶିକାର - ମେଦବହୁଳତା

ସକାଳର କିଛି ଅଭ୍ୟାସ ଆମକୁ ରୋଗରେ ପକାଇଥାଏ । ଏପରିକି ଏହି ଅଭ୍ୟାସ ମେଦବହୁଳତା, ବ୍ଲଡ୍‌ ପ୍ରେସର ଭଳି ଅନେକ ରୋଗର ସମସ୍ୟାକୁ ବୃଦ୍ଧି କରାଇଥାଏ । ଅଧିକ ପଢ଼ନ୍ତୁ

ସକାଳର ଭୁଲରେ ବି କରନ୍ତୁନି ଏହି କାମ, ହୋଇପାରନ୍ତି ଅନେକ ରୋଗର ଶିକାର

author img

By ETV Bharat Odisha Team

Published : Nov 8, 2023, 12:33 PM IST

ହାଇଦ୍ରାବାଦ: ଆମର ଦୈନନ୍ଦିନ ଜୀବନୀରେ ଜାଗ୍ରତ ହେବାଠୁ ଆରମ୍ଭ କରି ଶୋଇବା, ଖାଇବା ପିଇବା ଏବଂ ବ୍ୟାୟାମ କରିବା ପର୍ଯ୍ୟନ୍ତ ସବୁକିଛିର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଅନେକ ଖରାପ ଅଭ୍ୟାସ ମଧ୍ୟ ଗମ୍ଭୀର ରୋଗ ସୃଷ୍ଟି କରେ । ଏପରି ପରିସ୍ଥିତିରେ, ଯଦି ସକାଳେ କିଛି କାମ କରିବା ପୂର୍ବରୁ ସତର୍କ ହେବା ଉଚିତ୍ । କାରଣ ଏହି ଅଭ୍ୟାସ ଯୋଗୁଁ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପାରନ୍ତି । ସକାଳେ କଣ କରିବା କ୍ଷତିକାରକ ହୋଇପାରେ, ଜାଣନ୍ତୁ...

ମୋବାଇଲ୍ ଫୋନ୍ ବ୍ୟବହାର

ଅନେକ ଲୋକ ସକାଳୁ ଆଖି ଖୋଲୁ ଖୋଲୁ ମୋବାଇଲ୍ ଫୋନ୍ ବ୍ୟବାହର କରିବାର ଅଭ୍ୟାସ ଅଛି । ବିଛଣା ପାଖରେ ଫୋନ୍ ସହ ଶୋଇବା ଏବଂ ସକାଳୁ ଉଠିବା ମାତ୍ରେ ଏହାକୁ ବ୍ୟବହାର କରିବା ଦ୍ବାରା ଅନେକ ସମୟ ନଷ୍ଟ ହୋଇପାରେ । କରାଣ ଏହା ଦ୍ବାରା ଥକ୍କାପଣ ଏବଂ ମୁଣ୍ଡ ଭାରୀ ହୋଇପାରେ । ଏଥିସହ ଏହା ଦିନର ଆରମ୍ଭକୁ ମଧ୍ୟ ଖରାପ କରିପାରେ ।

ନକାରାତ୍ମକ ଚିନ୍ତାଧାରା

ଯଦି ସକାଳୁ ଉଠିବା ପରେ ଯେବେ ବି ବିରକ୍ତ ଏବଂ ଦୁଃଖ ଅନୁଭବ କରନ୍ତି, ତେବେ ଆପଣ ଅନୁଭବ କରିବେ ଯେ ଦିନଟି ଭଲରେ ଯିବ ନାହିଁ । କୌଣସି କାର୍ଯ୍ୟ ସଠିକ୍ ଭାବରେ ହେବ ନାହିଁ । ଏପରି ପରିସ୍ଥିତିରେ, ସକାଳେ ଉଠିବା ପରେ ନକାରାତ୍ମକ ଚିନ୍ତାଧାରା ମନରେ ଆଣିବାକୁ ଦେବା ଉଚିତ୍ ନୁହେଁ ।

ବ୍ୟାୟାମଠାରୁ ଦୂରତା

ଅଧିକାଂଶ ଲୋକ ସକାଳୁ ଉଠିବା ପରେ ବ୍ୟାୟାମରୁ ଦୂରେଇ ରୁହନ୍ତି । ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ ସେମାନେ ମେଦବହୁଳତା ଏବଂ କ୍ରନିକ୍ ରୋଗର ଶିକାର ହୋଇପାରନ୍ତି, ଯାହା ଗୁରୁତର ମଧ୍ୟ ହୋଇପାରେ ।

ଖାଲି ପେଟରେ ରହିବା

ଅନେକ ଲୋକ ସକାଳୁ ଉଠିବା ପରେ ଶୀଘ୍ରଶୀଘ୍ର କାମକୁ ଚାଲିଯାଆନ୍ତି । ଏପରି ପରିସ୍ଥିତିରେ, ସେମାନେ ଜଳଖିଆ ମଧ୍ୟ ଖାଆନ୍ତି ନାହିଁ । ଏପରି କରିବା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଏହା କରିବା ଦ୍ୱାରା ଦୁର୍ବଳତା ଅନୁଭବ ହୁଏ । ଫଳରେ ଆଗାମୀ ଦିନରେ ଅନେକ ଗମ୍ଭୀର ରୋଗର କାରଣ ସାଜିପାରେ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ ସୁସ୍ଥ ରଖେ ଏହି ପରିବା, ଡାଏଟ୍‌ରେ କରନ୍ତୁ ସାମିଲ

ଯୋଜନା ବିନା କାମ କରିବା

ବହୁତ ଲୋକ ଅଛନ୍ତି ଯେଉଁମାନେ କୌଣସି ଯୋଜନା ବିନା ଦିନ ଆରମ୍ଭ କରନ୍ତି, ଏହିପରି ଲୋକମାନେ ସର୍ବଦା ଚାପଗ୍ରସ୍ତ, ଚିନ୍ତିତ ଏବଂ ଅସ୍ଥିର ଅନୁଭବ କରନ୍ତି । ସେମାନଙ୍କୁ ମାନସିକ ଏବଂ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଏପରିକି ବ୍ଲଡ୍‌ ପ୍ରେସର ଭଳି ରୋଗ ମଧ୍ୟ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.