ETV Bharat / sukhibhava

ସାମାନ୍ୟ ପରିଶ୍ରମରେ ଦୁର୍ବଳ ଲାଗୁଥିଲେ ଆପଣାନ୍ତୁ ଏହି ସବୁ ଉପାୟ - ପାଳଙ୍ଗ ଉପକାରିତା

ସ୍ବଳ୍ପ କାର୍ଯ୍ୟ କିମ୍ବା ସାମାନ୍ୟ ପରିଶ୍ରମରେ ଥକ୍କା ଲାଗିବା ଏବଂ ମୁଣ୍ଡ ବୁଲାଇବା ଖାଦ୍ୟ ଅଭାବର ଲକ୍ଷଣ ହୋଇପାରେ । ପର୍ଯ୍ୟାପ୍ତ ପରିମାଣରେ ଖାଇବା ସତ୍ତ୍ବେ ଏପରି ହେଉଥିଲେ ସମାଧାନ ପାଇଁ ପଢନ୍ତୁ ଏହି ରିପୋର୍ଟ ।

protine and vitamine foods
protine and vitamine foods
author img

By

Published : Feb 23, 2023, 7:13 AM IST

ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନ, ​​ବ୍ୟସ୍ତବହୁଳ କାର୍ଯ୍ୟସୂଚୀ, ସ୍କ୍ରିନିଂ ସମୟ ବୃଦ୍ଧି(ଲାପଟପ୍/ଫୋନରେ ବ୍ୟବହାର) ଏବଂ ନିଦ୍ରା ଅଭାବ ହେତୁ ଥକ୍କା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ପକାଉଛି । ବିଶେଷ କରି ବର୍ତ୍ତମାନ ସମୟରେ କୌଣସି କାମରେ ମନ ନ ଲାଗିବା କିମ୍ବା ସାମାନ୍ୟ କାମ କରିବା ପରେ ଥକା ଅନୁଭବ ସାଧାରଣ ହୋଇଗଲାଣି । ଏଥିରେ ରକ୍ଷା ପାଇବା ପାଇଁ ଡାଏଟ୍‌ରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି, ତେହେ ଖାଦ୍ୟରେ କି ପରିବର୍ତ୍ତନ ଆଣିବେ, ଜାଣନ୍ତୁ...

ପୁଷ୍ଟିକର ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେତେବେଳେ ଆମେ ଅଧିକ କ୍ଳାନ୍ତ ଅନୁଭବ କରୁ, ଆମ ଶରୀର କ୍ରମାଗତ ଭାବରେ ଦୁର୍ବଳ ହୋଇଯାଏ ସେତେବେଳେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ପ୍ରୋଟିନ୍, ଭିଟାମିନ୍ ଅଭାବ କିମ୍ବା ସଠିକ୍ ପରିମାଣର ଖାଦ୍ୟ ଗ୍ରହଣ କରୁନଥିବାରୁ ଏପରି ହୋଇଥାଇପାରେ । ତେଣୁ ଖାଦ୍ୟରେ କେଉଁ କେଉଁ ଉପାଦାନ ଯୋଗ କରିବେ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

spinach
spinach

ପାଳଙ୍ଗ- ବିଶେଷଜ୍ଞଙ୍କ ଅନୁଯାୟୀ, ପାଳଙ୍ଗ ଭିଟାମିନ୍-ବି ଏବଂ ଲୌହରେ ଭରପୂର ଏକ ଉପାଦାନ । ଏହା ଶକ୍ତିରେ ପରିପୂର୍ଣ୍ଣ ଯାହା ଥକ୍କାପଣକୁ ହ୍ରାସ କରିଥାଏ । ଏହି ଗାଢ ସବୁଜ ପତ୍ରର ପନିପରିବାରେ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ । ଏଥିରେ ଥିବା ଲୌହ ଶରୀରର କୋଷକୁ ଅମ୍ଳଜାନ ବହନ କରିବାରେ ସାହାଯ୍ୟ କରିଥାଏ । ଶରୀରରେ କମ୍ ଲୌହ ସ୍ତର ଥକ୍କାପଣ ପାଇଁ ଦାୟୀ ହୋଇପାରେ । ତେଣୁ ତୁରନ୍ତ ଖାଦ୍ୟରେ ପାଳଙ୍ଗ ସାମିଲ କରନ୍ତୁ ।

କଦଳୀ- ପୋଟାସିୟମର ଏକ ଉତ୍କୃଷ୍ଟ ଉତ୍ସ ହେଉଛି କଦଳୀ । ଶକ୍ତି ସ୍ତରରୁ ବୃଦ୍ଧି କରିଥାଏ, କେବଳ ଗୋଟିଏ କଦଳୀ ଖାଇବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିଥାଏ । ବ୍ୟାୟାମ ପୂର୍ବରୁ କଦଳୀ ଖାଇବା ଲାଭଦାୟକ ।

ଅଣ୍ଡା- ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ ହେଉଛି ଅଣ୍ଡା । ଶରୀରକୁ ନିରନ୍ତର ଶକ୍ତି ଯୋଗାଇବାରେ ଅଣ୍ଡା ସହାୟକ ହୋଇଥାଏ । ସିଝା କିମ୍ବା ଅଣ୍ଡା ଆମ୍‌ଲେଟ୍ ଖାଇପାରିବେ ।

ବିନ୍ସ- ଏଥିରେ ଫାଇବର ଭରପୂର ପରିମାଣରେ ଥାଏ । ବିନ୍ସ ହଜମ କରିବାକୁ ଅଧିକ ସମୟ ନେଇଥାଏ ଏବଂ ଅଧିକ ସମୟ ପାଇଁ ଶକ୍ତି ଯୋଗାଇଥାଏ ।

ଡେଟ୍ସ ବା ଖଜୁରୀ- ତତକ୍ଷଣାତ୍ ଶକ୍ତି ବୃଦ୍ଧି ପାଇଁ ଖଜୁରୀ ଖାଆନ୍ତୁ । ଏହା ପୁଷ୍ଟିକର ଉପାଦାନର ଏକ ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ ଏବଂ ଆଇରନ୍ ଥାଏ ।

nuts
nuts

ବାଦାମ- ଉଭୟ ପ୍ରୋଟିନ୍ ଏବଂ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ ବାଦାମ, ଯାହା ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ଦିନସାରା ଶକ୍ତି ଯୋଗାଏ । ଦୁର୍ବଳ ଅନୁଭବ କରିବାକୁ ଦିଏ ନାହିଁ ।

ତରଭୁଜ- ଖରାଦିନରେ ଶରୀରରେ ଜଳୀୟ ଅଂଶ ସ୍ତର ବଜାର ରଖିବାରେ ତରଭୁଜ ଏକ ଉତ୍ତମ ଉପାଦାନ । ତରଭୁଜରେ 90% ଜଳ ଥାଏ, ଯାହା ଡିହାଇଡ୍ରେସନକୁ ରୋକିବାରେ ଏବଂ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ।

chia seeds juice
chia seeds juice

ଚିଆ ସିଡ୍ସ- ଏହି କ୍ଷୁଦ୍ର ମଞ୍ଜି ଶରୀରର ଗ୍ଲୁକୋଜ୍ ହୋମୋଷ୍ଟାସିସ୍ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ରକ୍ତରେ ଶର୍କରା ସ୍ପାଇକ୍ ରୋକିବାରେ ସାହାଯ୍ୟ କରେ । ଚିଆ ସିଡ୍ସରେ ଉପସ୍ଥିତ ତନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.