ETV Bharat / sukhibhava

କେବଳ ଖାଦ୍ୟରେ ଅନିୟମିତତା ନୁହେଁ ଏହିସବୁ ରୋଗ କାରଣରୁ ବୃଦ୍ଧିପାଏ ଓଜନ - ଓଜନ ବୃଦ୍ଧି ରୋଗ ସହ ଜଡିତ କି

ଭୁଲ୍ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତାକୁ ଓଜନ ହ୍ରାସର କାରଣ ଭାବନ୍ତୁ ନାହିଁ । ଏପରି କେତେକ ରୋଗ ଅଛି ଯାହା ଦ୍ବାରା ଶରୀରର ଓଜନ ବୃଦ୍ଧି ପାଇଥାଏ(reason for weight gain) । ଜାଣନ୍ତୁ କଣ ଏହିସବୁ ରୋଗ ।

କେବଳ ଖାଦ୍ୟରେ ଅନିୟମିତତା ନୁହେଁ ଏହିସବୁ ରୋଗ କାରଣରୁ ବୃଦ୍ଧିପାଏ ଓଜନ

author img

By

Published : Oct 11, 2022, 7:27 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ । ଏଥିପାଇଁ, ସେମାନେ ଜିମରେ ଘଣ୍ଟା ଘଣ୍ଟା ବ୍ୟାୟମ କରିବା ସହ ହେଭି ଡାଏଟ୍ ମଧ୍ୟ ଅନୁସରଣ କରନ୍ତି । ଯଦି ବୟସ ତୁଳନାରେ ଓଜନ ବୃଦ୍ଧି ଘଟେ ତେବେ ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ତେବେ ଭୁଲ୍ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତାକୁ ଅନେକ ଲୋକେ ଓଜନ ବୃଦ୍ଧିର କାରଣ ବୋଲି ଭାବିଥାନ୍ତି । ଏହା ମଧ୍ୟ କେତେକାଂଶରେ ସତ । କିନ୍ତୁ ଆପଣ ଜାଣନ୍ତି କି ଅନେକ ରୋଗ ରହିଛି ଯାହା ଦ୍ବାରା ଓଜନ ବୃଦ୍ଧି ପାଇଥାଏ ବୋଲି ?

ଆଜ୍ଞା ହଁ ଓଜନ ବଢିବାର କାରଣ ମଧ୍ୟ ରୋଗ ହୋଇପାରେ (Some disease reason for weight gain) । ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ଏପରି କିଛି ରୋଗ ବିଷୟରେ କହିବାକୁ ଯାଉଛୁ, ଯାହା ଶୀଘ୍ର ଓଜନ ବୃଦ୍ଧି ହେବାର କାରଣ ଭାବରେ ବିବେଚନା କରାଯାଇପାରେ । ନିମ୍ନରେ ସେ' ବାବଦରେ ଆଲୋଚନା କରାଯାଇଛି...

ଟାଇପ୍ 2 ଡାଇବେଟିସ୍

ଯଦି ଶରୀରର ରକ୍ତରେ ଶର୍କରା ସ୍ତର ସଠିକ୍ ନଥାଏ, ତେବେ ଏହି ଅବସ୍ଥାରେ ଓଜନ ମଧ୍ୟ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଶରୀରରେ ଇନସୁଲିନ୍ ପ୍ରଭାବିତ ହୁଏ, ସେତେବେଳେ ଆମେ ମଧୁମେହ ରୋଗୀ ହୋଇଥାଉ । ଅନୁସନ୍ଧାନ ଅନୁଯାୟୀ, ଟାଇପ୍ 2 ଡାଇବେଟିସ୍ ଥିବା 10 ଜଣଙ୍କ ମଧ୍ୟରୁ 8 ଜଣ ଓଜନ ବୃଦ୍ଧିରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆହୁରି ମଧ୍ୟ, ଯେଉଁମାନେ ଅଧିକ ଓଜନିଆ ହୋଇଥିବେ, ସେମାନଙ୍କର ମଧୁମେହ ରୋଗ ହୋଇପାରେ । ଯଦି ଆପଣଙ୍କର ମଧୁମେହର ଏକ ଜେନେଟିକ୍ ଲିଙ୍କ୍ ରହିଛି, ତେବେ ବର୍ତ୍ତମାନ ଓଜନ ହ୍ରାସ କରିବା ଆରମ୍ଭ କରନ୍ତୁ ।

ଉଚ୍ଚ ରକ୍ତଚାପ

ରକ୍ତଚାପ ଏବଂ ଓଜନ ବୃଦ୍ଧି ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି ବୋଲି ବିଶ୍ୱାସ କରାଯାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସବୁବେଳେ ଓଜନ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଖରାପ କୋଲେଷ୍ଟ୍ରଲ କାରଣରୁ ରକ୍ତଚାପର ସମସ୍ୟା ହୋଇଥାଏ । ଏଥିରେ ଚର୍ବି ଧମନୀରେ ଜମା ହେବା ଆରମ୍ଭ କରେ ଏବଂ ରକ୍ତ ପ୍ରବାହରେ ଏକ ସମସ୍ୟା ଦେଖାଯାଏ । ଯଦି ରକ୍ତଚାପ ସଠିକ୍ ଭାବରେ ପରିଚାଳିତ ନହୁଏ, ତେବେ ହୃଦଘାତ ମଧ୍ୟ ଆସିପାରେ । ଯଦି ଆପଣଙ୍କର ଦ୍ରୁତ ଗତିରେ ଓଜନ ବଢୁଛି, ତେବେ ନିଶ୍ଚିତ ଭାବରେ ରକ୍ତଚାପ ଯାଞ୍ଚ କରାଇନିଅନ୍ତୁ ।

ଥାଇରଏଡ୍

ଅନେକ ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ଯେ, ଥାଇରଏଡ୍ ରୋଗୀଙ୍କୁ ଉଭୟ ଓଜନ ହ୍ରାସ କିମ୍ବା ବୃଦ୍ଧି ହେବାର ଉଭୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯଦି କୌଣସି ପ୍ରକାରର ଓଜନରେ ପରିବର୍ତ୍ତନ ଦେଖାଯାଏ, ତେବେ ତୁରନ୍ତ ଥାଇରଏଡ ଚିକିତ୍ସା କରାଯିବା ଉଚିତ । ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତିର ଗ୍ରନ୍ଥି ଯାହା ଏକ ହରମୋନ୍ ସ୍ତରକୁ ନିୟନ୍ତ୍ରଣ କରେ । ଯେତେବେଳେ ଏହା ପ୍ରଭାବିତ ହୁଏ, ଓଜନ ସହିତ ଜଡିତ ସମସ୍ୟା ସହ ଶରୀରରେ ଅନେକ ପରିବର୍ତ୍ତନ ଘଟେ ।

Disclaimer: ଉପରସ୍ତ ବିବରଣୀ ସାଧାରଣ ସୂଚନା ନିମନ୍ତେ । ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରାଇନେବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.