କୋଭିଡ-୧୯ର ମୁକାବିଲା ପାଇଁ ଟିକାକରଣ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଆଉ ଏକ ଫ୍ଲୁ ଭାରତରେ ଏବେ ଆତଙ୍କ ସୃଷ୍ଟି କରିଛି । ଦେଶରେ ପୁଣି ବାର୍ଡ ଫ୍ଲୁ ଦେଖାଦେଇଛି । ଦେଶର କିଛି ରାଜ୍ୟରେ ପକ୍ଷୀ ଦ୍ବାରା ବା ଆଭିୟାନ ଇନଫ୍ଲୁଏନ୍ଜା ମାମଲା ବଢିଚାଲିଥିବା ମାମଲା ଚିନ୍ତାର ବିଷୟ ହୋଇଛି । ତେବେ,ବାର୍ଡ ଫ୍ଲୁ କଣ କୋଭିଡ-୧୯ ଭଳି ମାରାତ୍ମକ ହୋଇପାରିବ କି ? ଏହି ଫ୍ଲୁକୁ କେତେ ଗମ୍ଭୀର ? ବାର୍ଡ ଫ୍ଲୁ ସଂପର୍କରେ ଅଧିକ ସୂଚନା ପାଇଁ ଇଟିଭି ଭାରତ ସୁଖୀଭବ ଟିମ୍ ପୁଲ୍ମୋନୋଲୋଜିଷ୍ଟ ଡକ୍ଟର କିରଣ ପଂଚାଡିଙ୍କ ସହ ଆଲୋଚନା କରିଥିଲା ।
ବାର୍ଡ ଫ୍ଲୁ କ’ଣ ଓ ଏହା କିପରି ବ୍ୟାପେ ?
ଆଭିଆନ ଇନଫ୍ଲୁଏନଜା ( ଏଆଇ ) ବା ବାର୍ଡ ଫ୍ଲୁ ହେଉଛି ପକ୍ଷୀଙ୍କର ଏକ ସଂକ୍ରାମକ ଇନଫ୍ଲୁଏନଜା , ଯାହା କି ଜଙ୍ଗଲୀ ଜଳୀୟ ପକ୍ଷୀ ବିଶେଷକରି ବତକ, ହଂସମାନଙ୍କୁ ପ୍ରଭାବିତ କରେ । ଏହା ଜଙ୍ଗଲୀ ଜଳୀୟ ପକ୍ଷୀଙ୍କ ଠାରୁ ଘରୋଇ ପକ୍ଷୀଙ୍କୁ ବ୍ୟାପେ । କୁକୁଡା, ବତକ ଓ ହଂସ ଭଳି ପକ୍ଷୀମାନେ ଏହି ଫ୍ଲୁ ଦ୍ବାରା ପ୍ରଭାବିତ ହୋଇଥାନ୍ତି । ପକ୍ଷୀଙ୍କ ଲାଳ, ମଳ ଆଦି ଦ୍ବାରା ଭାଇରସ ଗୋଟିଏ ପକ୍ଷୀରୁ ଆଉ ଗୋଟିଏ ପକ୍ଷୀକୁ ବ୍ୟାପିଥାଏ । ମାନବ ସଂକ୍ରମଣ ଅତି ବିରଳ । ଭାଇରସ ପକ୍ଷୀ ଶରୀରରେ ହିଁ ଥାଏ । ଯଦିବା ମାନବ ସଂକ୍ରମଣ ହୁଏ, ତାହା ହେଲେ ପୋଲଟ୍ରି ଚାଷୀମାନଙ୍କୁ ପ୍ରଥମେ ହୁଏ । କାରଣ
ସେମାନେ ଗ୍ଲୋଭସ, ମାସ୍କ ଭଳି ପ୍ରୋଟେକଟିଭ ଗିୟର ନ ପିନ୍ଧି ଅସୁସ୍ଥ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଭାଇରସ ଯଦି ଅତି ସଂକ୍ରମଣଶୀଳ ହୋଇ ନ ଥାଏ, ତାହା ହେଲେ ଏହା ମଣିଷକୁ ପ୍ରଭାବିତ
କରେ । ନ ହେଲେ ଏହା କେବଳ ପକ୍ଷୀମାନଙ୍କୁ ହିଁ ସଂକ୍ରମିତ କରେ ବୋଲି ଡକ୍ଟର ପଂଚାଡି କହନ୍ତି ।
୧୯୯୭ରେ ପ୍ରଥମେ ଚୀନରେ ବାର୍ଡ ଫ୍ଲୁ ଏଚପିଏଆଇ( ଏଚ୫ଏନ୧) ମାମଲା ଆସିଥିଲା । ତେବେ ସମସ୍ତ ପ୍ରକାର ବାର୍ଡ ଫ୍ଲୁ ଭାଇରସ ମଣିଷକୁ ପ୍ରଭାବିତ କରେ ନାହିଁ । ଏ (ଏଚ୫ଏନ୧) ଓ ଏ ( ଏଚ୭ଏନ୯ ) ଭାଇରସ ହିଁ ମଣିଷକୁ ଗୁରୁତର ଭାବେ ପ୍ରଭାବିତ କରିପାରନ୍ତି । ଏଚ୭ଏନ୩ ଓ ଏଚ୯ଏନ୨ ଭଳି ଭାଇରସ ମଣିଷକୁ ପ୍ରଭାବିତ କରିଛନ୍ତି ।
ବାର୍ଡ ଫ୍ଲୁ ଲକ୍ଷଣ ଓ ଜଟିଳତା
ଡକ୍ଟର ପ୍ରଦୀପ ପଂଚାଡି କହନ୍ତି ଯେ, ଅନ୍ୟ ଫ୍ଲୁର ଲକ୍ଷଣଠାରୁ ବାର୍ଡ ଫ୍ଲୁର ଲକ୍ଷଣ ସେମିତି କିଛି ଅଲଗା ନୁହେଁ । ଜଣେ ଯଦି ଏଆଇ
ଦ୍ବାରା ସଂକ୍ରମିତ ହୁଅନ୍ତି, ତାହା ହେଲେ ତାଙ୍କଠାରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଏ ।
- ଥଣ୍ଡା
- ରନିଂ ନୋଜ୍
- ଜ୍ବର
- ଛିଙ୍କ
- ଗଳା ଯନ୍ତ୍ରଣା
- କଫ
- ଶରୀର ପୀଡା
ଅତି ଗୁରୁତର ସ୍ଥିତିରେ ହିଁ ଜଣେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବେ । ସଂକ୍ରମଣ ଜଟିଳ ହେଲେ ଉତ୍କଟ ନିମୋନିଆ, ଶ୍ବସନ ଯନ୍ତ୍ର ଅଚଳ ଓ ମଲଟିପଲ ଅର୍ଗାନ ଡିସଫଙ୍କସନ ସିଂଡ୍ରୋମ (ଏମଓଡିଏସ )ରେ ପୀଡିତ ହୁଏ ରୋଗୀ । ତେବେ ବାର୍ଡ ଫ୍ଲୁ ଏଭଳି ଜଟିଳତା ସୃଷ୍ଟି କରିବା ବହୁତ କମ ହିଁ ଦେଖାଯାଏ । ଡକ୍ଟର ପଂଚାଡି କହନ୍ତି ଯେ, ସଂକ୍ରମିତଙ୍କ ସଂଖ୍ୟା ୬ ଶହରୁ ୧୦୦୦ ମଧ୍ୟରେ ହେଲେ ମୃତ୍ୟୁ ସଂଖ୍ୟା ୧୦୦ରୁ କମ୍ ହୋଇଥାଏ । ଆମେ ଦୃଢତାର କହିପାରିବା ଯେ, ବାର୍ଡ ଫ୍ଲୁ ବର୍ତମାନ କୋଭିଡ ମହାମାରୀ ଭଳି ମାରାତ୍ମକ ନୁହେଁ ।
କେମିତି ରୋକି ହେବ ବାର୍ଡ ଫ୍ଲୁ ?
ଚିକିତ୍ସା ଅପେକ୍ଷା ପ୍ରତିକାର ଭଲ । ବାର୍ଡ ଫ୍ଲୁ ପ୍ରତିକାର ପାଇଁ ଅନେକ ଉପାୟ ରହିଛି ।
- ଆଇସୋଲେସନ - ବାର୍ଡ ଫ୍ଲୁର ଯଦି କୌଣସି ଲକ୍ଷଣ ଦେଖାଯାଏ,ତାହା ହେଲେ ସରକାର ସଂପୃକ୍ତ ଅଂଚଳକୁ ଅଲଗା ରଖିବା ଦରକାର । ପୋଲଟ୍ରି ଫାର୍ମ ଥିବା ସ୍ଥାନଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ଆଇସୋଲେସନରେ ରଖିବା ଜରୁର,ଯାହା ଫଳରେ ସଂକ୍ରମଣ ନିୟନ୍ତ୍ରଣ ହୋଇପାରିବ ।
- ପକ୍ଷୀ ହତ୍ୟା –ସଂକ୍ରମିତ ପକ୍ଷୀଙ୍କୁ ହତ୍ୟା କରି ମାଟି ତଳେ ପୋତିବା ଦରକାର । ଏହା ହେଲେ ସୁସ୍ଥ ଥିବା ପକ୍ଷୀମାନେ ପ୍ରଭାବିତ ହେବେ ନାହିଁ ।
- କ୍ବାରେଂଟାଇନ-ଯଦି କୌଣସି ବ୍ୟକ୍ତିଙ୍କଠାରେ ଫ୍ଲୁ ସଦୃଶ ଲକ୍ଷଣ ଦେଖାଯାଏ,ତାହା ହେଲେ ତାଙ୍କୁ ତୁରନ୍ତ ସଂଗରୋଧରେ ରଖନ୍ତୁ । ବିଶେଷ କରି ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ
- ସଂଗରୋଧରେ ରଖିବା ଜରୁରୀ ।
- ଟିକାକରଣ –ବାର୍ଡ ଫ୍ଲୁ ହେଲେ ମଣିଷ ପାଇଁ ଟିକା ତ ଉପଲବ୍ଧ ନାହିଁ । ପକ୍ଷୀଙ୍କ ଟିକାକରଣ ସମୟେ ସମୟେ ହେଉଥିଲେ ମଧ୍ୟ ଫଳାଫଳ ସନ୍ତୋଷନକ ହୋଇନାହିଁ ।
- ସଠିକ ରୋଷେଇ – ଚିକେନମାଂସ , ଅଣ୍ଡା ଭଳି ପୋଲଟ୍ରି ଖାଦ୍ୟ ଭଲରୂପେ ରୋଷେଇ ହୋଇଥିବା ଦରକାର । ଏଗୁଡିକ ଭଲ ଭାବେ ସିଝାଇ
ଖାଇବା ଉଚିତ ।
ଚିକିତ୍ସା
ବାର୍ଡ ଫ୍ଲୁ ଚିକିତ୍ସା ପାଇଁ ବର୍ତମାନ ଚାରିଟି ଔଷଧ ଉପଲବ୍ଧ ଅଛି ବୋଲି ସୂଚନା ଦେଇଛନ୍ତି ଡକ୍ଟର ପ୍ରଦୀପ । ସେଗୁଡିକ ହେଲା –
- ଓସେଲ୍ଟାମିଭିର
- ଜାନାମିଭିର
- ପେରାମିଭିର
- ବାଲୋସାଭିର ମାରବକ୍ସି ( ସଦ୍ୟତମ ଔଷଧ )
ଆପଣଙ୍କ ପାଖରେ ଉପରୋକ୍ତ କୌଣସି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନିଜେ କୌଣସି ଔଷଧ ଖାଆନ୍ତୁ ନାହିଁ । ସଂକ୍ରମଣର ଦୁଇ ଦିନ ମଧ୍ୟରେ ଚିକିତ୍ସା ଆରମ୍ଭ କରାଯାଇପାରେ । ସାମାନ୍ୟ ମାମଲାରେ ଲୋକ ଶୀଘ୍ର ସୁସ୍ଥ ହୋଇପାରିବ । ଗୁରୁତର ସ୍ଥିତିରେ ୮ ରୁ ୧୨ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ହେବା ଆଶଙ୍କା ରହିଛି ।
କୋଭିଡ -୧୯ ଓ ବାର୍ଡ ଫ୍ଲୁ
କୋରୋନା ଭାଇରସ ସଂକ୍ରମିତ ଲୋକର ପ୍ରତିରୋଧକ ଶକ୍ତି ହ୍ରାସ କରିଦେଇଥାଏ । ତେଣୁ କ୍ରସ ଇନଫେକସନର ବି ଆଶଙ୍କା ରହିଥାଏ । କୋଭିଡ-୧୯ ସଂକ୍ରମିତ ରୋଗୀ ବାର୍ଡ ଫ୍ଲୁ ସଂସ୍ପର୍ଶରେ ଆସିବା ସମ୍ଭାବନା ଅଧିକ ଥାଏ ।