ETV Bharat / sukhibhava

Testicular Cancer Sign: ପୁରୁଷଙ୍କୁ ନପୁଂସକ କରେ ଟେଷ୍ଟିକୁଲାର କ୍ୟାନ୍ସର, ଜାଣନ୍ତୁ କାରଣ

author img

By

Published : Jun 24, 2023, 11:51 AM IST

ଯୁବାବସ୍ଥାରେ ହୋଇପାରେ ଟେଷ୍ଟିକୁଲାର କ୍ୟାନ୍ସର । ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ ।

Testicular Cancer
Testicular Cancer

ହାଇଦ୍ରାବାଦ: ଆଜିକା ସମୟରେ ବିଶ୍ବରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିବର୍ଷ ଅନେକ ଲୋକ ଏଥିରେ ପୀଡିତ ହୁଅନ୍ତି । ବର୍ତ୍ତମାନ ଏହି ରୋଗକୁ ରୋକିବା ପାଇଁ ଯଦିଓ ଚିକିତ୍ସା ବିଜ୍ଞାନ ବହୁ ଉପଲବ୍ଧି ପାଇଛି, ତଥାପି ଏହାକୁ ସମ୍ପୂର୍ଣ୍ଣ ରୂପେ ମାତ୍ ଦେବା ସହଜ ନୁହେଁ । ଅନେକ କାରଣରୁ ଏହି ରୋଗ ହୋଇଥାଏ । ବଂଶଗତ କାରଣ, ଖରାପ ଜୀବନଶୈଳୀ ସିଗାରେଟ୍, ଧୂମପାନ, ମଦ୍ୟପାନ, ଅତିବାଇଗଣୀ ରଶ୍ମୀ, ପ୍ରଦୂଷଣ, ଚାପ ମଧ୍ୟ ଏହି ରୋଗର ପ୍ରମୁଖ କାରଣ ହୋଇଥାଏ । ତେବେ ଅନେକ ପ୍ରକାରର କର୍କଟ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଟେଷ୍ଟିକୁଲାର କ୍ୟାନ୍ସର । ଡାକ୍ତରଙ୍କ କହିବା ଅନୁସାରେ, ଅନ୍ୟ କର୍କଟ ରୋଗ ଭଳି ଏହି ଟେଷ୍ଟିକୁଲାର କ୍ୟାନ୍ସର ମଧ୍ୟ ପ୍ରାରମ୍ଭରେ ଅନେକ ଲକ୍ଷଣ ଦେଖାଯାଇଥାଏ । ଯଦି ପ୍ରାଥମିକ ଅବସ୍ଥାରେ ରୋଗକୁ ଚିହ୍ନଟ କରାଯାଏ ତେବେ ରୋଗକୁ ମାତ ଦେବାରେ ସମ୍ଭବ ହୋଇପାରିବ ।

ଏହି ବୟସର ପୁରୁଷଙ୍କୁ ଅଧିକ ବିପଦ ଥାଏ: ଡାକ୍ତରଙ୍କ କହିବାନୁସାରେ, ପୁରୁଷମାନଙ୍କ ଟେଷ୍ଟିକଲରେ ଏହି ଟେଷ୍ଟିକୁଲାର କ୍ୟାନ୍ସର ଆରମ୍ଭ ହୁଏ । ଟେଷ୍ଟିକାଲକୁ ଟେଷ୍ଟିସ ମଧ୍ୟ କୁହାଯାଇଥାଏ । ପୁରୁଷଙ୍କ ଠାରେ ଶୁକ୍ରାଣୁ ଏବଂ ଟେଷ୍ଟୋଷ୍ଟେରନ୍ ଏହି ଟେଷ୍ଟିକାଲରେ ଉତ୍ପନ୍ନ ହୋଇଥାଏ । ଟେଷ୍ଟିକାଲରେ ହେଉଥିବା ଏହି କର୍କଟକୁ ଟେଷ୍ଟିକୁଲାର କ୍ୟାନ୍ସର କୁହାଯାଏ । ଯଦିଓ ଏହି କର୍କଟ ରୋଗ ଯେକୌଣସି ବୟସରେ ହୋଇଥାଏ କିନ୍ତୁ ବିଶ୍ବାସ କରାଯାଏ ଯେ, ପୁରୁଷଙ୍କ 15 ରୁ 45 ବର୍ଷ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।

କ୍ୟାନ୍ସରର ପ୍ରଥମେ ଷ୍ଟେଜରେ ଏହି ସଙ୍କେତ ଦେଖାଯାଇଥାଏ: ୟୁରୋଲୋଜିଷ୍ଟମାନେ କହିଛନ୍ତି ଯେ ଟେଷ୍ଟିକଲରେ ଫୁଲା କିମ୍ବା ଗଣ୍ଠି ଦେଖାଯିବା ଟେଷ୍ଟିକୁଲାରର ସଙ୍କେତ ହୋଇଥାଏ । ଏହା କର୍କଟ ରୋଗ ଚିହ୍ନିବାର ପ୍ରଥମ ଲକ୍ଷଣ ବୋଲି କୁହାଯାଇଥାଏ । ଯଦି ଏହାର ଚିକିତ୍ସା ଠିକ୍ ସମୟରେ କରାଯାଏ ନାହିଁ, ତେବେ କର୍କଟ କୋଷ ଗୁଡ଼ିକ ଶରୀରର ଅନ୍ୟ ଅଙ୍ଗକୁ ଶୀଘ୍ର ବ୍ୟାପିବା ଆରମ୍ଭ କରନ୍ତି । ଯାହା ପରେ ଏହି ରୋଗକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପିଠି ଯନ୍ତ୍ରଣା, ତଳି ପେଟ ଯନ୍ତ୍ରଣା, ଟେଷ୍ଟିକାଲ ଫୁଲିବା, ସ୍କ୍ରୋଟମ ଭାରି ଭାରି ଲାଗିବା ଭଳି ଲାଗିଥାଏ ।

ଟେଷ୍ଟିକୁଲାର କ୍ୟାନ୍ସରର କାରଣ: ଡାକ୍ତରଙ୍କ ଅନୁଯାୟୀ, ପୁରୁଷଙ୍କ ଠାରେ ଟେଷ୍ଟିକୁଲାର କ୍ୟନ୍ସର କାହିଁକି ହୋଇଥାଏ ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାକୁ ବଂଶଗତ ରୋଗ ବୋଲି ମଧ୍ୟ କୁହାଯାଏ । ଯଦି ପରିବାରରେ କାହାକୁ ହୋଇଥାଏ ତାହେଲେ ପରବର୍ତ୍ତୀ ପିଢିଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ଶିଶୁର ଜନ୍ମରୁ ସତର୍କତା ଅବଲମ୍ବନ କରିବା ଏବଂ ଶରୀରର ଅଙ୍ଗ ଗୁଡ଼ିକର ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଆବଶ୍ୟକ ।

ଏହି ପରୀକ୍ଷା ଦ୍ବାରା ସ୍ପଷ୍ଟ ହୋଇଥାଏ ଟେଷ୍ଟିକୁଲାର କ୍ୟାନ୍ସର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମନରେ ଆଶଙ୍କା ଦେଖାଗଲେ ଘରେ ମଧ୍ୟ ପ୍ରାଥମିକ ସ୍ତରରେ ଏହି ରୋଗକୁ ଚିହ୍ନଟ କରିପାରିବେ । ଏଥିପାଇଁ ଉଷୁମ ପାଣି ନେଇ ପ୍ରଥମେ ସ୍ନାନ କରିବା ଆବଶ୍ୟକ । ଏହାପରେ ସ୍କ୍ରୋଟମରେ ଫୁଲା, ଗଣ୍ଠି ସ୍ପଷ୍ଟ ଜଣାପଡିଥାଏ । ତେବେ ଏଠାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ମନେରଖିବା ଉଚିତ ଯେ, କ୍ୟାନ୍ସର ଯୋଗୁଁ ଯେଉଁ ଫୁଲା ହୋଇଥାଏ ତାହା ଯନ୍ତ୍ରଣା ହୋଇନଥାଏ । ଯଦି କୌଣସି ଫୁଲା ହୋଇଛି କିନ୍ତୁ ଯନ୍ତ୍ରଣା ହେଉନାହିଁ ଏଭଳି ସ୍ଥଳେ ଅଣଦେଖା କରିବା ଉଚିତ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.