ETV Bharat / sukhibhava

ସୋସିଆଲ ମିଡିଆ ବ୍ୟବହାର ପାଇଁ ନକଲି ଜନ୍ମ ତାରିଖ ଦେଉଛନ୍ତି କିଶୋର-କିଶୋରୀ

author img

By

Published : Oct 13, 2022, 1:13 PM IST

ଏକ ନୂତନ ଅଧ୍ୟୟନ ଅନୁଯାୟୀ, 8 ରୁ17 ବର୍ଷ ବୟସର ଏକ ତୃତୀୟାଂଶରୁ ଅଧିକ ପିଲା ନକଲି ଜନ୍ମ ତାରିଖ ଉଲ୍ଲେଖ କରି ସାଇନ୍ ଅପ୍ କରିବା ପରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଅଧିକ ପଢନ୍ତୁ

ସୋସିଆଲ ମିଡିଆ ବ୍ୟବହାର ପାଇଁ ନକଲି ଜନ୍ମ ତାରିଖ ଦେଉଛନ୍ତି କିଶୋର-କିଶୋରୀ
ସୋସିଆଲ ମିଡିଆ ବ୍ୟବହାର ପାଇଁ ନକଲି ଜନ୍ମ ତାରିଖ ଦେଉଛନ୍ତି କିଶୋର-କିଶୋରୀ

ଲଣ୍ଡନ୍: କିଶୋର କିଶୋରୀମାନଙ୍କୁ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ରକାର ଅନାବଶ୍ୟକ ସାଇଟ୍‌ ବ୍ୟବହାରରୁ ରୋକିବା ପାଇଁ ଯେତେ ପ୍ରକାର କଟକଣା ଲାଗୁ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନି । କାରଣ ସେମାନେ କୌଣସି ନା କୌଣସି ଫଣ୍ଡା ବାହାର କରି ଏଗୁଡିକର ବ୍ୟବହାର କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ବ୍ରିଟେନର ମିଡିଆ ୱାଚଡଗ୍ ଅଫକମ୍(British media watchdog Ofcom) ଅନୁଯାୟୀ, 8 ରୁ 17 ବର୍ଷ ବୟସର ଏକ ତୃତୀୟାଂଶରୁ ଅଧିକ ପିଲା ନକଲି ଜନ୍ମ ତାରିଖ ଉଲ୍ଲେଖ କରି ସାଇନ୍ ଅପ୍ କରିବା ପରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି(Teenagers using fake birth date on social media) ।

ବ୍ରିଟିଶ ମିଡିଆ ୱାଚଡଗ ଅଫକମ ଏକ ବିବୃତ୍ତିରେ କହିଛି ଯେ, "ଆମର ସଦ୍ୟତମ ଅନୁସନ୍ଧାନରୁ ଜଣାପଡିଛି ଯେ, 8 ରୁ 17 ବର୍ଷ ବୟସ ମଧ୍ୟରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା (77%) । ଏମାନଙ୍କର ଗୋଟିଏ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କର ନିଜସ୍ୱ ଆକାଉଣ୍ଟ କିମ୍ବା ପ୍ରୋଫାଇଲ ରହିଛି, ଯଦି ସେମାନେ ଏହି ପ୍ଲାଟଫର୍ମରେ ଅନଲାଇନ୍ ନଥାନ୍ତି, ସେତେବେଳେ ସେମାନଙ୍କର ସାଙ୍ଗ ଏବଂ ସ୍କୁଲ୍ ସାଙ୍ଗମାନଙ୍କ ସହ କଥାବାର୍ତ୍ତା ପ୍ରାୟତ ନୂଆ ସୋସିଆଲ୍ ମିଡିଆ କିମ୍ବା ଅନ୍ଲାଇନ୍ ଗେମିଂ ଟ୍ରେଣ୍ଡରେ ହୋଇଥାଏ ।"

ଅଫକମ୍ କହିଛି ଯେ, "ପିଲାମାନେ ଯେଉଁ ପ୍ଲାଟଫର୍ମରେ ନଥାନ୍ତି, ସେହି ପ୍ଲାଟଫର୍ମର କନଭରସେସନ(କଥୋପକଥନ) କିମ୍ବା ଫ୍ରେଣ୍ଡ୍ସ ଗ୍ରୁପରୁ ଲେଫ୍ଟ ହୋଇଯାଇଥାନ୍ତି । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକାଂଶ ପିଲା ବିଶେଷ ଭାବେ 12 ବର୍ଷରୁ କମ୍ ବୟସର ହୋଇଥାନ୍ତି ଏବଂ ସେମାନେ ସେମାନଙ୍କ ଅବିଭାବକଙ୍କ ନାମରେ ସୋସିଆଲ ମିଡିଆ ଆକାଉଣ୍ଟ ଓପନ କରିଥାନ୍ତି । ଅଧିକାଂଶ ସୋସିଆଲ୍ ମିଡିଆ ଆପ୍ସରେ ଏକ ଆକାଉଣ୍ଟ୍ କ୍ରିଏଟ କରିବାର ସର୍ବନିମ୍ନ ବୟସ ହେଉଛି 13 ବର୍ଷ, ଯେଉଁଥିରେ ଅନେକ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ସେମାନଙ୍କ ଆକାଉଣ୍ଟ୍ ସେଟ୍ କରିବା ସମୟରେ ନିଜ ବୟସ ବାବଦରେ ଉଲ୍ଲେଖ କରିବାକୁ କହିଥାଏ ।"

ଅଫକମ୍ କହିଛନ୍ତି, "ଏହା କରିଥିବା କିଛି ପିଲା ଆମକୁ କହିଥିଲେ ଯେ, ସେମାନେ ପ୍ରୋଫାଇଲରେ ବୟସ ସୂଚନା ଭୁଲ୍ ଉଲ୍ଲେଖ କରିଛନ୍ତି । ପ୍ରୋଫାଇଲ୍ କ୍ରିଏଟ କରିବା ପାଇଁ ସେମାନେ ଅଧିକ ବୟସ ଉଲ୍ଲେଖ କରିବାର ଗୋଟିଏ କାରଣ ହେଉଛି ଯେ, ଏହିସବୁ ପ୍ଲାଟଫର୍ମ କମ୍ ବୟସ୍କମାନଙ୍କୁ ପ୍ରୋଫାଇଲ୍ କ୍ରିଏଟ୍ ପାଇଁ ଅନୁମତି ଦିଏ ନାହିଁ । ଫଳରେ ସେମାନେ ଅଧିକ ବୟସ ସହ ଅଭିଭାବକଙ୍କ ନାମ ଉଲ୍ଲେଖ କରି ପ୍ରୋଫାଇଲ୍ କ୍ରିଏଟ କରିଥାନ୍ତି ।"

ଗତ ମାସରେ ଆୟର୍ଲାଣ୍ଡର ଡାଟା ସୁରକ୍ଷା ଆୟୋଗ ଏଭଳି ନକଲି ଆକାଉଣ୍ଟ ଯାଞ୍ଚ ପରେ ମେଟାକୁ 405 ନିୟୁତ ୟୁରୋ ଜରିମାନା କରିଥିଲେ । ଆହୁରି ମଧ୍ୟ ଜଣାପଡିଛି ଯେ, କିଛି ଅଭିଭାବକ ସୋସିଆଲ ମିଡିଆରେ ବୟସ ଆବଶ୍ୟକତା ବିଷୟରେ ଜାଣି ମଧ୍ୟ 13 ବର୍ଷରୁ କମ୍ ପିଲାମାନଙ୍କୁ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦେଇଥାନ୍ତି । ଏପରି ସମ୍ଭବତଃ, ସେମାନଙ୍କ ପିଲାମାନେ 10 ବର୍ଷର ହୋଇଥିଲେ ମଧ୍ୟ ଅଧିକ ବଡ ପିଲାଙ୍କ ଭଳି ବ୍ୟବହାର ଏବଂ ଅଭିଜ୍ଞ ଥିବା ସେମାନଙ୍କୁ ଅନୁଭବ ହେଉଥାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.