ETV Bharat / sukhibhava

Contraceptive Pills: ଗର୍ଭ ନିରୋଧକ ଔଷଧ ହୋଇପାରେ ଘାତକ, ଶରୀର ଉପରେ ପଡ଼ିପାରେ ଏହି ପ୍ରଭାବ - Oral Contraceptive Pills

ଗର୍ଭ ନିରୋଧକ ଔଷଧ ହୋଇପାରେ ଘାତକ । ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପକାଏ ଏହି ବଟିକା । ଅଧିକ ପଢ଼ନ୍ତୁ

Contraceptive Pills
Contraceptive Pills
author img

By ETV Bharat Odisha Team

Published : Oct 5, 2023, 11:31 AM IST

ହାଇଦ୍ରାବାଦ: ଆଜିକାଲି ଅଧିକାଂଶ ମହିଳା ଅବାଞ୍ଛିତ ଗର୍ଭଧାରଣକୁ ଏଡ଼ାଇବା ପାଇଁ ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥାଆନ୍ତି । ଗର୍ଭଧାରଣକୁ ରୋକିବା ପାଇଁ ଗର୍ଭନିରୋଧକ ବଟିକା ଏକ ସାଧାରଣ ଏବଂ ସୁବିଧାଜନକ ଉପାୟରେ ପରିଣତ ହୋଇଛି । ତେବେ ଏହି ବଟିକା ଶରୀରରେ ହର୍ମୋନାଲ ଭାବରେ କାମ କରେ ଏବଂ ଅଣ୍ଡାକୁ ରୋକିଥାଏ । ତେବେ ଏହି ଔଷଧକୁ ନେଇ ଅନକଙ୍କ ମନରେ ଅଗଣିତ ପ୍ରଶ୍ନ ସୃଷ୍ଟି ହୋଇଥାଏ। କ୍ରମାଗତ ଏହି ଔଷଧ ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ବଟିକାକୁ କ୍ରମାଗତ ଏବଂ ଦୀର୍ଘ ସମୟ ଧରି ଗ୍ରହଣ କରିବା ମଧ୍ୟ ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ । କେତେକ ଗର୍ଭନିରୋଧକ ଔଷଧ କମ୍ବିନେସନ୍‌ ପିଲ୍ସ ହୋଇଥାଏ । ଏଥିରେ ଦୁଇ କିମ୍ବା ଅଧିକ ହରମୋନ୍ ଏବଂ ଔଷଧ ମିଶ୍ରିତ ରହିଥାଏ । ଏହିପରି ବଟିକା ବ୍ୟବହାର କରିବା କେତେକ କ୍ଷେତ୍ରରେ ବିପଜ୍ଜନକ ହୋଇପାରେ ବୋଲି କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଟାବଲେଟ୍‌ ବ୍ୟବହାର କରିବା ଶରୀର ଉପରେ କୁପ୍ରଭାବ ପକାଇପାରେ ବୋଲି ଦର୍ଶାଯାଇଛି ।

ଗର୍ଭନିରୋଧକ ଔଷଧ କ୍ରମାଗତ ସେବନ ଦ୍ବାରା କଣ ହୁଏ:

  1. ରକ୍ତ ଜମାଟ: କ୍ରମାଗତ ଭାବେ ଗର୍ଭନିରୋଧକ ବଟିକା ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ ରହିଥାଏ । ଏହି ବଟିକାରେ ଇଷ୍ଟ୍ରୋଜେନ ରହିଥିବାରକୁ ଏହା ଜମାଟ ବାନ୍ଧିବା କାରକକୁ ବଢାଇଥାଏ । ଦୀର୍ଘ ଦିନ ଧରି ବଟିକା ବ୍ୟବହାର କଲେ ରକ୍ତ ଜମାଟ ବାନ୍ଧିପାରେ । ଧୂମପାନ କରୁଥିବା ମହିଳାମାନଙ୍କଠାରେ ଏହି ବିପଦ ଅଧିକ ରହିଥାଏ ।
  2. ହୃଦ୍ ରୋଗ: କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗର୍ଭନିରୋଧକ ବଟିକା ହୃଦ୍‌ଘାତର ଆଶଙ୍କାକୁ ବୃଦ୍ଧି କରିଥାଏ ।
  3. ଉଚ୍ଚ ରକ୍ତଚାପ: କ୍ରମାଗତ ଗର୍ଭନିରୋଧକ ଔଷଧର ବ୍ୟବାହାର ଦ୍ବାରା ରକ୍ତଚାପର ଆଶଙ୍କା ବୃଦ୍ଧି ପାଇଥାଏ ।
  4. ମୋଟାପା: କିଛି ମହିଳା ଏହି ଔଷଧ ଖାଇବା ଦ୍ବାରା ସେମାନଙ୍କର ଓଜନ ବୃଦ୍ଧି ହୋଇଥାଏ ।
  5. ଋତୁସ୍ରାବରେ ସମସ୍ୟା: ତେବେ ମହିଳାଙ୍କ ଋତୁସ୍ରାବ ଉପରେ ଏହି ବଟିକା ପ୍ରଭାବ ପକାଇଥାଏ । ବେଳେବେଳେ ଶୀଘ୍ର ହେଉଥିବା ବେଳେ ବେଳେବେଳେ ବିଳମ୍ବ ମଧ୍ୟ ହୋଇଥାଏ । ତେବେ କେତେକାଂଶରେ ଅଧିକ ରକ୍ତସ୍ରାବର ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଥାଏ ।
  6. ମୁଡ୍ ସୁଇଂ: କିଛି ମହିଳାଙ୍କଠାରେ ମୁଡ୍ ସୁଇଙ୍ଗ ବା ମନ ବିଚଳିତ ହୋଇଥାଏ ।
  7. କର୍କଟ: ଗର୍ଭାଶୟ, ସ୍ତନ ଏବଂ ଯକୃତ କର୍କଟ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ହୋଇପାରେ

ଏହା ମଧ୍ୟ ପଢନ୍ତୁ: World Contraception Day 2023: ଗର୍ଭନିରୋଧକ ଔଷଧ ସୁରକ୍ଷିତ କି, ଏହା କହିଲେ ବିଶେଷଜ୍ଞ

ଏହି ମହିଳା ଖାଇବା ଅନୁଚିତ:

  • ଗର୍ଭବତୀମାନେ ଗର୍ଭ ନିରୋଧକ ବଟିକା ଖାଇବାଠାରୁ ଦୂରେଇ ରହିବା ଉଚିତ କାରଣ ଏହା ଗର୍ଭ ଏବଂ ଶିଶୁ ପାଇଁ କ୍ଷତିକାରକ ହୋଇପାରେ।
  • 40 ବର୍ଷରୁ ଅଧିକ ବୟସର ମହିଳାମାନେ ବଟିକା ଖାଇବାଠାରୁ ଦୂରେଇ ରହିବା ଉଚିତ।
  • ମଦ୍ୟପାନ, ସିଗାରେଟ୍ ଇତ୍ୟାଦି ଅଭ୍ୟାସ ରହିଥିବା ମହିଳାମାନଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯିବାର ସମ୍ଭାବନା ରହିଥାଏ ।
  • ମେଦବହୁଳତା ସମସ୍ୟା ଦେଇ ଗତି କରୁଥିବା ମହିଳାମାନେ ମଧ୍ୟ ଏହି ବଟିକା ଠାରୁ ଦୂରେଇ ରହିବା ଉଚିତ ।
  • କେତେକ ଔଷଧ ସହିତ ଗର୍ଭନିରୋଧକ ବଟିକା ଖାଇବା କ୍ଷତିକାରକ ହୋଇପାରେ ।

ବିଦ୍ର: କହିରଖୁଛି କି, ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟ ଭିତ୍ତିକ ଖବର ଅଟେ। ଗର୍ଭନିରୋଧକ ବଟିକା ବ୍ୟବହାର କରିବା କିମ୍ବା ମନରେ କୌଣସି ଦ୍ବନ୍ଦ ରହିଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.