ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ସୁଇମିଂ ପୁଲରେ ପହଁରିବା ବା ଗୋଧୋଇବା ଏକ ପ୍ରକାର ମଜା ଅଟେ । ପ୍ରବଳ ଉତ୍ତାପରେ ଆମେ ଥଣ୍ଡା ପାଣିରେ ଗାଧୋଇବାକୁ ଯିବା ବେଳେ ମନ ଏବଂ ଶରୀର ସତେଜ ହୋଇଥାଏ ଏବଂ ଏହାକୁ ସର୍ବତ୍ତୋମ ବ୍ୟାୟାମ ହିସାବରେ ମଧ୍ୟ ବିବେଚନା କରାଯାଏ । କିନ୍ତୁ କିଛି ଲୋକ ଭାବନ୍ତି ଯେ, ପହଁରିବା ଦ୍ବାରା ଶରୀର କଳା ପଡିଯାଇଥାଏ । ତେବେ ଜାଣନ୍ତୁ କଣ ଏହା ପଛର ସତ୍ୟ...
ସୁଇମିଂ ଦ୍ବାରା ଶରୀର କଣ କଳା ପଡିଥାଏ ?: ଡାକ୍ତରଙ୍କ କହିବା ଅନୁସାରେ, ସୁଇମିଂ ପୁଲରେ ଗାଧୋଇବା ଦ୍ୱାରା ତ୍ୱଚା କଳା ପଡ଼ିଯିବା ଏକ ପ୍ରକାର ଭ୍ରାନ୍ତ ଧାରଣା ଅଟେ । ବରଂ ଏହା ଦ୍ବାରା ଚର୍ମ ଆହୁରି ଚମକିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅବଶ୍ୟ, ଏହି ପ୍ରଭାବ ସ୍ଥାୟୀ ନୁହେଁ ଏବଂ ସମୟ ସହିତ କ୍ଷୀଣ ହୋଇପାରେ । କେତେକ କ୍ଷେତ୍ରରେ, ସୁଇମିଂ ପୁଲରେ ଦୀର୍ଘ ସମୟ ଧରି ପାଣିର ସଂସ୍ପର୍ଶରେ ଆସିବା ଦ୍ୱାରା ସନବର୍ଣ୍ଣ ଏବଂ ଅନ୍ୟ ଚର୍ମ ସମସ୍ୟା ଦେଖା ଦେଇପାରେ। ତେବେ ସୁଇମିଂ କରିବା ପୂର୍ବରୁ ଏହି ବିଷୟ ଉପରେ ଧ୍ୟାନ ଦିଅନ୍ତୁ ।
ଏକ୍ସଫୋଲିଏଟ: ସୁଇମିଂ ପୁଲ ପାଣି ଦ୍ବାରା ଟାନକୁ ହ୍ରାସ କରିବା ଏବଂ ମୃତ କୋଷଗୁଡ଼ିକୁ ବାହାର କରିବା ପାଇଁ ଏକ୍ସଫୋଲିଏଟିଙ୍ଗ ସ୍କ୍ରବ୍ ବ୍ୟବହାର କରନ୍ତୁ । ଏହା ଦ୍ବାରା ଟ୍ୟାନ ସମସ୍ୟା ହଟିବା ସହ ଚର୍ମର ରଙ୍ଗରେ ପରିବର୍ତ୍ତନ ହୋଇଥାଏ ।
ଲେମ୍ବୁ ରସର ବ୍ୟବହାର: ସତେଜ ଲେମ୍ବୁ ରସକୁ ଟାନେଡ୍ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ 10ରୁ 15 ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ । ଲେମ୍ବୁ ଏକ ପ୍ରାକୃତିକ ବ୍ଲିଚିଂ ଅଟେ, ଯାହାକି ଚର୍ମର ରଙ୍ଗକୁ ଉଜ୍ବଳ କରିଥାଏ । ଯଦି ଆପଣଙ୍କର ସେନସିଟିଭ୍ ସ୍କିନ୍ ରହିଛି ତାହେଲେ ଲେମ୍ବୁରସରେ ଗୋଲାପ ଜଳ ମିଶାଇ ଲଗାନ୍ତୁ ।
ଦହି ଏବଂ ହଳଦୀର ମାସ୍କ: ଶରୀରରୁ ଟ୍ୟାନ ହଟାଇବା ପାଇଁ ଦହି ଏବଂ ହଳଦିର ମାସ୍କ ଲଗାନ୍ତୁ। ସମାନ ପରିମାଣର ଦହି ଏବଂ ହଳଦୀକୁ ନେଇ ଏକ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ ଏହାର 15 ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ । ହଳଦୀ ଚର୍ମକୁ ଗୋରା କରିବାରେ ସାହାଯ୍ୟ କରୁଥିବା ବେଳେ ଦହି ଫେସର ଚର୍ମକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ ।
ଆଲୋଭେରା: ଟାନ ହୋଇଥିବା ସ୍ଥାନରେ ଆଲୋଭେରା ଲଗାଇ 20ରୁ 30 ମିନିଟ ଛାଡି ଦିଅନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ଆଲୋ ଭେରା ଚର୍ମକୁ କୋମଳ କରିଥାଏ ଏବଂ ଟ୍ୟାନକୁ ହଟାଇଥାଏ ।
କାକୁ଼ଡି ଆଉ ଗୋଲାପ ଜଳ: କାକୁଡିକୁ ପ୍ରଥମେ ଖଣ୍ଡଖଣ୍ଡ କରି କାଟି ଏହାର ରସ ବାହାର କରନ୍ତୁ। ଏହାପରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏହା ଦ୍ବାରା ମୁହଁରୁ ଡାର୍କ ସ୍ପଟ ଦୂର ହୋଇଥାଏ ।
ସନସ୍କ୍ରିନ ଲଗାନ୍ତୁ: ସୁଇମିଂ ପୁଲକୁ ଯିବାର 20-25 ମିନିଟ୍ ପୂର୍ବରୁ ଚର୍ମକୁ ଟ୍ୟାନିଂରୁ ରକ୍ଷା କରିବା ପାଇଁ ଏକ ଉଚ୍ଚ SPF ଥିବା ସନସ୍କ୍ରିନ ଲଗାନ୍ତୁ । ଏହା ଟ୍ୟାନକୁ ରୋକିବା ସହ କଳା ହେବାକୁ ଦେଇନଥାଏ । ତେବେ ଆପଣ ନଡିଆ ତେଲ ମଧ୍ୟ ଲଗାଇ ପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ