ETV Bharat / sukhibhava

ଶୀତଦିନେ ମୂଳା ଖାଇବା ଦ୍ବାରା ଅନେକ ରୋଗରୁ ମିଳିଥାଏ ମୁକ୍ତି, ଜାଣନ୍ତୁ ଏହାର ଫାଇଦା - ଶୀତଦିନେ ମୂଳା ଖାଇବା ଫାଇଦା

Benefits of Radish: ଭିଟାମିନ ସି, ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ମୂଳାରୁ ମିଳିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ । ଏଥିସହ ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବେଶ ହିତକର ବୋଲି ବିବେଚନା କରାଯାଏ । ଏହା ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇପାରେ । ଜାଣନ୍ତୁ ଏହା ଖାଇବାର ଫାଇଦା ବିଷୟରେ...

ଶୀତଦିନେ ମୂଳା ଖାଇବା ଦ୍ବାରା ଅନେକ ରୋଗରୁ ମିଳିଥାଏ ମୁକ୍ତି, ଜାଣନ୍ତୁ ଏହାର ଫାଇଦା

author img

By ETV Bharat Odisha Team

Published : Jan 7, 2024, 7:11 PM IST

ହାଇଦ୍ରାବାଦ: ଶୀତ ଋତୁ ଆସିବା ଦ୍ବାରା ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଘଟିଥାଏ । ଏହି ଋତୁରେ ଲୋକମାନେ ପ୍ରାୟତଃ ସେମାନଙ୍କର ଖାଇବା ଅଭ୍ୟାସ ଏବଂ ପୋଷାକରେ ଏପରି ପରିବର୍ତ୍ତନ କରନ୍ତି, ଯାହା ସେମାନଙ୍କୁ ଭିତରୁ ଗରମ ରଖିଥାଏ । ଶୀତଦିନେ ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ଆମେ ଅନେକ ସଂକ୍ରମଣ ଏବଂ ରୋଗର ମଧ୍ୟ ଶିକାର ହୋଇଥାଉ । ଏପରି ପରିସ୍ଥିତିରେ, ଲୋକମାନେ ସେମାନଙ୍କର ଖାଦ୍ୟରେ ଏହିପରି ଅନେକ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତି, ଯାହା ସେମାନଙ୍କୁ ଏହି ସଂକ୍ରମଣ ରୋଗରୁ ରକ୍ଷା କରିପାରିବ । ମୂଳା ଏହି ଖାଦ୍ୟ ମଧ୍ୟରୁ ଗୋଟିଏ, ଯେଉଁଥିରେ ଭିଟାମିନ୍ C, ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିଥାଏ ଏବଂ ଯାହା ସ୍ବାସ୍ଥ୍ୟ ପାଇଁ ବି ଲାଭଦାୟକ ହୋଇପାରେ । ରୋଗକୁ ରୋକିବା ଏବଂ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ ।

ଆସନ୍ତୁ ଜାଣିବା ଶୀତଦିନେ ମୂଳା ଖାଇବାର ଲାଭ ବିଷୟରେ ଜାଣନ୍ତୁ....

  • ଓଜନ ହ୍ରାସ

ମୂଳା ଖାଇବା ଦ୍ବାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ । ବାସ୍ତବରେ, କମ୍ କ୍ୟାଲୋରି ଏବଂ ଉଚ୍ଚ ଫାଇବର ମୂଳାରେ ମିଳିଥାଏ, ଯାହା ଅଣ୍ଟାର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଫାଇବର ଯୁକ୍ତ ଖାଦ୍ୟ ମୂଳା ଖାଇବା ଦ୍ବାରା ଏହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ ।

  • କୋଷ୍ଠକାଠିନ୍ୟ ଦୂର ହୋଇଥାଏ

ମୂଳାରେ ବହୁ ପରିମାଣର ଫାଇବର ରହିଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ଏକ ସୁସ୍ଥ ହଜମ ପ୍ରକ୍ରିୟା ପାଇଁ ଫାଇବର ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ମଳକୁ ନରମ କରିବା ସହ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ମୂଳା ପତ୍ର ଅର୍ଥାତ୍ ମୂଳା ଶାଗ ମଧ୍ୟ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ।

  • ମଧୁମେହକୁ ନିୟନ୍ତ୍ରଣ କରାଏ

ଫାଇବରରେ ଭରପୁର ମୂଳା ଇନସୁଲିନ୍ ସ୍ତରକୁ ସନ୍ତୁଳିତ କରେ ଏବଂ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଶକ୍ତି ମେଟାବୋଲିଜିମର ଉନ୍ନତି କରିବାର ଶକ୍ତି ରହିଛି । ଏପରି ପରିସ୍ଥିତିରେ ମଧୁମେହ ରୋଗୀଙ୍କୁ ଫାଇବର ସମୃଦ୍ଧ ଖାଦ୍ୟ ମୂଳା ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ

ରୋଗ ପ୍ରତିରୋଧକ ଶକ୍ତି ଉପରେ ପାଗର ପରିବର୍ତ୍ତନ ସବୁଠାରୁ ବଡ ପ୍ରଭାବ ପକାଇଥାଏ । ତେବେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମୂଳା ଅତ୍ୟନ୍ତ ଲାଭଦାୟକ । ମୂଳାକୁ ଦୈନନ୍ଦିନ ଖାଇବା ଦ୍ବାରା ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ରୋଗକୁ ଶରୀରଠାରୁ ଦୂରରେ ରଖେ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ ଖାଆନ୍ତୁ ଏହି ଫଳ, ଏନର୍ଜି ସହ ଇମ୍ୟୁନିଟି ହେବ ବୃଦ୍ଧି

  • ହାଡକୁ ମଜବୁତ କରେ, ଭଲ ନିଦ ହେବାରେ ସାହାଯ୍ୟ କରେ

ମୂଳା ଶୋଇବାରେ ସାହାଯ୍ୟ କରେ । ମୂଳା ଖାଇବା ଦ୍ବାରା ଅନିଦ୍ରା ସମସ୍ୟା ସମାଧାନ ହୋଇଥାଏ । ଏଥି ସହ କ୍ୟାଲସିୟମ ମଧ୍ୟ ମୂଳାରେ ପ୍ରଚୁର ପରିମାଣରେ ମିଳିଥାଏ । ଫଳରେ ଏହାକୁ ଖାଇବା ଦ୍ବାରା ହାଡ ମଜଭୁତ ହୋଇଥାଏ ଏବଂ ଶରୀରକୁ ଶକ୍ତି ମିଳିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.