ETV Bharat / sukhibhava

ଜର୍ମାନ ବୈଜ୍ଞାନିକଙ୍କ ଖୁଲାସା; ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ

author img

By ETV Bharat Odisha Team

Published : Oct 3, 2023, 1:09 PM IST

ଜର୍ମାନ ବୈଜ୍ଞାନିକଙ୍କ ଖୁଲାସା । ଟାଇପ-2 ଡାଇବେଟିସ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ । ଅଧିକ ପଢନ୍ତୁ

sunshine helpful treating type 2 diabetes

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା । କହିବାକୁ ଗଲେ ବର୍ତ୍ତମାନ ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି । ତେବେ ଏହି ରୋଗ ନେଇ ଜର୍ମାନ ବୈଜ୍ଞାନିକମାନେ ଏକ ଦାବି କରିଛନ୍ତି । ଟାଇପ-2 ମଧୁମେହ ଚିକିତ୍ସାରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି କହିଛନ୍ତି ବୈଜ୍ଞାନିକ । ଟାଇପ୍-୨ ମଧୁମେହ ରୋଗୀମାନେ ପ୍ରତିଦିନ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିବା ଦ୍ବାରା ମଧୁମେହ ରୋଗର ଚିକିତ୍ସାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି । ଏକ ଚିକିତ୍ସକୀୟ ଅଧ୍ୟୟନ ପରେ ଜର୍ମାନ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି ।

ଅନୁସନ୍ଧାନକାରୀମାନେ ୟୁରୋପୀୟ ୟୁନିଅନର ବାର୍ଷିକ ବୈଠକରେ କହିଛନ୍ତି ଯେ, ପ୍ରାକୃତିକ ଏବଂ କୃତ୍ରିମ ଆଲୋକ ଉପରେ ଅଧ୍ୟୟନ କରାଯାଇଥିଲା । ଟାଇପ୍-୨ ମଧୁମେହ ରୋଗୀଙ୍କୁ ଦୁଇଟି ଭିନ୍ନ ଗୋଷ୍ଠୀରେ ରଖାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ପ୍ରାକୃତିକ ଆଲୋକ ସଂସ୍ପର୍ଶ ସହିତ ଜଡିତ ରଖାଯାଇଥିବା ବେଳେ ଅନ୍ୟ ଗୋଷ୍ଠୀଙ୍କୁ କୃତ୍ରିମ ଆଲୋକର ସଂସ୍ପର୍ଶରେ ରଖାଯାଇଥିଲା ।

ବିଶ୍ଲେଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା: ଏହି ସମୟ ମଧ୍ୟରେ ଉଭୟ ଗୋଷ୍ଠୀରେ ଘଟୁଥିବା ପରିବର୍ତ୍ତନଗୁଡିକୁ ବିଶ୍ଳେଷଣ କରାଯାଇଥିଲା । ତେବେ ରୋଗୀମାନଙ୍କ ଚିକିତ୍ସାରେ ପ୍ରାକୃତିକ ଆଲୋକ ସହାୟକ ହୋଇଥାଏ ବୋଲି ତଥ୍ୟ ସାମ୍ନାକୁ ଆସିଥିଲା । ନେଦରଲ୍ୟାଣ୍ଡର ମାଷ୍ଟ୍ରିଚ୍ ୟୁନିଭରସିଟିର ପ୍ରଫେସର ଇଭୋ ହାବେଟ୍ସ କହିଛନ୍ତି, ''ଶରୀର ଜାଗ୍ରତ ଏବଂ ଶୟନ ସମୟରେ ଆଭ୍ୟନ୍ତରରେ କେତେକ ପରିବର୍ତ୍ତନ ଘଟିଥାଏ । ଯାହା ଟାଇପ-2 ଡାଇବେଟିସ ଭଳି କେତେକ ମେଟାବୋଲିକ ରୋଗ ସହିତ ସମ୍ପୃକ୍ତ ଅଟେ । ପ୍ରାକୃତିକ ଆଲୋକରେ ସିର୍କାଡିୟନ କ୍ଲକର ଏକ ବଳିଷ୍ଠ ପ୍ରକ୍ରିୟା ବା ପରିବେଶୀୟ ସଙ୍କେତ । କିନ୍ତୁ ଅଧିକାଂଶ ଲୋକ ଦିନ ସମୟରେ ଘରେ କିମ୍ବା ଅଫିସରେ ରହି କୃତ୍ରିମ ଆଲୋକର ସମ୍ମୁଖୀନ ହୁଅନ୍ତି ।"

ଏହା ମଧ୍ୟ ପଢନ୍ତୁ: Type-2 ମଧୁମେହ କାରଣରୁ ଏହିସବୁ ଅଙ୍ଗ ହୋଇପାରେ ପ୍ରଭାବିତ, ରୁହନ୍ତୁ ସତର୍କ

ସେ କହିଛନ୍ତି ଯେ, ସକାଳ 8ରୁ 5ଟା ମଧ୍ୟରେ ପ୍ରାକୃତିକ ଆଲୋକର ସଂସ୍ପର୍ଶରେ ଆସି ଟାଇପ୍-୨ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବହୁତ ଭଲ ଫଳାଫଳ ଦେଖିବାକୁ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପ୍ରାକୃତିକ ଆଲୋକର ତୀବ୍ରତା ସାଧାରଣତଃ ମଧ୍ୟାହ୍ନ 12ଟା 30ରେ ସର୍ବାଧିକ ।

ରୁଟିନରେ ପରିବର୍ତ୍ତନ ଦ୍ବାରା ସହଜ ହୋଇପାରିବ ଚିକିତ୍ସା: ଅଧ୍ୟୟନରୁ ଜଣାପଡିଛି ଯେ କୃତ୍ରିମ ଆଲୋକ ତୁଳନାରେ ପ୍ରାକୃତିକ ଆଲୋକ ସମୟରେ ରକ୍ତରେ ଶର୍କରା ସ୍ତର କମ ରହିବା ସହିତ ଶ୍ବାସକ୍ରିୟା ବିନିମୟ ଅନୁପାତ ମଧ୍ୟ କମ ରହିଥିଲା । ଏଥିରୁ ଏହା ଜଣାପଡିଥିଲା ଯେ, ପ୍ରାକୃତିକ ଆଲୋକର ସଂସ୍ପର୍ଶରେ ଆସିବା ସମୟରେ ରୋଗୀମୀନେ କାର୍ବୋହାଇଡ୍ରେଟ ପରିବର୍ତ୍ତେ ଶକ୍ତି ଭାବେ ଫ୍ୟାଟକୁ ବ୍ୟବହାର କରିଥିଲେ । ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ପ୍ରାକୃତିକ ଆଲୋକରେ କାର୍ବୋହାଇଡ୍ରେଟ ସହଜରେ ଶ୍ବେତସାରରେ ପରିଣତ ହୋଇ ଶକ୍ତି ଯୋଗାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.