ହାଇଦ୍ରାବାଦ: ଚାଲିବା ଦ୍ବାରା ଶରୀର ସୁସ୍ଥ ରହେ ତାହା ସମସ୍ତେ ଜାଣନ୍ତି। ତେବେ ଧୀର ଚାଲିବା ଠାରୁ କ୍ଷୀପ୍ର ବା ଦ୍ରୁତ ଚାଲିବା ଦ୍ବାରା ଏହା ଶରୀର ଉପରେ ଆହୁରି ଅଧିକ ସୁପ୍ରଭାବ ପକାଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ତେବେ ପ୍ରତିଦିନ ଚାଲିବା ଦ୍ବାରା ମଧୁମେହ ରୋଗୀ ପାଇଁ ଅଧିକ ଲାଭଦାୟୀ ହୋଇଥାଏ। ରକ୍ତରେ ଶର୍କରା ହାର ହ୍ରାସ ପାଇବା ସହିତ ଶରୀର ସୁସ୍ଥ ରହିଥାଏ।
ବ୍ୟାୟାମ ଏବଂ ଚାଲିବା ଦ୍ବାରା ଶରୀର ଉପରେ ସୁପ୍ରଭାବ ପଡିଥାଏ ବୋଲି ସମସ୍ତେ ଜାଣନ୍ତି। ତେବେ କ୍ଷୀପ୍ର ଚାଲି ନେଇ ନିକଟରେ ଏକ ଅନୁଧ୍ୟାନ କରାଯାଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି। ଦୈନିକ 2,337 ଷ୍ଟେପ ଚାଲିବା ଦ୍ବାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ ହୋଇଥାଏ ବୋଲି କୁହାଯାଇଛି। ଅନ୍ୟପଟେ ପ୍ରତିଦିନ 4 ହଜାର ଷ୍ଟେପ ଚାଲିବା ଦ୍ବାରା ମଧୁମେହ ଏବଂ ଅନ୍ୟ ରୋଗର ଆଶଙ୍କା କମ ହୋଇଥାଏ ବୋଲି କୁହାଯାଇଛି।
ତେବେ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ କହିବା ଅନୁସାରେ, ସପ୍ତାହରେ 150 ମିନିଟ ବିଶେଷକରି ଅପରାହ୍ନରେ ଏରୋବିକ କିମ୍ବା ବ୍ୟାୟାମ କରିବା ଦ୍ବାରା ମଧୁମେହ ସହ ଅନେକ ଜଟିଳ ରୋଗର ଆଶଙ୍କା କମ ହୋଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଥିବା କୁହାଯାଇଛି।
ଏହା ମଧ୍ୟ ପଢନ୍ତୁ: ପ୍ରତି ଅଧ ଘଣ୍ଟାରେ 3 ମିନିଟ୍ ଚାଲିଲେ ହ୍ରାସ ପାଇବ ଟାଇପ୍-1 ମଧୁମେହ ବିପଦ
ବିଶେଷକରି ସୁସ୍ଥ ଡାଏଟ ଆପଣେଇବା ସହିତ ବ୍ୟାୟାମ କରିବା ଦ୍ବାରା 61 ପ୍ରତିଶତ ପର୍ଯ୍ୟନ୍ତ ସୁସ୍ଥ ହୋଇପାରିବ ବୋଲି କୁହାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀମାନେ ବ୍ୟାୟାମର ଗତି ଉପରେ ଅଧିକ ଧ୍ୟାନ ଦେଇ ଅନୁଧ୍ୟାନ କରିଥିଲେ। ତେବେ ଘଣ୍ଟା ପ୍ରତି 3 କିମି ଚାଲୁଥିବା ବ୍ୟକ୍ତିଙ୍କ ତୁଳନାରେ ଘଣ୍ଟା ପ୍ରତି 5ରୁ 6 କିମି ଚାଲୁଥିବା ବ୍ୟକ୍ତିଙ୍କୁ ମଧୁମେହ ହେବାର ଆଶଙ୍କା 24 ପ୍ରତିଶତ କମ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଏହାସହ କ୍ଷୀପ୍ର ଚାଲୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧୁମେହର ହେବାର ଆଶଙ୍କା 15 ପ୍ରତିଶତ କମ ହୋଇଥାଏ।
କ୍ଷୀପ୍ର ବେଗରେ ଚାଲିବା ଅର୍ଥାତ ଯେଉଁମାନେ ଘଣ୍ଟାପ୍ରତି 6କିମି ବେଗରେ ଚାଲନ୍ତି ସେମାନରେ କ୍ଷେତ୍ରରେ ମଧୁମେହ ରୋଗର ଆଶଙ୍କା 39 ପ୍ରତିଶତ କମ ହେବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ବ୍ୟକ୍ତିର ଚାଲିବାର କ୍ଷୀପ୍ରତା ଉପରେ ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ। ଦ୍ରୁତ ଗତିରେ ଚାଲିବା ଦ୍ବାରା ଶରୀରରେ ରୋଗର ଆଶଙ୍କାକୁ କମ କରାଯାଇ ପାରିବ ବୋଲି କୁହାଯାଇଛି। ଯଦି ଜଣେ ବ୍ୟକ୍ତି ଘଣ୍ଟା ପ୍ରତି 8000 ଷ୍ଟେପ୍ ଚାଲିବାରେ ସକ୍ଷମ ହୁଅନ୍ତି ତେବେ ସେ ଘଣ୍ଟାକୁ 6 କିଲୋମିଟର ଗତି କରିପାରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ