କ୍ୟାନସର ସେଲଗୁଡିକ କେମୋଥେରାପିକୁ ବି ଏଡାଇ ଦେଇପାରନ୍ତି । ଏନେଇ ଏକ ଅଧ୍ୟୟନରୁ ଜଣାପଡିଛି । ‘ଆକ୍ଟିଭ ହାଇବରନେସନ’ ଭଳି ଏକ ସ୍ଥିତି ସୃଷ୍ଟି ହେଲେ କ୍ୟାନସର କୋଷଗୁଡିକ କଡା ଚିକିତ୍ସାର ପ୍ରଭାବକୁ ଦୂରୀଭୂତ କରିବାରେ ସଫଳ ହୁଅନ୍ତି ବୋଲି ନୂଆ ଅଧ୍ୟୟନରୁ ଜଣାପଡିଛି । ଫଳରେ କେମୋଥେରାପି ମଧ୍ୟ କ୍ୟାନସର ସେଲଗୁଡିକ ଉପରେ ପ୍ରଭାବ ପକାଇ ପାରେ ନାହିଁ । ଜର୍ଣ୍ଣାଲ କ୍ୟାନସର ଡିସକଭରିରେ ଏ ସଂପର୍କିତ ତଥ୍ୟ ପ୍ରକାଶିତ ହୋଇଛି ।
କେମୋଥେରାପି ଦ୍ବାରା ଆକ୍ୟୁଟ ମାଇଲଏଡ ଲୁକେମିଆର ରିମିଶନ କରାଯାଇପାରିବ । କିନ୍ତୁ ଏହା ପୁଣି ଫେରି ଆସେ । ଆଉ ଫେରିଆସିଲେ ଆରୋଗ୍ୟସାଧ୍ୟ ହୁଏ ନାହିଁ ବୋଲି ବିଶେଷଜ୍ଞ ଆରି ଏମ. ମେଲନିକ୍ କହିଛନ୍ତି । ରୋଗୀର ଆକ୍ୟୁଟ ମେଲୋଇଡ ଲ୍ୟୁକେମିଆ –( ଏଏମଏଲ ) ଟ୍ୟୁମରର ନମୁନାରୁ ଉଭୟ ଅର୍ଗାନୋଏଡ୍ସ ଓ ମାଉସ ମଡେଲ୍ରେ ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାପଡିଥିଲା ଯେ, ଏଏମଏଲ ସେଲଗୁଡିକ କେମୋଥେରାପି ସଂସ୍ପର୍ଶରେ ଆସିଲେ ସେଲ୍ଗୁଡିକର ସବସେକ୍ଟ ହାଇବରନେସନ ମୋଡକୁ ଚାଲିଯାଆନ୍ତି । କ୍ଷତିଗ୍ରସ୍ତ ସେଲଗୁଡିକ ପରି ସେମାନେ ଦୃଶ୍ୟମାନ ହୁଅନ୍ତି । ସେଗୁଡିକୁ ନିଷ୍କ୍ରିୟ ରଖିବା ପାଇଁ ଉଣ୍ଡ୍ ହିଲିଂର ଆବଶ୍ୟକତା ପଡିଥାଏ ।
ଅଧିକ ଗବେଷଣାରୁ ଜଣାପଡିଛି ଯେ, ଏଟିଆର୍ ନାମକ ଏକ ପ୍ରୋଟିନରୁ ଜ୍ବଳନଶୀଳ ସେନସେଣ୍ଟ ସ୍ଥିତି ଉତ୍ପନ୍ନ ହୁଏ । ଫଳରେ ଏଟିଆର୍କୁ ଅବରୋଧ କରାଯାଇପାରିଲେ ହିଁ କ୍ୟାନସର ସେଲଗୁଡିକ ପୁନଃସକ୍ରିୟ ହୋଇପାରିବେ ନାହିଁ ।
ଇନଭେଷ୍ଟିଗେଟରମାନେ ଏହି ହାଇପୋଥେସିସ ଲ୍ୟାବରେ ପରୀକ୍ଷା କଲାପରେ ହିଁ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ, କେମୋଥେରାପି ପୂର୍ବରୁ ଲୁକେମିଆ ସେଲଗୁଡିକୁ ଏଟିଆର ଇନହିବିଟର ଦିଆଗଲେ ସେନସେନ୍ସରେ ତାହା ପ୍ରବେଶ କରିପାରିବ ନାହିଁ । ଫଳରେ ସବୁ କ୍ୟାନସର ସେଲଗୁଡିକ କେମୋଥେରାପି ଦ୍ବାରା ମରିଯିବେ ।