ETV Bharat / sukhibhava

ଅନୁସନ୍ଧାନ: ବୟସ ବୃଦ୍ଧି ସହ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ହୃଦଘାତ ଆଶଙ୍କା କମିପାରେ

author img

By

Published : Jan 20, 2023, 5:27 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କଠାରେ ବୟସ ବଢିବା ସହିତ ହୃଦଘାତର ଆଶଙ୍କା କମିପାରେ । ଅଧିକ ପଢନ୍ତୁ

Stroke risk
Stroke risk

ହାଇଦ୍ରାବାଦ: ଆଜିକାଲି ହୃଦଘାତ ଏକ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା ପାଲଟିଗଲାଣି । ଅନେକ ଯୁବାବସ୍ଥାରେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଚଳିତ ଶୀତଋତୁରେ ହୃଦଘାତଜନିତ ମୃତ୍ୟୁ ଏକ ଭୟର ବାତାବରଣ ସୃଷ୍ଟି କରିଛି । କାରଣ ନିକଟରେ ଉତ୍ତର ପ୍ରଦେଶର ଉନ୍ନାଓରେ ପାଖାପାଖି 100 ଜଣ ବ୍ୟକ୍ତିଙ୍କର ହୃଦଘାତରେ ଜୀବନ ଚାଲିଯାଇଛି । ଏଥିରେ ଯୁବପିଢି ମଧ୍ୟ ରହିଛନ୍ତି । ଏହାରି ମଧ୍ୟରେ ହୃଦରୋଗକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏକ ନୂତନ ଅନୁସନ୍ଧାନ ଅନୁସାରେ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କଠାରେ ବୟସ ବଢିବା ସହିତ ହୃଦଘାତର ଆଶଙ୍କା କମିପାରେ ।

ଜର୍ଣ୍ଣାଲ ଅଫ ନ୍ୟୁରୋଲୋଜୀରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଉଚ୍ଚ ରକ୍ତଚାପ ଓ ମଧୁମେହ ଉଭୟ ହୃଦଘାତର ବିପଦ ଆଶଙ୍କାକୁ ବୃଦ୍ଧି କରେ । ହେଲେ ଏହାକୁ ଔଷଧ ଦ୍ବାରା ନିୟନ୍ତ୍ରଣ କରିହେବ, ଯାହା ଫଳରେ ଜଣେ ବ୍ୟକ୍ତିର ହୃଦଘାତର ଆଶଙ୍କା କମ ହୋଇପାରେ । ଅଧ୍ୟୟନର ଲେଖକ ଜର୍ଜ ହାବର୍ଡଙ୍କ ଅନୁଯାୟୀ, ବୃଦ୍ଧାବସ୍ଥାରେ ହୃଦଘାତର ଆଶଙ୍କା ଅନେକାଂଶରେ କମ୍ ହୋଇପାରେ । ତଥାପି ଅନ୍ୟ ବିପଦଜନକ କାରକ ବୟସ ବୃଦ୍ଧି ସହିତ ପରିବର୍ତ୍ତନ ହୁଏ ନାହିଁ ବୋଲି ସେ କହିଛନ୍ତି ।

ଅଧ୍ୟୟନ ସମୟରେ ଅନୁସନ୍ଧାନକାରୀମାନେ 3 ବୟସ ଶ୍ରେଣୀର ବ୍ୟକ୍ତିଙ୍କ ନମୁନା ନେଇଥିଲେ । ପ୍ରଥମ ଗ୍ରୁପରେ 45ରୁ69 ବର୍ଷ ବୟସର ବ୍ୟକ୍ତି ରହିଥିବାବେଳେ ଦ୍ବିତୀୟରେ 60ରୁ 70 ଏବଂ ତୃତୀୟ ଗ୍ରୁପରେ 74 ଏବଂ ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, 45ରୁ 69 ବର୍ଷ ବୟସ ବର୍ଗରେ ମଧୁମେହ ରୋଗୀଙ୍କ ସମାନ ବୟସର ଲୋକଙ୍କ ତୁଳନାରେ ଯେଉଁମାନଙ୍କର ମଧୁମେହ ନାହିଁ, ସେମାନଙ୍କର ପ୍ରାୟ ଦୁଇଗୁଣ ଷ୍ଟ୍ରୋକ୍ ହେବାର ସମ୍ଭାବନା ଅଛି । ବୟସ୍କ ମଧୁମେହ ରୋଗୀଙ୍କ ପାଖରେ ପ୍ରାୟ 30 ପ୍ରତିଶତ ଅଧିକ ବିପଦ ରହିଥିବାବେଳେ ମଧୁମେହ ନଥିବା ସମାନ ବୟସର ବ୍ୟକ୍ତିଙ୍କଠାରେ ହୃଦଘାତର ଆଶଙ୍କା କମ ଦେଖିବାକୁ ମିଳିଥିଲା ।

ଅନସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, 45ରୁ 69 ବୟସ ବର୍ଗରେ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ନଥିଲା, ସେମାନଙ୍କ ତୁଳନାରେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କର ହୃଦଘାତ ହେବାର ଆଶଙ୍କା 80% ଅଧିକ । ଅନ୍ୟପକ୍ଷେ ବୟସ୍କମାନଙ୍କଠାରେ ଉଚ୍ଚ ରକ୍ତଚାପ ନଥିବା ବ୍ୟକ୍ତିଙ୍କ ତୁଳନାରେ ଉଚ୍ଚ ରକ୍ତଚାପଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି ବିପଦ 50%କୁ ହ୍ରାସ ପାଇଛି । ବୟସ ବୃଦ୍ଧି ସହିତ ବିପଦ କାରଣଗୁଡିକର ପ୍ରଭାବ ହ୍ରାସ ହେଲେ ମଧ୍ୟ ବୟସ୍କଙ୍କଠାରେ ହୃଦଘାତର ଆଶଙ୍କା ରହିଛି ବୋଲି ହାବର୍ଡ ମତ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.