ETV Bharat / sukhibhava

Stress-Anxiety: ଅଧିକ ଚିନ୍ତାରେ ରହୁଛନ୍ତି କି ? ବଢିପାରେ ଓଜନ - କେଉଁ କାରଣରୁ ବଢେ ଓଜନ

ମେଦବୃଦ୍ଧିକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଛି । ତେବେ ଅଧିକ ଚିନ୍ତା ବା ଚାପରେ ରହୁଥିବା ବ୍ୟକ୍ତିଙ୍କର ଓଜନ ବୃଦ୍ଧି ଶୀଘ୍ର ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି । ଅଧିକ ପଢ଼ନ୍ତୁ

Stress Anxiety
Stress Anxiety
author img

By ETV Bharat Odisha Team

Published : Oct 9, 2023, 10:33 AM IST

ହାଇଦ୍ରାବାଦ: ସମସ୍ତେ ନିଜକୁ ଫିଟ୍‌ ରଖିବା ପାଇଁ ଚାହିଁ ଥାଆନ୍ତି । ହେଲେ ଅନେକ କାରଣ ଯୋଗୁଁ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଓଜନ ବୃଦ୍ଧି ହୋଇଥାଏ । ତେବେ ଅଧିକ ଓଜନ ବା ମେଦବହୁଳତା ହେବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।

ଯଦି ଏହାର ଯତ୍ନ ନିଆଯାଏ ନାହିଁ ତେବେ ଏହା ରକ୍ତଚାପ, ମଧୁମେହ ଏବଂ ଅନ୍ୟାନ୍ୟ ପ୍ରକାରର କ୍ରନିକ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ପରିବର୍ତ୍ତିତ ଜୀବନଶୈଳୀ ଏବଂ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନକରିବା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ପରିବର୍ତ୍ତିତ ଜୀବନଶୈଳୀ ବ୍ୟତୀତ ଚିନ୍ତା ମଧ୍ୟ ଓଜନ ବୃଦ୍ଧିର ମୁଖ୍ୟ କାରଣ ହୋଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଓଜନ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଲୋକେ ପଦକ୍ଷେପ ନେବା ଜରୁରୀ ଅଟେ ।

ମୋଟାପାର କାରଣ ହୋଇପାରେ ଜେନେଟିକ୍‌: ଜେନେଟିକ୍ସକୁ ମେଦବହୁଳତାର ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଏ । ଅର୍ଥାତ୍ ଯଦି ପରିବାରର କେହି ଏହି ସମସ୍ୟାର ଶିକାର ହୋଇଥିବେ, ତେବେ ଅନ୍ୟ ଜଣଙ୍କୁ ମଧ୍ୟ ମେଦ ବୃଦ୍ଧି ହେବାର ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ । ପିତାମାତାଙ୍କଠାରୁ ଆସିଥିବା ଜିନ୍ ଚର୍ବିର ପରିମାଣ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ପରିବାରରରେ କେହି ମେଦବହୁଳ ବ୍ୟକ୍ତି ରହିଥିଲେ ଅନ୍ୟ ସମସ୍ତ ସଦସ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି ।

ଓଜନ ବୃଦ୍ଧିର କାରଣ ହୋଇପାରେ ଚିନ୍ତା: ଅଧ୍ୟୟନରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଅଧିକ ଚିନ୍ତା କରିଥାଆନ୍ତି ତେବେ ଓଜନ ବୃଦ୍ଧି ହେବାର ସମ୍ଭବନା ଅଧିକ ରହିଥାଏ । ସୂଚନାଅନୁସାରେ, ଯେତେବେଳେ ଜଣେ ବ୍ୟକ୍ତି ଚାପରେ ରହିଥାଏ ସେତେବେଳେ ଶରୀରରେ କର୍ଟିସୋଲ ହରମୋନର ସ୍ତର ବୃଦ୍ଧି ହୋଇଥାଏ। ଯାହା ଦ୍ବାରା ଅଧିକ ଖାଇବା ପାଇଁ ଇଚ୍ଛା ହୋଇଥାଏ। ଏହାସହ ଅଧିକ ଶୋଇବା ପାଇଁ ଇଚ୍ଛା ହେବା ସହିତ ମେଟାବୋଲିକ ହାରକୁ ମଧ୍ୟ ପ୍ରଭାବିତ କରିଥାଏ। ଫଳରେ ପେଟ ଏବଂ ଶରୀରର ଅନ୍ୟ ଅଂଶରେ ଚର୍ବିର ପରିମାଣ ବୃଦ୍ଧି ପାଇଥାଏ । ଏହି କାରଣ ଯୋଗୁଁ ଶରୀରର ଓଜନ ବୃଦ୍ଧି ପାଇଥାଏ । ଯଦି ଓଜନ ନିୟନ୍ତ୍ରଣ କରିବାକୁ ଚାହାନ୍ତି କେବେ ଚାପର ମାତ୍ରାକୁ କମ କରିବା ଆବଶ୍ୟକ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Chickpea Salad: ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି କି, ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ସାଲାଡ

ସେକେଣ୍ଡାରୀ ଲାଇଫଷ୍ଟାଇଲ: ଜୀବନଶୈଳୀରେ ପରିବର୍ତ୍ତନ ମେଦବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ହୋଇଥାଏ । ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋହୁଁ ମେଦବହୁଳତା, ମଧୁମେହ, ହୃଦ୍ ରୋଗ ଏବଂ ଯକୃତ ସମସ୍ୟା ଭଳି ଅନେକ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ଏହି କାରଣରୁ ବିଶେଷଜ୍ଞମାନେ ପ୍ରତିଦିନ ଅତି କମରେ 30 ମିନିଟ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିୟମିତ ଶାରୀରିକ କାର୍ଯ୍ୟକଳାପ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ବୋଲି ପ୍ରମାଣିତ ହୋଇଛି ।

ଆଣ୍ଟିଡେପ୍ରେସେଣ୍ଟ-ଷ୍ଟେରଏଡ ମଧ୍ୟ ବିପଦକୁ ବୃଦ୍ଧି କରିଥାଏ: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟରେ ବ୍ୟାଘାତ ବ୍ୟତୀତ କେତେକ ଔଷଧ ମଧ୍ୟ ଓଜନ ବୃଦ୍ଧିର ଆଶଙ୍କାକୁ ବଢ଼ାଇଥାଏ । ଯଦି ଜଣେ ଆଣ୍ଟିଡେପ୍ରେସେଣ୍ଟ୍‌, ଷ୍ଟେରଏଡ, ଆଣ୍ଟି-ସିଜର ଔଷଧ, ମଧୁମେହ କିମ୍ବା ବିଟା-ବ୍ଲକରର ସେବନ କରିଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଓଜନ ବୃଦ୍ଧି ହେବାର ଆଶଙ୍କା ଅଧିକ ରହିଥାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଔଷଧ ଖାଇବା ଉଚିତ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.