ETV Bharat / sukhibhava

Strawberry Benefits: ଖାଦ୍ୟରେ ସାମିଲ କରନ୍ତୁ ଷ୍ଟ୍ରବେରୀ, ହୃଦୟ ସ୍ବାସ୍ଥ୍ୟରେ ଆଣିବ ଉନ୍ନତି

author img

By

Published : Feb 15, 2023, 4:47 PM IST

ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଷ୍ଟ୍ରବେରି ସହାୟକ ହୋଇପାରେ । ଖାଦ୍ୟରେ ଷ୍ଟ୍ରବେରିକୁ ଅନେକ ଉପାୟରେ ଅନ୍ତର୍ଭୁକ୍ତ କରିପାରିବେ । କିପରି ଷ୍ଟ୍ରବେରିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବେ, ଜାଣନ୍ତୁ

Strawberry
EtvStrawberry

ହାଇଦ୍ରାବଦ: ବିଶ୍ବର ଲକ୍ଷ ଲକ୍ଷ ଲୋକ ହୃଦୟ ସହ ଜଡିତ ବିଭିନ୍ନ ରୋଗରେ ପୀଡିତ । ଏହା ମୁଖ୍ୟ କାରଣ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଧୂମପାନ । ଏହି ସବୁ କାରଣ ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ହୃଦୟ ସ୍ବାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ । ଯଦି ଆମେ ଆମର ଓଜନର ଯତ୍ନ ନେଉ ଏବଂ ଏକ ସନ୍ତୁଳିତ ଖାଦ୍ୟ ଖାଉ, ତେବେ ହୃଦୟ ସହିତ ଜଡିତ ସମସ୍ୟାଗୁଡିକ ବହୁ ପରିମାଣରେ ହ୍ରାସ ହୋଇପାରେ । କାରଣ ମେଦବହୁଳତା ଏକ ରୋଗ ନହେଲେ ମଧ୍ୟ ନାନା ରୋଗର କାରଣ ପାଲଟେ ।

Strawberry  milkshake
Strawberry milkshake

ତେଣୁ ସର୍ବଦା ସୁସ୍ଥକର ଖାଦ୍ୟ ଖାଇବା ଉଚିତ୍ । ଫାଇବର ଗ୍ରହଣ ଏବଂ ହୃଦ୍‌ରୋଗରେ ଉନ୍ନତି ଆଣିବାରେ ଫଳ ଏବଂ ପନିପରିବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ସବୁ ଫଳ ଗୁଡିକ ମଧ୍ୟରୁ ଷ୍ଟ୍ରବେରି ଅନ୍ୟତମ । ଅନୁସନ୍ଧାନରୁ ଜଣାପଡିଛି ଯେ, ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଷ୍ଟ୍ରବେରି ସହାୟକ ହୋଇପାରେ । ଖାଦ୍ୟରେ ଷ୍ଟ୍ରବେରିକୁ ଅନେକ ଉପାୟରେ ଅନ୍ତର୍ଭୁକ୍ତ କରିପାରିବେ । ତେବେ କିପରି ଷ୍ଟ୍ରବେରିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବେ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତ:-Breakup Effects Heart: କାହିଁକି ବ୍ରେକ୍‌-ଅପ୍ ପରେ ହୃଦୟ ଉପରେ ପ୍ରଭାବ ପଡେ, ଜାଣନ୍ତୁ

Strawberry  Juice
Strawberry Juice

ଷ୍ଟ୍ରବେରିକୁ ସାଲାଡର ଏକ ଅଂଶ କରନ୍ତୁ: ଷ୍ଟ୍ରବେରିକୁ ସାଲାଡର ଏକ ଅଂଶ କରିପାରିବେ । ବାକି ପନିପରିବା ସହିତ ଏହାକୁ ସାଲାଡ ଭାବରେ ଭୋଜନ ସହିତ ପରିବେଷଣ କରନ୍ତୁ ।

ଷ୍ଟ୍ରବେରି ଜୁସ୍‌ କରିପାରିବେ: ଷ୍ଟ୍ରେବେରି ଜୁସ୍ ପ୍ରସ୍ତୁତ କରିବା ସହ ଯଦି ଚାହାଁନ୍ତି,ଏହାକୁ ଅନ୍ୟ ଫଳ ସହିତ ମଧ୍ୟ ମିଶାଇ ଜୁସ୍ କରିପାରିବେ । ଏହାକୁ ଆପଲ୍, କଦଳୀ କିମ୍ବା ପସନ୍ଦର କୌଣସି ଫଳ ସହିତ ମିଶାଇ ପାରିବେ ।

ଏହା ମଧ୍ୟ ପଢନ୍ତ:-Egg For Health: କେଉଁ ରୋଗୀ ଅଣ୍ଡା ଖାଇବା ଉଚିତ୍ ଓ ଅନୁଚିତ୍, ଜାଣନ୍ତୁ

ଏହାକୁ ସ୍ମୁଦିରେ ମିଶାନ୍ତୁ: ଯଦି ଜୁସ୍ ପିଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଷ୍ଟ୍ରବେରି ବ୍ୟବହାର କରି ମିଲ୍କସେକ୍ କିମ୍ବା ସ୍ମୁଦି ମଧ୍ୟ କରିପାରିବେ । ଏହାକୁ ଗାଜର ସହିତ ମିଶାଇ ଏକ ସୁସ୍ଥ ସ୍ମୁତି ତିଆରି କରିପାରିବେ ।

ଷ୍ଟ୍ରବେରୀ ସାଣ୍ଡୱିଚ୍ ପ୍ରସ୍ତୁତ କରନ୍ତୁ: ଷ୍ଟ୍ରବେରି ସାହାଯ୍ୟରେ ଏକ ସୁସ୍ୱାଦୁ ସାଣ୍ଡୱିଚ୍ ମଧ୍ୟ ପ୍ରସ୍ତୁତ କରିପାରିବେ । ଏହା ସ୍ବାଦ ବୃଦ୍ଧି କରିବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭପ୍ରଦ ହେବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.