ETV Bharat / sukhibhava

ମୁହଁରେ ଦାଗ ଅଛି କି ? ଖାଆନ୍ତୁ ଏହି ପନିପରିବା, ସ୍କିନ୍‌ ଗ୍ଲୋ' କରିବା ସହ ହଟିବ ଦାଗ - ବିଟ୍ ରୁଟ୍

ଗ୍ଲୋଇଂ ସ୍କିନ ପାଇଁ ସ୍କିନ୍‌କୁ ଉତ୍ତମ ପୋଷଣର ଆବଶ୍ୟକତା ଥାଏ । ଏଥିପାଇଁ ଅନେକ ପନିପରିବା ଖାଇବା ଆବଶ୍ୟକ । ଯାହା ପୋଷଣ ଯୋଗାଇବା ସହ ସ୍କିନ୍‌କୁ ଗ୍ଲୋ କରିବ। କେଉଁ କେଉଁ ପନିପରିବା ନିଜ ଖାଦ୍ୟରେ ସାମିଲ କରିବେ ଜାଣନ୍ତୁ

ମୁହଁରେ ଦାଗ ଅଛି କି? ଖାଆନ୍ତୁ ଏହି ପନିପରିବା, ସ୍କିନ ଗ୍ଲୋ ସହ ଦେଖାଯିବନି ଦାଗ

author img

By ETV Bharat Odisha Team

Published : Aug 31, 2023, 4:25 PM IST

ହାଇଦ୍ରାବାଦ: ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଏବଂ ଗ୍ଲୋଇଂ ସ୍କିନ୍ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟସ ଯଥା କ୍ରିମ, ପାଉଡର ଏପରି ଅନେକ କିଛି ଜିନିଷ ବ୍ୟବାହର କରନ୍ତି । ହେଲେ ଏହା ଦ୍ବାରା କିଛି ଫଳପ୍ରଦ ହୁଏ ନାହିଁ କାରଣ ଚର୍ମ ଉପରେ ଏଗୁଡିକର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହେ ନାହିଁ। ଏପରିକି ଅନେକ କ୍ଷେତ୍ରରେ ଏଗୁଡିକର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ପ୍ରଦୂଷଣ, ପାଣି ଯୋଗୁଁ କେବଳ ଯେ ଚର୍ମରେ ସମସ୍ୟା ଦେଖାଯାଏ ତାହା ନୁହେଁ ବରଂ ଆପଣ ଖାଉଥିବା ଖାଦ୍ୟରୁ ମଧ୍ୟ ଚର୍ମ ଉପରେ ପ୍ରଭାବ ପଡିଥାଏ । ଏପରି ସ୍ଥିତିରେ ଖାଦ୍ୟରେ ଭରପୁର ପନିପରିବା ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଯାହା ଚର୍ମକୁ ଗ୍ଲୋ' କରାଇଥାଏ ଏବଂ କୌଣସି ଦାଗ ହେବାକୁ ଦିଏ ନାହିଁ ।

ଡାଏଟ୍‌ରେ ଏଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ ଯେଉଁଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌ ଭରପୁର ମାତ୍ରାରେ ରହିଥିବ । ଏହା ତ୍ୱଚାକୁ ସୁନ୍ଦର କରିଥାଏ ଏବଂ ଶରୀରକୁ ବି ସୁସ୍ଥ ରଖେ । କେଉଁ ପନିପରିବା ଖାଇବା ଆବଶ୍ୟକ ? ଜାଣନ୍ତୁ...

କାକୁଡି

କାକୁଡିରେ ପ୍ରଚୁର ମାତ୍ରାରେ ପାଣି ରହିଛି । ଏହା ଚର୍ମକୁ ହାଇଡ୍ରେଟ୍ ରଖେ । ଏହାର ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଅଛି । ଏହାକୁ ଖାଇବା ଦ୍ବାରା ତ୍ୱଚାକୁ ଆରାମ ମିଳିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । କାକୁଡିକୁ ବ୍ୟୁଟି ପ୍ରଡକ୍ଟସ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଆଖିରେ କାକୁଡ଼ି ଖଣ୍ଡ ମଧ୍ୟ ରଖିପାରିବେ । ଫଳରେ ଏହା ଆଖିକୁ ଆରାମ ଦେବା ସହ ସ୍କିନ୍‌କୁ ସତେଜ ରଖିବା ସହ ଗ୍ଲୋ' କରାଇଥାଏ ।

ପାଳଙ୍ଗ

ପାଳଙ୍ଗରେ ଭିଟାମିନ୍ C, ଆଇରନ୍ ଏବଂ ଭିଟାମିନ୍ E ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ବିଟା କାରୋଟିନ୍ ବି ଥାଏ। ଏହାକୁ ଖାଇବା ଦ୍ୱାରା ଚର୍ମକୁ କ୍ଷତିକାରକ UV(ଅଲଟ୍ରା ଭାଓଲେଟ) କିରଣ ଏବଂ ପ୍ରଦୂଷଣରୁ ରକ୍ଷା କରିଥାଏ । ଏହି ପରିବା ଚର୍ମକୁ ମଧ୍ୟ ସୁସ୍ଥ ରଖିଥାଏ ।

ଟମାଟୋ

ଟମାଟୋ ଲାଇକୋପିନର ଏକ ଉତ୍ତମ ଉତ୍ସ । ଏଥିରେ ଥିବା ଆଣ୍ଟି-ଏଜିଙ୍ଗ୍ ଗୁଣ ଚର୍ମକୁ ମୁକ୍ତ ମୌଳିକ କ୍ଷତି ଏବଂ କ୍ଷତିକାରକ UV କିରଣରୁ ରକ୍ଷା କରିଥାଏ । ଟମାଟୋ ଚର୍ମ କୁଞ୍ଚନକୁ ମଧ୍ୟ ରୋକିଥାଏ । ଟମାଟୋରେ ଦହି ମିଶାଇ ପେଷ୍ଟ ତିଆରି କରି ମଧ୍ୟ ଚେହେରାରେ ଲଗାଇପାରିବେ । ଏହି ପ୍ୟାକ୍ ଲଗାଇବା ଦ୍ବାରା ଚେହେରା ଗ୍ଲୋ' କରିଥାଏ ।

ବିଟ୍ ରୁଟ୍

ବିଟ୍ ରୁଟ୍ ଭିଟାମିନ୍ C ଏବଂ A ର ଏକ ଭଲ ଉତ୍ସ । ବିଟ୍ରୁଟ୍ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଚର୍ମକୁ ଡିଟକ୍ସାଇଫ କରିଥାଏ। ବିଟ୍ରୁଟ୍ ତ୍ୱଚାକୁ ସୁସ୍ଥ ରଖିବା ସହ ଚମକାଇଥାଏ । ବିଟ୍ ରୁଟ୍ ସାଲାଡ କିମ୍ବା ଜୁସ୍‌ ମଧ୍ୟ ପିଇପାରିବେ । ଏହାକୁ ଏକ ପ୍ୟାକ୍ ତିଆରି କରି ଚେହେରାରେ ମଧ୍ୟ ବ୍ୟବହାର କରିପାରିବେ।

ଏହା ମଧ୍ୟ ପଢନ୍ତୁ: ପ୍ରଚଣ୍ଡ ଖରାରେ ହୋଇପାରେ ଚର୍ମ ସମସ୍ୟା, ଆପଣାନ୍ତୁ ଏହି ଉପଚାର

କ୍ୟାପ୍ସିକମ୍

କ୍ୟାପ୍‌ସିକମ୍‌ରେ ଭିଟାମିନ୍ C ପରିମାଣ ଅଧିକ ରହିଥାଏ । କ୍ୟାପ୍‌ସିକମ୍‌ରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ରହିଛି । ଏହା ଚର୍ମକୁ ଗ୍ଲୋ' କରିବା ସହ ୟଙ୍ଗ୍‌ ରଖିଥାଏ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟ ଦ୍ବାରା ଆଧାରିତ ଖବର।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.