ନ୍ୟୁୟର୍କ: ମାତ୍ରାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଥିବା ଯୁବପିଢିଙ୍କ ଠାରେ 6 ମାସ ମଧ୍ୟରେ ଉଦାସୀନତା ବା ଡିପ୍ରେସନ ବୃଦ୍ଧି ହେବାର ସମ୍ଭାବନା ଅଧିକ(Social media use linked to developing depression) । ଜର୍ଣ୍ଣାଲ୍ ଅଫ୍ ଆଫେକ୍ଟିଭ୍ ଡିସଅର୍ଡର୍ସ ରିପୋର୍ଟରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଶାନ୍ତ, ଦୟାଳୁ, ବୁଝାମଣା ଶକ୍ତି ଥିବା ବ୍ୟକ୍ତି ଏହିପରି ଗୁଣ ନଥିବା ବ୍ୟକ୍ତି, ଯେଉଁମାନେ ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ସେମାନଙ୍କ ତୁଳନାରେ 49 ପ୍ରତିଶତ କମ୍ ଅବସାଦଗ୍ରସ୍ତ ହେବାର ସମ୍ଭାବନା ରହିଛି ।
ଆଲବମା ବିଶ୍ୱବିଦ୍ୟାଳୟର ଶିକ୍ଷା ମହାବିଦ୍ୟାଳୟ(College of Education at the University of Alabama)ର ସହକାରୀ ପ୍ରଫେସର ଚୁନହୁଆ କାଓଙ୍କ ସମେତ ଲେଖକମାନେ କହିଛନ୍ତି ଯେ, ପୂର୍ବ ଅନୁସନ୍ଧାନ ଉଦାସୀନତାର ବିକାଶର ଅନେକ କାରଣ ସହ ଜଡିତ ଥିଲା । "ତଥାପି, ଲିଟେରଚର ଅଧ୍ୟୟନରେ ଅଭାବ ରହିଛି, ଯାହା ବିଭିନ୍ନ ବ୍ୟକ୍ତିତ୍ବ, ଚରିତ୍ର ସୋସିଆଲ ମିଡିଆ ବ୍ୟବହାର ଏବଂ ଉଦାସୀନତା ସହ ଜଡିତ ।
ଏହି ନୂତନ ଅଧ୍ୟୟନ ସୋସିଆଲ ମିଡିଆର ମାତ୍ରାଧିକ ବ୍ୟବହାର କିପରି ଉଦାସୀନତା ସହ ଜଡିତ ସେ ବାବଦରେ ଅନୁସନ୍ଧାନ କରିଛି । ଅନୁସନ୍ଧାନକାରୀ ଟିମ୍ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଯେ ଉଚ୍ଚ Neuroticism ଅର୍ଥାତ୍ ରାଗୀ, ଜିଦ୍ଖୋର ଏବଂ ଚିଡ୍ଚିଡା ସ୍ବଭାବର ବ୍ୟକ୍ତି, ଯେଉଁମାନେ ଏପରି ଗୁଣ ନଥିବା ବ୍ୟକ୍ତିଙ୍କ ତୁଳନାରେ ଦିନକୁ 300 ମିନିଟ୍ ଅଧିକ ସୋସିଆଲ ମିଡିଆ ବ୍ୟବହାର କରନ୍ତି ସେମାନେ ଦୁଇଗୁଣା ଡିପ୍ରେସନର ହେବାର ସମ୍ଭାବନା ରହିଛି ।
ଅଧ୍ୟୟନ ପାଇଁ, ଏହି ଟିମ୍ 18 ରୁ 30 ବର୍ଷ ବୟସର 1000ରୁ ଅଧିକ ଆମେରିକୀୟଙ୍କ ନମୁନାକୁ ନେଇ ପରୀକ୍ଷଣ କରିଥିଲେ । ରୋଗୀ ସ୍ୱାସ୍ଥ୍ୟ ପ୍ରଶ୍ନପତ୍ର(Patient Health Questionnaire) ବ୍ୟବହାର କରି ଡିପ୍ରେସନ୍ ମାପ କରାଯାଇଥିଲା । ସେମାନଙ୍କୁ, ଲୋକପ୍ରିୟ ସୋସିଆଲ ମିଡିଆ କେତେ ସମୟ ବ୍ୟବହାର କରୁଛନ୍ତି ସେ ବାବଦରେ ପ୍ରଶ୍ନ କରାଯାଇଥିଲା ।
ଅନୁସନ୍ଧାନକାରୀ ମତ ଦିଅନ୍ତି ଯେ, ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର ନିଜ ସହ ଅନ୍ୟମାନଙ୍କ ପ୍ରତି ନକରାତ୍ମକ ଭାବନା ସୃଷ୍ଟି କରେ, ଯାହା ଧିରେ ଧିରେ ଉଦାସୀନତା ଦିଗକୁ ଟାଣିନିଏ । ଶେଷରେ, ଅଧିକ ସୋସିଆଲ ମିଡିଆରେ ଜଡିତ ହେବା ବ୍ୟକ୍ତିଗତ ପାରସ୍ପରିକ କାର୍ଯ୍ୟକଳାପ ଏବଂ ଘର ବାହାରେ କାର୍ଯ୍ୟକଳାପ ପାଇଁ ଇଚ୍ଛାଶକ୍ତିକୁ ହ୍ରାସ କରେ ।