ETV Bharat / sukhibhava

ସତର୍କ କରାଇଲେ ବିଶେଷଜ୍ଞ ! ଧୂମପାନ କାରଣରୁ ହୋଇପାରନ୍ତି ଦୃଷ୍ଟିହୀନ

author img

By

Published : Oct 22, 2022, 1:56 PM IST

ଅଧିକ ଧୂମପାନ କରୁଛନ୍ତି କି ? ହୋଇଯାଆନ୍ତୁ ସତର୍କ ! ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଧୂମପାନ କାରଣରୁ ଜଣେ ବ୍ୟକ୍ତି ଦୃଷ୍ଟିହୀନ ହୋଇଯାଇ ପାରନ୍ତି(Smoking can lead to permanent sight loss) ।

ସତର୍କ କରାଇଲେ ବିଶେଷଜ୍ଞ ! ଧୂମପାନ କାରଣରୁ ହୋଇପାରନ୍ତି ଦୃଷ୍ଟିହୀନ
ସତର୍କ କରାଇଲେ ବିଶେଷଜ୍ଞ ! ଧୂମପାନ କାରଣରୁ ହୋଇପାରନ୍ତି ଦୃଷ୍ଟିହୀନ

ହାଇଦ୍ରାବାଦ: ଧୂମପାନ ସ୍ୱାସ୍ଥ୍ୟ ପ୍ରତି କେତେ କ୍ଷତିକାରକ, ତାହା ସମସ୍ତଙ୍କୁ ଜଣା । ଏହି କାରଣରୁ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏପରିକି ଅଧିକାଂଶ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ । ହେଲେ ନିକଟରେ ଏକ ଅନୁସନ୍ଧାନରୁ, ଧୂମପାନ ଶରୀରରେ ଆଉ ଏକ ଜଟିଳ ସମସ୍ୟା ସୃଷ୍ଟି କରିଥାଏ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଧୂମପାନ କାରଣରୁ ଜଣେ ବ୍ୟକ୍ତି ମଧ୍ୟ ସବୁଦିନ ପାଇଁ ଦୃଷ୍ଟିହୀନ ହୋଇଯାଇପାରନ୍ତି(Smoking can lead to permanent sight loss) ।

ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଧୂମପାନକାରୀମାନେ ସେମାନଙ୍କ ଅଭ୍ୟାସ ଯୋଗୁଁ ବୟସର ସାଢେ 5 ବର୍ଷ ପୂର୍ବରୁ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ(macular degeneration) ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ମାକ୍ୟୁଲାର ଡିଜେନେରେସନ ହେଉଛି ଏକ ସାଧାରଣ ଆଖି ସମସ୍ୟା, ଯାହା 50 ବର୍ଷ ବୟସ ପରେ ଦେଖାଯାଇଥାଏ । ମାତ୍ର ଅନୁସନ୍ଧାନ କହୁଛି ଯେ, ଯଦି ଆପଣ ନିୟମିତ ଧୂମପାନ ଅଭ୍ୟାସ କରନ୍ତି ତେବେ ସାଢେ 5 ବର୍ଷ ପୂର୍ବରୁ ଅର୍ଥାତ୍ 45 ବର୍ଷ ପୂର୍ବରୁ ଆପଣଙ୍କ ଠାରେ ଏହି ସମସ୍ୟା ସୃଷ୍ଟି ହୋଇପାରେ ।

ଏହି ଅଧ୍ୟୟନକୁ WHO(ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ), ନ୍ୟୁକାଷ୍ଟେଲ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ଦ ପ୍ରିଭେନସ୍ନ୍ ଅଫ୍ ବ୍ଲାଇଣ୍ଡନେସ୍ (IAPB)ର ଏକ ଟିମ୍‌ର ନେତୃତ୍ବରେ କରାଯାଇଛି । ଏଥିରୁ ଜଣାପଡିଛି ଯେ, ଧୂମପାନ କାରଣରୁ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ୍ ହେବାର ଆଶଙ୍କା ବଢାଇବା ସହିତ, ତମାଖୁ ସେବନ ଦ୍ୱାରା ମୋତିଆବିନ୍ଦୁ ହେବାର ଆଶଙ୍କା ମଧ୍ୟ ବଢିପାରେ । ଏଥିପାଇଁ ଅସ୍ତ୍ରୋପଚାର ଚିକିତ୍ସା କରିବା ମଧ୍ୟ କଷ୍ଟକର ।

WHO ଏକ ବିବୃତ୍ତିରେ କହିଛି, ବିଶ୍ବସ୍ତରରେ ପ୍ରାୟ 94 ନିୟୁତ ଲୋକଙ୍କର ମଧ୍ୟମ କିମ୍ବା ଘୋର ଦୂରତା ଦୃଷ୍ଟି ଶକ୍ତି ଦୁର୍ବଳତା କିମ୍ବା ଦୃଷ୍ଟିହୀନ ମୋତିଆବିନ୍ଦୁ କାରଣରୁ ଆଖି ସମସ୍ୟା ରହିଛି ।

ଧୂମପାନ କିପରି ଦୃଷ୍ଟି ଶକ୍ତି ହରାଇଥାଏ ?

ଏଥିରୁ ନିର୍ଗତ ହେଉଥିବା ରାସାୟନିକ ପଦାର୍ଥ ଏବଂ ବିଷାକ୍ତ ପଦାର୍ଥ କୌଣସି ପ୍ରକାରର କ୍ଷତି ଘଟାଇପାରେ । ଧୂମପାନ ଶରୀରର ଚାରିଆଡକୁ ଧୂଆଁ ନିକ୍ଷେପ କରିଥାଏ, ଏହାର ଅର୍ଥ ଏହା ଖୋଲା ଆଖି ଏବଂ ତଳେ ଥିବା ଟିସୁରେ ମଧ୍ୟ ପହଞ୍ଚିପାରେ ।

RNIB(ରୟାଲ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ଲାଇଣ୍ଡ ପିପୁଲ୍) କହିବା ଅନୁଯାୟୀ, "ଧୂମପାନ କରିବା ଦ୍ୱାରା ଆଖିର ଟିସୁରେ କ୍ଷତି ପହଞ୍ଚିଥାଏ । ବିଶେଷ କରି ବୟସ ସମ୍ବନ୍ଧୀୟ ମାକ୍ୟୁଲାର ଡିଜେରେନ୍ସ (age-related macular degeneration, AMD) ଏବଂ ମୋତିଆବିନ୍ଦୁ ବିକାଶରେ ଧୂମପାନର କ୍ଷତିକାରକ ପ୍ରଭାବ ଅନୁସନ୍ଧାନକୁ ନିଶ୍ଚିତ କରିଛି ।"

IAPBର ମୁଖ୍ୟ ଜୁଡେ ଷ୍ଟର୍ନ କହିଛନ୍ତି, "ଧୂମପାନ କରିବା ଦ୍ବାରା ଆଖିର ଗମ୍ଭୀର ଅବସ୍ଥା ଏବଂ ସ୍ଥାୟୀ ଦୃଷ୍ଟି ଶକ୍ତି ନଷ୍ଟ ହେବାର ଆଶଙ୍କା ବଢିଥାଏ । ଧୂମପାନ ତ୍ୟାଗ କରିବା ଏବଂ ନିୟମିତ ଚକ୍ଷୁ ପରୀକ୍ଷା କରିବା ଦ୍ୱାରା ଆଖିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ଦୃଷ୍ଟି ଶକ୍ତି ହ୍ରାସ ସମସ୍ୟାକୁ ଦୃର କରାଯାଇ ପାରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.