ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, ରାତିରେ ବିଳମ୍ବରେ ଶୋଉଥିଲେ କମିବ ଆୟୁଷ - ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସ ଅଛି

ଯେଉଁମାନଙ୍କର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସ ଅଛି, ସେମାନେ ବର୍ତ୍ତମାନ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଉଚିତ । କାରଣ ଏହାଦ୍ବାରା ଆୟୁଷ କମିପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ଅଧିକ ପଢନ୍ତୁ

sleeping late night may cause early death

author img

By

Published : Jun 20, 2023, 10:27 AM IST

ହାଇଦ୍ରାବାଦ: ବିଳମ୍ବିତ ରାତି ଯାଏଁ ଜାଗ୍ରତ ରହିବାର ଅଭ୍ୟାସ ଅଛି କି? ରାତିରେ ଶୋଇବାରେ ଅସୁବିଧା ଅଛି କି? ସାରା ରାତି ଫୋନରେ କିମ୍ବା ଟିଭି ଦେଖିବାରେ ଅସୁବିଧା ଅଛି କି ? ଯଦି ଆପଣଙ୍କର ଉତ୍ତର ହଁ, ତେବେ ହୋଇପାରେ ଅସୁବିଧା । କାରଣ ରାତିରେ ଜାଗ୍ରତ ଥିବା ଲୋକଙ୍କ ଉପରେ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି । ଅନେକ ଅଧ୍ୟୟନରେ ଦାବି କରାଯାଇଛି ଯେ ରାତିରେ ବିଳମ୍ବରେ ଶୋଇବା ରୋଗକୁ ଡାକି ଆଣିବାର କାରଣ ହୋଇପାରେ ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନଙ୍କର ରାତିରେ ଜାଗ୍ରତ ହେବାର ଅଭ୍ୟାସ ଥାଏ, ସେମାନେ ଅଳ୍ପ ବୟସରେ ହିଁ ମୃତ୍ୟୁବରଣ କରିବାର ଆଶଙ୍କା ରହିଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ହୋଇ ରହିଲେ ଆୟୁଷ କମିଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇନଥାନ୍ତି ସେମାନେ ଅଧିକ ମଦ୍ୟପାନ ସହ ଧୂମ୍ରପାନ କରି ଥାଆନ୍ତି । ଯାହାକି ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ ।

ତଥ୍ୟରୁ ଖୋଲିଲା ମୃତ୍ୟୁ ରହସ୍ୟ: ପ୍ରାୟ 23,000 ଯାଆଁଳାଙ୍କ ତଥ୍ୟ ଦେଖିବା ପରେ ଅନୁସନ୍ଧାନକାରୀମାନେ ଏହା କହିଛନ୍ତି । ଏହି ସମସ୍ତ ଯାଆଁଳା 1981ରୁ 2018 ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ଟ୍ୱିନ୍ କୋହର୍ଟ ଅଧ୍ୟୟନରେ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ 8,728 ଜଣଙ୍କର ମୃତ୍ୟୁ ଘଟିଛି । ଯେତେବେଳେ ମୃତ୍ୟୁ ତଥ୍ୟ ବିଶ୍ଳେଷଣ କରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଲା। ଏହା ଦେଖାଗଲା ଯେ ଯେଉଁମାନେ ସକାଳୁ ଶୀଘ୍ର ଉଠନ୍ତି ସେମାନଙ୍କ ତୁଳନାରେ ରାତିରେ ବିଳମ୍ବରେ ଶୋଉଥିବା ଲୋକଙ୍କ ମୃତ୍ୟୁ ସଂଖ୍ୟା 9 ପ୍ରତିଶତ ଅଧିକ ଅଟେ ।

ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ କୁହାଯାଇଛି ଯେ, ଯେଉଁ ଲୋକମାନେ ରାତିରେ ଜାଗ୍ରତ ରୁହନ୍ତି କିନ୍ତୁ ଡ୍ରଗ୍ସ ସେବନ କରନ୍ତି ନାହିଁ, ସେମାନଙ୍କ ପ୍ରତି ଶୀଘ୍ର ମୃତ୍ୟୁ ବିପଦ ନାହିଁ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହି ମଦ୍ୟପାନ କରୁଥିବା ଲୋକଙ୍କ ମୃତ୍ୟୁର କାରଣ ହେଉଛି ମଦ୍ୟପାନ ।

ଏହା ମଧ୍ୟ ପଢନ୍ତୁ: World Refugee Day: ଆଜି ବିଶ୍ୱ ଶରଣାର୍ଥୀ ଦିବସ, ହିଂସା କମିଲେ କମିବ ଶରଣାର୍ଥୀ ସଂଖ୍ୟା

ଫିନଲ୍ୟାଣ୍ଡର ଇନଷ୍ଟିଚ୍ୟୁଟ୍ ଅଫ୍ ଅକ୍ୟୁପେସନାଲ ହେଲ୍ଥ ଫିନଲ୍ୟାଣ୍ଡର ରାଜଧାନୀ ହେଲସିଙ୍କିରେ ଅବସ୍ଥିତ । ଏଠାରୁ କ୍ରିଷ୍ଟର ହବଲିନ୍ ଏହି ଅଧ୍ୟୟନ ଲେଖିଛନ୍ତି । ସେ ଏକ ବିବୃତ୍ତିରେ କହିଛନ୍ତି ଯେ ରାତି ପର୍ଯ୍ୟନ୍ତ ଜାଗ୍ରତ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଆଶଙ୍କା ମୁଖ୍ୟତଃ ବହୁ ପରିମାଣର ତମାଖୁ ଏବଂ ମଦ୍ୟପାନ କରିବା ଦ୍ବାରା ବଢିଥାଏ । ଏହି ଅଧ୍ୟୟନ 'କ୍ରୋନୋବିଓଲୋଜି ଇଣ୍ଟରନ୍ୟାସନାଲ୍: ଅର୍ଗାନିକ ଆଣ୍ଡ୍‌ ମେଡିକାଲ୍ ରିମ୍ ରିସର୍ଚ୍ଚ ଜର୍ଣ୍ଣାଲ୍'ରେ ପ୍ରକାଶିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.