ETV Bharat / sukhibhava

Sleeping Disorders: ରାତିରେ ନିଦ ହେଉନଥିଲେ କଣ କରିବେ କଣ ନକରିବେ - କାହିଁକି ନିଦ ହୁଏନି

ରିପୋର୍ଟ ଅନୁସାରେ କୋଭିଡ ମହାମାରୀ ପରେ ଅଧିକାଂଶ ଲୋକେ ନିଦ୍ରାଜନିତ ସମସ୍ୟା(Sleeping disorders) ଭୋଗୁଛନ୍ତି । ଫଳରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । କିପରି ଏହି ସମସ୍ୟାକୁ ପ୍ରତିହତ କରିବେ ଜାଣନ୍ତୁ...

Sleeping Disorders
Sleeping Disorders
author img

By

Published : Dec 29, 2022, 6:09 PM IST

ହାଇଦ୍ରାବାଦ: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଯେପରି ଆବଶ୍ୟକ ସେହିପରି ଭଲ ନିଦ ମଧ୍ଯ ଲୋଡା । ଯେତେ ସ୍ବାସ୍ଥ୍ଯକର ଖାଦ୍ୟ ଖାଇଲେ ମଧ୍ୟ ଯଦି ସଠିକ୍ ନିଦ ନହୁଏ ତେବେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିବା ସ୍ବାଭାବିକ । ବର୍ତ୍ତମାନ ସମୟରେ ନିଦ୍ରାଜନିତ ସମସ୍ୟା(Sleeping disorders) ଅଧିକ ଦେଖା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି । ତେବେ କିପରି ଏହି ସମସ୍ୟାରୁ ରକ୍ଷା ପାଇବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

  1. ନିଦ୍ରାର ଅଭାବରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସକାଳେ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ । ଏହି କାରଣରୁ, ଶରୀରରେ ଏକ ଭିନ୍ନ ପ୍ରକାରର ଶକ୍ତି ସୃଷ୍ଟି ହୋଇଥାଏ ଏବଂ ମସ୍ତିଷ୍କରେ ସେରୋଟୋନିନ୍ ସ୍ତର ସଂଶୋଧିତ ହୁଏ । ସୂର୍ଯ୍ୟକିରଣରେ ଥିବା ଭିଟାମିନ D ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ।
  2. ଆମେ ସମସ୍ତେ ଜାଣୁ ଯେ, ଘିଅ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଆପଣ ଜାଣନ୍ତି କି ରାତିରେ ଗରମ ଘିଅ ସହିତ ପାଦ ମାଲିସ୍ କରିବା ଦ୍ୱାରା ଭଲ ନିଦ ଆସିଥାଏ । ଆଜ୍ଞା ହଁ ଗରମ ଘିଅକୁ ପାଦରେ ମାଲିସ କରିବା ଦ୍ବାରା ଭଲ ନିଦ ଆସିଥାଏ ।
  3. ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏହା ନିଦ୍ରାହୀନତାର ସମସ୍ୟାକୁ ଦୂର କରିଥାଏ ।
  4. ପ୍ରତିଦିନ ସକାଳେ ଉଠିବା ପରେ 4ରୁ 5ଟି ବାଦାମ ଖାଆନ୍ତୁ । ଏହି କାରଣରୁ, ଶରୀରରେ ଜିଙ୍କ୍, ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ଅଭାବ ପୂରଣ ହୁଏ, ଯଦି ସମ୍ଭବ ହୁଏ, ପ୍ରତିଦିନ ସନ୍ଧ୍ୟାରେ ଏକ କନ୍ଦ ଆଳୁ ଖାଆନ୍ତୁ କାରଣ ଏହା ଶରୀରରେ ମେଲାଟୋନିନ୍ ସ୍ତରକୁ ଠିକ୍ ରଖେ ।
  5. ଭିଟାମିନ ସି ରେ ଭରପୁର କିୱି ଫଳ ଅଧିକ ପୋଷକ ଯୋଗାଇଥାଏ । ଏହି ଫଳରେ ବି ମେଲାଟୋନିନ, ଫୋଲେଟ୍‌, ମ୍ୟାଗ୍ନେସିୟମ ଆଦି ରହିଥାଏ, ଯାହା କି ନିଦ୍ରା ବର୍ଦ୍ଧକ ଉପାଦାନ ଭାବେ ଜଣାଶୁଣା ।

ଏହି କାର୍ଯ୍ୟଠୁ ଦୂରେଇ ରହନ୍ତୁ...

  • ଉଚ୍ଚ ଚର୍ବିଯୁକ୍ତ ଓ ମସାଲା ଖାଦ୍ୟ ଖାଆନ୍ତୁ ନାହିଁ
  • ଶୀଘ୍ର ହଜମ ହୋଇ ପାରୁ ନଥିବା ଖାଦ୍ୟ ଖାଆନ୍ତୁ ନାହିଁ
  • କଫି, ଏନର୍ଜି ଡ୍ରିଙ୍କ ଓ ମଦ ପିଅନ୍ତୁ ନାହିଁ
  • ଡାର୍କ ଚକୋଲେଟ୍ ଖାଆନ୍ତୁ ନାହିଁ
  • ଦିନରେ ଶୁଅନ୍ତୁ ନାହିଁ
  • ଦିନବେଳେ ନିଜକୁ ଶାରୀରିକ ଭାବେ ଫିଟ୍ ରଖନ୍ତୁ । ଯୋଗଧ୍ୟାନ କରି ଅବସାଦ ଦୂର କରନ୍ତୁ । ପ୍ରାଣାୟମ ବି କରନ୍ତୁ ।
  • ବେଡରୁମକୁ ପରିଷ୍କାର ରଖନ୍ତୁ । ବେଡରୁମକୁ ଅନ୍ଧାରୁଆ ଓ ଥଣ୍ଡା ରଖନ୍ତୁ ।

Disclaimer: ଏସବୁ ଉପଚାର ସାଧାରଣ ଚିକିତ୍ସା ନିମନ୍ତେ । ଯଦି ଆପଣଙ୍କ କ୍ଷେତ୍ରରେ ଜଟିଳ ନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.