ETV Bharat / sukhibhava

Sleep and Fertility: ନିଦ୍ରାହୀନତା କରିପାରେ ପିତା-ମାତା ହେବାରୁ ବଞ୍ଚିତ ! - ପ୍ରଜନନ ସ୍ବାସ୍ଥ୍ୟ ଓ ନିଦ ଉପରେ ଅନୁସନ୍ଧାନ

ଏକ ନୂତନ ଅନୁସନ୍ଧାନ ଅନୁସାରେ କମ୍ ଶୋଇଲେ ପ୍ରଜନନ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ । ନିଦ୍ରାହୀନତା ମହିଳାମାନଙ୍କଠାରେ ଡିମ୍ବାଣୁ ଏବଂ ପୁରୁଷମାନଙ୍କ ଶୁକ୍ରାଣୁ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 4, 2023, 4:30 PM IST

ହାଇଦ୍ରାବାଦ: ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ବୁଝାଇଥାନ୍ତି । ପୁଷ୍ଟିକର ଖାଦ୍ୟ ଏବଂ ବ୍ୟାୟାମ ପରି ଶୋଇବା ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ । ନିଦ୍ରାର ଅଭାବ ଅନେକ ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ରକ୍ତଚାପ, ହୃଦ୍‌ରୋଗର ଆଶଙ୍କା ମଧ୍ୟ ବଢିପାରେ । ଏହିପରିପ୍ରେକ୍ଷୀରେ ନିଦ୍ରାହୀନତା ଆଉ ଏକ ଜଟିଳ ରୋଗ ସୃଷ୍ଟି କରିପାରେ ବୋଲି ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ ।

ଅନୁସନ୍ଧାନ ଅନୁସାରେ ନିଦ୍ରାର ଅଭାବ ଅର୍ଥାତ୍ କମ୍ ଶୋଇଲେ ପ୍ରଜନନ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି, ତେବେ ତାଙ୍କର ପ୍ରଜନନ ହରମନ୍ ପ୍ରଭାବିତ ହୋଇପାରେ । ନିଦ୍ରାର ଅଭାବ କାରଣରୁ ମହିଳାମାନଙ୍କଠାରେ ଡିମ୍ବାଣୁ ଏବଂ ପୁରୁଷମାନଙ୍କ ଶୁକ୍ରାଣୁ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ଅଧ୍ୟୟନ ଅନୁଯାୟୀ, ଯଦି ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି, ତେବେ ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍, ପ୍ରୋଲାକ୍ଟିନ୍ ଏବଂ ଲ୍ୟୁଟିନାଇଜିଂ ପରି ପ୍ରଜନନ ହରମନ୍ ଉପରେ ସିଧାସଳଖ କୁପ୍ରଭାବ ପଡିଥାଏ । ଏହି ସମସ୍ୟା ଧୀରେଧୀରେ ବନ୍ଧ୍ୟାକରଣ ସୃଷ୍ଟି କରିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ, ପୁରୁଷମାନଙ୍କଠାରେ ସୁସ୍ଥ ଶୁକ୍ରାଣୁ ଉତ୍ପାଦନରେ ଟେଷ୍ଟୋଷ୍ଟେରନ୍ ହରମନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ସଙ୍ଗୀତ ଶୁଣି ଔଷଧ ଖାଇଲେ ପଡିପାରେ ତୁରନ୍ତ ପ୍ରଭାବ

ଶୋଇବା ସମୟରେ ଏହି ହରମନ୍ ମୁକ୍ତ ହୋଇଥାଏ । ଯଦି ନିଦ୍ରାହୀନତା ହୁଏ ତେବେ ଏହି ହରମନ୍ କ୍ଷରଣ ପ୍ରଭାବିତ ହୁଏ । ଫଳରେ ପୁରୁଷଙ୍କ ପ୍ରଜନନ ସ୍ବାସ୍ଥ୍ୟ ମଧ୍ୟ ଦୁର୍ବଳ ହୋଇଯାଏ । ବୋଷ୍ଟନ୍ ୟୁନିଭରସିଟିର ଅନୁସନ୍ଧାନକାରୀ ଟିମ୍ ତଥା ଏପିଡେମୋଲୋଜି ପ୍ରଫେସର ଲୋରେନ୍ ୱାଇଜ୍‌ଙ୍କ ଅନୁଯାୟୀ, ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ଶୋଇଥାଆନ୍ତି ସେମାନଙ୍କର ଟେଷ୍ଟୋଷ୍ଟେରନ୍ ସ୍ତର ସଠିକ୍ ରହିଥାଏ ।

ବୋଷ୍ଟନ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ ଏହି ଅଧ୍ୟୟନ ପାଇଁ 790 ଦମ୍ପତିଙ୍କ ଉପରେ ଗବେଷଣା କରିଥିଲା । ଅନେକ ସ୍ତରରେ ଅନୁସନ୍ଧାନ ପରେ ଏହା ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ 6 ଘଣ୍ଟା ଶୋଇଥାନ୍ତି, ସେମାନଙ୍କର ଗର୍ଭଧାରଣ ସହିତ ଜଡିତ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଯେଉଁ ପୁରୁଷମାନେ ବହୁତ କମ୍ କିମ୍ବା ଅଧିକ ସମୟ ଶୋଇଥିଲେ ସେମାନଙ୍କର 42% ଅଧିକ ପ୍ରଜନନ ସମସ୍ୟା ଦେଖାଦେଇଥିଲେ ।

ପର୍ଯ୍ୟାପ୍ତ ନିଦ ପାଇବା ପାଇଁ କଣ କରିବେ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଭଲ ନିଦ ପାଇଁ

ପ୍ରତିଦିନ ବ୍ୟାୟାମ-ୱାର୍କଆଉଟ୍ କରନ୍ତୁ ।

ଶୋଇବା ଏବଂ ସଯ୍ୟା ତ୍ୟାଗ କରିବାର ଏକ ସମୟ ସ୍ଥିର କରନ୍ତୁ ଏବଂ ଏହାକୁ ପ୍ରତିଦିନ ଅନୁସରଣ କରନ୍ତୁ ।

ଶୋଇବା ଘରକୁ ଶାନ୍ତ ଏବଂ ଅନ୍ଧକାରରେ ରଖିବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣ ଭଲ ନିଦ ପାଇପାରିବେ ।

ମଦ୍ୟପାନରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । କାରଣ ଏହା ଶୋଇବା ଉପରେ ପ୍ରଭାବ ପକାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.